ଭାରତ-ଚୀନ ବିବାଦ ମଧ୍ୟରେ ତେଜସ୍ୱରେ ଉଡାଣ ଭରିଲେ ବାୟୁ ସେନା ପ୍ରମୁଖ


ଗତ କିଛି ଦିନ ହେବ ଚୀନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବଢିବାରେ ଲାଗୁଥିବାବେଳେ ଅନ୍ୟପଟେ ଭାରତୀୟ ବାୟୁସେନା ପ୍ରମୁଖ ‘ଆରକେଏସ ଭାଦୋରିଆ’ ବୁଧବାର ଦିନ ସକାଳେ ତେଜସ୍ୱରେ ଉଡାଣ ଭରିଛନ୍ତି । ତେଜସ୍ୱର ଦ୍ୱିତୀୟ ସ୍ୱାଡ୍ରୋନ ଆଜି ଭାରତୀୟ ବାୟୁ ସେନାରେ ସାମିଲ ହୋଇଛି ।

ଏୟାର ଚିଫ ମାର୍ସଲ ‘ଆରକେଏସ ଭାଦୋରିଆ’ ତାମିଲନାଡୁସ୍ଥିତ ବାୟୁସେନାର ଷ୍ଟେସନ ସୁଲୁରରୁ ସିଙ୍ଗଲ ସିଟର ବିଶିଷ୍ଟ ତେଜସ୍ୱ ବିମାନର ଉଡାଣ ଭରିଥିଲେ । ବାୟୁସେନାର ଜଣେ ମୁଖପାତ୍ର କହିଥିଲେ ଯେ, “ସ୍ୱାଡ୍ରୋନରେ ହାଲୁକା ଯୁଦ୍ଧ ବିମାନ ତେଜସ୍ୱକୁ ସାମିଲ କରାଯିବ ଏବଂ ଏହା ତେଜସ୍ୱ ବିମାନ ବିଶିଷ୍ଟ ଭାରତୀୟ ବାୟୁସେନାର ଦ୍ୱିତୀୟ ସ୍ୱାଡ୍ରୋନ ହେବ । ”
ତେଜସ୍ୱ ଚତୁର୍ଥ ପୀଢିର ଯୁଦ୍ଧ ବିମାନ ଅଟେ, ଯାହାକୁ ଏରୋନୋଟିକାଲ ଡେଭଲପମେଣ୍ଟ ଏଜେନ୍ସି ଏବଂ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ ଦ୍ୱାରା ବିକଶିତ କରାଯାଇଛି । ଭାରତୀୟ ବାୟୁସେନା ପୂର୍ବରୁ ୪୦ ତେଜସ୍ୱ ବିମାନର ଅର୍ଡର ଦେଇଛି ଏବଂ ଖୁବ ଶୀଘ୍ର ଏଚଏଏଲକୁ ଆହୁରୀ ୮୩ ବିମାନର ଅର୍ଡର ଦିଆଯାଇପାରେ । ଏଥିରେ ପାଖାପାଖି ୩୮,୦୦୦ କୋଟି ଖର୍ଚ୍ଚ ହେବ ।


Share It

Comments are closed.