ଏବେ ହ୍ୱାଟ୍ସଆପ ଜରିଆରେ କେଉଁଠାରୁ ମଧ୍ୟ କରିପାରିବେ ଏଲପିଜି ଗ୍ୟାସ ବୁକିଙ୍ଗ..


ଏବେ ଆପଣଙ୍କୁ ରୋଷେଇ ଗ୍ୟାସ ସିଲିଣ୍ଡର ବୁକିଙ୍ଗ ପାଇଁ ଆଉ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ଆପଣ ହ୍ୱାଟ୍ସଆପ ଜରିଆରେ କେଉଁଠାରୁ ମଧ୍ୟ ସହଜରେ ଗ୍ୟାସ ବୁକିଙ୍ଗ କରିପାରିବେ । ଅସଲରେ ବତର୍ମାନ ଚାଲିଥିବା କରୋନା ଭାଇରସ ମଧ୍ୟରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ସମସ୍ତ କମ୍ପାନୀଗୁଡ଼ିକ ଟେକ୍ନୋଲୋଜିର ଅଧିକରୁ ଅଧିକ ବ୍ୟବହାର କରୁଛନ୍ତି । ଏହାକୁ ଧ୍ୟାନରେ ରଖି ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ) ଏହି ସୁବିଧାର ଆରମ୍ଭ କରିଛନ୍ତି ।
ଦେଶର ଏହା ଦ୍ୱିତୀୟ ସବୁଠାରୁ ବଡ଼ ପେଟ୍ରୋଲିୟମ ବିତରଣ କମ୍ପାନୀ ବିନିବେଶ ସୂଚୀରେ ରଖାଯାଇଛି । କମ୍ପାନୀର ୭.୧୦ କୋଟି ଏଲପିଜି ଗ୍ରାହକ ରହିଛନ୍ତି । ବିପିସିଏଲ ଏକ ବକ୍ତବ୍ୟରେ କହିଛି ଯେ ‘ଆଜି ଠାରୁ (ମଙ୍ଗଳବାର) ଭାରତ ଗ୍ୟାସ (ବିପିସିଏଲର ଏଲପିଜି ବ୍ରାଣ୍ଡ ନାମ) ର ଦେଶଯାକରେ ଥିବା ଗ୍ରାହକ କେଉଁଠାରୁ ମଧ୍ୟ ହ୍ୱାଟ୍ସଆପ ଜରିଆରେ ରୋଷେଇ ଗ୍ୟାସର ବୁକିଂ କରିପାରିବେ ।’
କମ୍ପାନୀ ଏଥିପାଇଁ ଏକ ନୂଆ ହ୍ୱାଟ୍ସଆପ୍ ବିଜନେସ ଚ୍ୟାନେଲର ଶୁଭାରମ୍ଭ କରିଛି । କମ୍ପାନୀ ବକ୍ତବ୍ୟରେ କହିଛି ଯେ, ‘ହ୍ୱାଟ୍ସଆପ୍‌ରେ ଏହି ବୁକିଙ୍ଗ ବିପିସିଏଲ ସ୍ମାର୍ଟଲାଇନ ନମ୍ବର-୧୮୦୦୨୨୪୩୪୪ରେ ଗ୍ରାହକମାନଙ୍କର କମ୍ପାନୀରେ ପଞ୍ଜୀକୃତ ଥିବା ନମ୍ବର ଦ୍ୱାରା କରାଯାଇପାରିବ । ବିପିସିଏଲର ନିର୍ଦ୍ଦେଶକ ଅରୁଣ ସିଂହ କହିଛନ୍ତି ଯେ, “ହ୍ୱାଟ୍ସଆପ୍ ମାଧ୍ୟମରେ ଏଲପିଜି ବୁକିଂ କରିବାର ଏହି ପ୍ରାରମ୍ଭ ଦ୍ୱାରା ଗ୍ରାହକଙ୍କୁ ଆହୁରି ସୁବିଧା ହେବ ।”
ଆସନ୍ତୁ ଜାଣିବା ଏଥିପାଇଁ ପେମେଂଟ କରିବାର କଣ ବିକଳ୍ପ ରହିଛି
ଏପରି କରିପାରିବେ ପେମେଂଟ
କମ୍ପାନୀର କାର୍ଯ୍ୟକାରୀ ନିର୍ଦ୍ଦେଶକ, ଏଲପିଜିର ଇନ୍‌ଚାର୍ଜ ଟି ପିତାମ୍ବରମ କହିଛନ୍ତି ଯେ ହ୍ୱାଟ୍ସଆପ୍ ମାଧ୍ୟମରେ ବୁକିଙ୍ଗ କରିବା ପରେ ଗ୍ରାହକଙ୍କୁ ବୁକିଙ୍ଗ ହେବାର ସନ୍ଦେସ ମିଳିଯିବ । ଏହା ସହ ସେମାନଙ୍କୁ ଗୋଟିଏ ଲିଙ୍କ ମଧ୍ୟ ମିଳିବ ଯେଉଁଥିରେ ସେମାନେ ଡେବିଟ ଅଥବା କ୍ରେଡିଟ କାଡ, ୟୁପିଆଇ ଏବଂ ଆମାଜନ ଭଳି ଅନ୍ୟ ପେମେଂଟ ଆପ୍ ମାଧ୍ୟମରେ ପେମେଂଟ ମଧ୍ୟ କରିପାରିବେ ।
ଆହୁରି ସୁବିଧା ପ୍ରଦାନ କରିବ କମ୍ପାନୀ
ସେ କହିଛନ୍ତି ଯେ କମ୍ପାନୀ ଏହା ସହିତ ଏଲପିଜି ଡେଲିଭରୀ ଉପରେ ନଜର ରଖିବା ଏବଂ ଗ୍ରାହକଙ୍କ ଠାରୁ ଏହା ବିଷୟରେ ସେମାନଙ୍କ ପ୍ରତିକ୍ରିୟା ନେବା ଭଳି ପଦକ୍ଷେପ ଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦେଉଛି । ଆଗାମୀ ଦିନଗୁଡ଼ିକରେ କମ୍ପାନୀ ଗ୍ରାହକଙ୍କୁ ସୁରକ୍ଷା ଜାଗରୁକତା ସହିତ ଆହୁରି ଅନେକ ସୁବିଧା ମଧ୍ୟ ପ୍ରଦାନ କରିବ ।


Share It

Comments are closed.