ଏଠାରେ ବିଶ୍ୱର ବୃହତ୍ତମ ପରମାଣୁ ହତିଆରକୁ ସୁରକ୍ଷା ଦିଅନ୍ତି ଡଲଫିନ ଓ ସି ଲାୟନ


ସାଧାରଣଭାବେ କୌଣସି ଦେଶର ଗୁପ୍ତ ଠିକଣା କିମ୍ବା ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକର ସୁରକ୍ଷା ସୈନମାନଙ୍କ ହାତରେ ନ୍ୟସ୍ତ ଥାଏ । କିନ୍ତୁ ଆପଣ ଜାରି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏଭଳି ଏକ ସ୍ଥାନ ରହିଛି ଯେଉଁଠାରେ ପରମାଣୁ ଅସ୍ତ୍ରଶସ୍ତ୍ରର ସବୁଠାରୁ ବଡ଼ ଭଣ୍ଡାର ରହିଛି ଏବଂ ଏହାକୁ ସୁରକ୍ଷା ଦେଇଥାନ୍ତି ଡଲଫିନ ମାଛ । ଏହା ଆଶ୍ଚର୍ଯ୍ୟକର ଲାଗୁଥିଲେ ମଧ୍ୟ ସତ୍ୟ ଅଟେ । ଅସଲରେ ଏହା ପଛରେ ଏକ ବଡ଼ କାରଣ ଲୁଚି ରହିଛି ।
ଆମେରିକାର ସିଏଟେଲ ସହରର ପାଖାପାଖି ୨୦ ମାଇଲ ଦୁରରେ ଆମେରିକା ନେଭିର ‘ନେଭଲ୍ ବେସ୍ କିଟସୈପ’ ନାମକ ଏକ କ୍ୟାମ୍ପ ରହିଛି । ଏହି ସ୍ଥାନ ପୁରାଦୁନିଆରେ ଏଥିପାଇଁ ଲୋକପ୍ରିୟ କାରଣ ଏଠାରେ ଆମେରିକାର ପାଖାପାଖି ଏକ ଚତୁର୍ଥାଂଶ ପରମାଣୁ ହତିଆର ରହିଛି, ଯାହାର ଗୋଟିଏ ଝଟ୍‌କା ଅନେକ ଦେଶକୁ ନିପାତ କରିପାରିବାର କ୍ଷମତା ରହିଛି । ଏଥିପାଇଁ ଏହାକୁ ଦୁନିଆର ପରମାଣୁ ହତିଆରର ସବୁଠାରୁ ବଡ଼ ଭଣ୍ଡାର ବୋଲି କୁହାଯାଇଥାଏ ।
ଆମେରିକା ଏହି ପରମାଣୁ ଭଣ୍ଡାରର ସୁରକ୍ଷା ପାଇଁ ମଣିଷ କିମ୍ବା ମେସିନର ନୁହେଁ ବରଂ ଡଲଫିନ ଓ ସି ଲାୟନ (ସମୁଦ୍ର ସିଂହ)ର ଏକ ବଡ଼ ସୈନ ରଖିଛି । ଏହି ଅଦ୍ଭୁତ ସୈନବାହିନୀରେ ପାଖାପାଖି ୮୫ ଡଲଫିନ ଏବଂ ୫୦ ସମୁଦ୍ର ସିଂହ ରହିଛନ୍ତି । ଏମାନଙ୍କୁ ବିଶେଷ ଭାବେ ପରମାଣୁ ହତିଆରର ରକ୍ଷା କରିବା ପାଇଁ କାଲିଫର୍ଣ୍ଣିଆ ସ୍ଥିତ ଏକ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷିତ କରାଯାଇଛି ।
କିଭଳି ସୁରକ୍ଷା ଦେଇଥାନ୍ତି ଏହି ସମୁଦ୍ର ଜୀବ
ମିଡିଆ ରିପୋର୍ଟ ଅନୁଯାୟୀ ଡଲଫିନ ଏବଂ ସମୁଦ୍ର ସିଂହମାନଙ୍କ ଶରୀରରେ ଗୋଟିଏ ବାଇଟ ପ୍ଲେଟ ଫିଟ କରିଦିଆଯାଏ । ଯଦି କୌଣସି ବ୍ୟକ୍ତି ସମୁଦ୍ର ରାସ୍ତା ଦେଇ ପରମାଣୁ ହତିଆର ପର୍ଯ୍ୟନ୍ତ ପହଞ୍ଚିବାର ଚେଷ୍ଟା କରିଥାଏ ତେବେ ଏହି ସମୁଦ୍ର ଜୀବ ତାର ଗୋଡ଼ରେ ଧକା୍କ ହୋଇଥାନ୍ତି, ଯାହାଦ୍ୱାରା ପ୍ଲେଟ ସେମାନଙ୍କ ଗୋଡ଼ରେ ଲାଖିଯାଇଥାଏ ଏବଂ ସେଥିରୁ ସନ୍ଦେଶ ଯାଇ ସମୁଦ୍ର ଜୀବଙ୍କର ପରିଚାଳକ ପାଖରେ ନ ପହଞ୍ଚିବା ପର୍ଯ୍ୟନ୍ତ ସେମାନେ ଏହାକୁ ବାହାର କରିପାରନ୍ତି ନାହିଁ । ଏହାଦ୍ୱାରା ସଂନ୍ଦିଗ୍ଦମାନଙ୍କ ଉପରେ ନଜର ରଖିବା ସହ ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥାଏ ।

ସମୁଦ୍ର ଜୀବଙ୍କୁ ହିଁ କାହିଁକି ଏହି କାର୍ଯ୍ୟ ଦିଆଯାଇଥାଏ
ଅସଲରେ ଡଲଫିନ ଏବଂ ସମୁଦ୍ର ସିଂହଙ୍କୁ ଏହି କାର୍ଯ୍ୟ ଏଥିପାଇଁ ଦିଆଯାଇଥାଏ କାରଣ ଡଲଫିନର ଏକ ବିଶେଷ ଗୁଣ ହେଉଛି ଯେ ଏହା ସମୁଦ୍ରର ବହୁତ ଗଭୀର ପର୍ଯ୍ୟନ୍ତ ଥିବା ଜିନିଷର ଖବର ପାଇପାରେ । ଏହା ବ୍ୟତୀତ ସମୁଦ୍ର ସିଂହର ଦେଖିବା ଓ ଶୁଣିବାର କ୍ଷମତା ବେଶ୍ ଭଲ ହୋଇଥାଏ । ଏହା ସମୁଦ୍ରର ଗଭୀରସ୍ଥ ଅନ୍ଧକାର ସ୍ଥାନ ଗୁଡ଼ିକରେ ମଧ୍ୟ ଦେଖିପାରେ । ଏହି କାରଣରୁ ଏହି ସମୁଦ୍ର ଜୀବଙ୍କୁ ଏହି ଦାୟୀତ୍ୱପୂର୍ଣ୍ଣ କାର୍ଯ୍ୟ ଦିଆଯାଇଛି ।


Share It

Comments are closed.