ଶରୀରର ନିମ୍ନଲିଖିତ ସମସ୍ୟାକୁ ଦୂର କରିବାକୁ ଚାହୁଁଥିଲେ ନିୟମିତ ଖାଆନ୍ତୁ ପୁଦିନା ପତ୍ର . . . . . .


ପୁଦିନା ପତ୍ର ବଜାରରେ ସହଜରେ ଉପଲବ୍ଧ ହେଉଥିବା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହା ଖୁବ କ୍ଷୁଦ୍ର ହେଲେ ମଧ୍ୟ ଏହାର ବହୁ ପ୍ରକାରର ଓøଷଧିୟ ଗୁଣ ରହିଛି । ଏହା ଶରୀରକୁ ବିଭିନ୍ନ ରୋଗରୁ ସୁରକ୍ଷା ପ୍ରଦାନ କରିଥାଏ । ଏହା କେବଳ ଖାଦ୍ୟରେ ଫ୍ଲେଭର ପରି କାର୍ଯ୍ୟ କରେ ନାହିଁ ବରଂ ଶରୀରକୁ ଆଭ୍ୟନ୍ତରୀଣ ସମସ୍ୟାରୁ ମୁକ୍ତି ଦେଇଥାଏ । ଆସନ୍ତୁ ଜାଣିବା ପୁଦିନା ପତ୍ରର ସେବନ ଦ୍ୱାରା କେଉଁ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିଥାଏ –
୧. ପେଟ ଜନିତ ସମସ୍ୟାରୁ ମୁକ୍ତି – ପୁଦିନା ପତ୍ରରେ ଆଣ୍ଟି-ଇନଫ୍ଲାମେଣ୍ଟାରି ଗୁଣ ପେଟ ଜନିତ ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ । ହଜମ କ୍ରିୟାରେ ସାହାଯ୍ୟ କରିବା ସହିତ ଅର୍ଜିନ ପରି ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।
୨. ରୋଗ ପ୍ରତିରୋଧକ ଶକ୍ତିରେ ବୃଦ୍ଧି – ପୁଦିନା ପତ୍ରରେ ଭିଟାମିନ ଏ, ସି, ଡି,ଇ ରହିଛି । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।
୩. ତ୍ୱଚାରେ ବ୍ରଣ ସମସ୍ୟାରୁ ମୁକ୍ତି – ଏହାର ଆଣ୍ଟି-ବ୍ୟାକ୍ଟଟେରିଆଲ ଗୁଣ ହେତୁ ପ୍ରତିଦିନ ପୁଦିନା ପତ୍ରର ସେବନ ଦ୍ୱାରା ତ୍ୱଚାରେ ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ । ପୁଦିନାରେ ମଧ୍ୟ ସାଲିସିଲିକ ଏସିଡ ଖୁବ ଅଧିକ ପରିମାଣରେ ରହିଛି ଯାହା ତ୍ୱଚାକୁ ଆଭ୍ୟନ୍ତରୀଣ କ୍ଷତି, ବ୍ରଣ ଏବଂ ବ୍ଲାକ ହେଡସ ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।
୪. ଅଳସୁଆପଣରୁ ମୁକ୍ତି – ସକାଳେ ଉଠିବା ପରେ ପେଟ ଜନିତ ସମସ୍ୟା ହେଉ କିମ୍ବା ନିଦ ସମସ୍ୟା ହେତୁ ଅଳସୁଆ ଲାଗିଥାଏ । ତେଣୁ ପୁଦିନା ପତ୍ରର ସେବନ ଦ୍ୱାରା ଅସଳୁଆ ପଣରୁ ମୁକ୍ତି ମିଳିଥାଏ ଏବଂ ଦିନଭରି କାର୍ଯ୍ୟ କରିବା ପାଇଁ ଉର୍ଜା ଉତ୍ପନ୍ନ ହୋଇଥାଏ ।
୫. ଆଲର୍ଜି ଏବଂ ଆସଥମା ରୋଗରୁ ମୁକ୍ତି – ଆଲର୍ଜି ଏବଂ ଆସଥମା ସମସ୍ୟା ରହୁଥିଲେ ଆପଣ ପୁଦିନା ପତ୍ରକୁ ଖାଲି ପେଟରେ ଖାଆନ୍ତୁ । ଏହାର ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନଫ୍ଲାମେଣ୍ଟାରି ଗୁଣ ରହିଛି ଯାହାକୁ ରୋଜମେରିକ କୁହାଯାଏ । ଏହା ସମସ୍ତ ପ୍ରକାରର ଆଲର୍ଜି ଏବଂ ଆସଥମା ସୃଷ୍ଟି କରୁଥିବା ସମସ୍ୟାକୁ ନିପାତ କରିଥାଏ ।
୬. ସାଧାରଣ ଥଣ୍ଡା ସମସ୍ୟାରୁ ମୁକ୍ତି – ଏହାର ଆଣ୍ଟି-ବ୍ୟାକ୍ଟିରିଆଲ ଗୁଣ ସାଧାରଣ ଥଣ୍ଡା, କାଶ, କଫ ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ । ଆପଣ ଏହାକୁ କାଡାରେ ପକାଇ କିମ୍ବା ଚାହାରେ ପକାଇ ପିଇପାରିବେ ।
୭. ପାଟି ଜନିତ ସମସ୍ୟାରୁ ମୁକ୍ତି – ଗଳାରେ କୁଣ୍ଡାଇ ହେବା ସମସ୍ୟା ପାଇଁ ପୁଦିନା ଖୁବ ଉପକାରୀ । ଏହାର ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଗଳାରେ ସଂକ୍ରମଣ କରୁଥିବା ବ୍ୟାକ୍ଟେରିଆର ମୂଳରୁ ନିପାତ କରିଥାଏ । ଏବଂ ପାଟିର ଦୁର୍ଗନ୍ଧ ସମସ୍ୟାକୁ ମଧ୍ୟ ଏହା ଦୂର କରିଥାଏ ।


Share It

Comments are closed.