ଚିଆ ସିଡସ ଓଜନ କମାଇବା ସହିତ କଣ କଣ ପ୍ରଭାବ ପକାଇଥାଏ ଶରୀରରେ


ଚିଆ ସିଡସ ଦେଖିବାକୁ ଖୁବ ଛୋଟ ହେଲୋ ମଧ୍ୟ ଶରୀର ପାଇଁ ହିତକାରୀ ଅଟେ । ମିନେରାଲ, ଓମେଗା୩ ଫ୍ୟାଟି ଏସିଡ, ଆଣ୍ଟି-ଅକ୍ସିଡାଣ୍ଟ, ଫାଇବର ଯୁକ୍ତ ଚିଆ ସିଡସ ହାଡ ଶକ୍ତ କରିଥାଏ ଏବଂ ରକ୍ତ ଶର୍କରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ଏହାକୁ ଖାଦ୍ୟରେ ସାମିଲ କରିବା ଦ୍ୱାରା ଏହା ଶରୀରରେ ବିଭିନ୍ନ ପ୍ରକାରର ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ଏହାର ପ୍ରଭାବ ସମ୍ପର୍କରେ . . . . . .
୧. ଏହା ଏଜିଂ ପ୍ରକିୟାକୁ ନିମ୍ନଗାମୀ କରିଥାଏ । ଚିଆ ସିଡସ ଆଣ୍ଟି-ଆକ୍ସିଡାଣ୍ଟର ଉତ୍ତମ ସ୍ରୋତ ହୋଇଥିବାରୁ ଏହା ଏଜିଂ ପ୍ରକିୟାକୁ ସ୍ଲୋ କରିଦିଏ ଏବଂ ତ୍ୱଚାକୁ ଚମକଦାର କରିଥାଏ ।
୨. ଏହାର ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ପାଇଁ ଏହା କ୍ୟାନସର ପରି ହାନିକାରକ ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।
୩. ଚିଆ ସିଡସରେ ଡାଇଟେରି ଫାଇବର ଥିବାରୁ ଏହା ପେଟକୁ ବହୁ ସମୟ ଧରି ଫୁଲ ରଖିଥାଏ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ଓଭର ଇଟିଂ ସମସ୍ୟାକୁ ଦୂର କରିଥାଏ ।
୪. ଏହା ହୃଦ ଜନିତ ସମସ୍ୟାରୁ ସୁରକ୍ଷା ପ୍ରଦାନ କରିଥାଏ । ଏଥିରେ ଥିବା ଓମେଗା ୩ ଫ୍ୟାଟି ଏସିଡ ହୃଦୟକୁ ସୁସ୍ଥ ରଖିଥାଏ ।
୫. ଏହା କ୍ୟାଲସିୟମ, ଫସଫରସ ଏବଂ ମ୍ୟାଗ୍ନେସିୟମର ଉତ୍ତମ ସ୍ରୋତ ହୋଇଥିବାରୁ ଏହା ହାଡକୁ ଶକ୍ତ ଏବଂ ମଜବୁତ କରିଥାଏ ।
୬. ଚିଆ ସିଡସ ଶରୀରରେ ଇନସୁଲିନର ମାତ୍ରା ବୃଦ୍ଧି କରିଥାଏ ଏବଂ ରକ୍ତ ଶର୍କରା ନିୟନ୍ତ୍ରଣ କରିଥାଏ ।
୭. ଗୋଟିଏ ଚାମଚ ଚିଆ ସିଡ ଶରୀରରେ ଦିନ ଭରି ଆବଶ୍ୟକ କରୁଥିବା କ୍ୟାଲୋରୀ ଏବଂ ଶକ୍ତି ପ୍ରଦାନ କରିଥାଏ ।
୮. ଏହା ଶରୀରରୁ ବ୍ୟାଡ କୋଲେଷ୍ଟ୍ରଲର ମାତ୍ରା କମ କରିଥାଏ ଏବଂ ଗୁଡ କୋଲେଷ୍ଟ୍ରଲର ବୃଦ୍ଧି କରିଥାଏ ।
୯. ଏହା ଉଚ୍ଚ ରକ୍ତ ଚାପ ବ୍ୟକ୍ତିଙ୍କ ପାଇଁ ଖୁବ ଭଲ । ସକାଳୁ ଏବଂ ସନ୍ଧ୍ୟାରେ ଆପଣ ଗୋଟିଏ ଚାମଚ ଲେଖା ଚିଆ ସିଡସ ପାଣିରେ ଭିଜାଇ ଖାଇବା ଦ୍ୱାରା ଗୋଟିଏ ମାସରେ ଆପଣ ଫରକ ଦେଖିପାରିବେ ।
୧୦. ଏହା ଇଲେକ୍ରୋଲାଇଟର ଏକ ଉତ୍ତମ ସ୍ରୋତ ଯାହା ଶରୀରରେ ଖୁବ ଶୀଘ୍ର ଉର୍ଜା ସଂଚାରଣ କରିଥାଏ ଏବଂ ମାଂସପେଶୀ ମଜବୁତ କରିଥାଏ ।


Share It

Comments are closed.