ଜର୍ମାନ ବୈଜ୍ଞାନିକଙ୍କ ଦାବୀ, ୱୁହାନ ଲ୍ୟାବରୁ ଲିକ ହୋଇଛି କରୋନା ଭାଇରସ


ଜର୍ମାନୀର ଜଣେ ପଦାର୍ଥବିଜ୍ଞାନୀ ଡକ୍ଟର ରୋଲାଣ୍ଡ ୱାଇଜେନଡେଞ୍ଜର ଦାବି କରିଛନ୍ତି ଯେ “ଚୀନ୍‌ର ୱୁହାନ ସ୍ଥିତ ଲାବ୍‌ରୁ କରୋନା ଭାଇରସ ଲିକ୍‌ ହୋଇଛି ବୋଲି ସେ ୯୯.୯୯% ନିଶ୍ଚିତ ଅଟନ୍ତି ।

କେଉଁ ଜୀବ ଠାରୁ କରୋନା ଭାଇରସ ବ୍ୟାପିବା ଆରମ୍ଭ କରିଛି, ସେନେଇ ବୈଜ୍ଞାନିକମାନେ କୌଣସି ସିଦ୍ଧାନ୍ତରେ ଉପନୀତ ନହୋଇପାରିବା ଏବଂ ଚୀନ୍‌ର ଉକ୍ତ ଲାବ୍‌ରେ ଆବଶ୍ୟକ ନିରାପତ୍ତା ବ୍ୟବସ୍ଥା ନରହିବା ଏହା ପ୍ରମାଣ କରୁଛି ।” ଅନ୍ୟ ଗବେଷକମାନେ କିନ୍ତୁ ତାଙ୍କ ଦାବିକୁ ଅସ୍ୱୀକାର କରିଛନ୍ତି ଏବଂ କହିଛନ୍ତି କି ସେ ଆଧାରହୀନ ଭାବେ ଏଭଳି ମନ୍ତବ୍ୟ ଦେଉଛନ୍ତି । କିଛି ଦିନ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ କହିଥିଲା କି ୱୁହାନ ଲାବରୁ କରୋନା ଭାଇରସ ଲିକ୍‌ ହୋଇଛି ବୋଲି ସିଏ ମନେ କରୁନାହିଁ । ତା’ର ଗବେଷକମାନେ ଚୀନ୍‌ରେ ଯାଞ୍ଚ କରିବା ପରେ ଏପରି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ।


Share It

Comments are closed.