ଚଳିତ ବର୍ଷ ମୁମ୍ବାଇ-ଅହମ୍ମଦାବାଦରେ ଆୟୋଜିତ ହୋଇପାରେ ଆଇପିଏଲ-୧୪


କରୋନା ମହାମାରୀ ଯୋଗୁ ଆଇପିଏଲ୍‌-୧୩ ୟୁଏଇରେ ଆୟୋଜନ କରାଯାଇଥିଲା । କିନ୍ତୁ ଏବେ ସ୍ଥିତିରେ ବହୁ ସୁଧାର ଆସିଛି । ତେଣୁ ଫ୍ରାଞ୍ଚାଇଜମାନେ ଘରୋଇ ଭେନ୍ୟୁରେ ଆଇପିଏଲ୍‌-୨୦୨୧ ଆୟୋଜିତ ହେଉ ବୋଲି ଚାହୁଁଛନ୍ତି । ଯାହା ଜଣା ପଡ଼ିଛି, ମୁମ୍ବାଇରେ ଆଇପିଏଲର ଲିଗ୍‌ ମ୍ୟାଚ୍‌ ଏବଂ ଅହମ୍ମଦାବାଦରେ ନକ୍‌ ଆଉଟ୍‌ ପର୍ଯ୍ୟାୟ ଖେଳାଯିବ । କିନ୍ତୁ ଏ ବିଷୟରେ ବିସିସିଆଇ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ ।

ଦିଲ୍ଲୀ କ୍ୟାପିଟାଲ୍ସର ସହ-ମାଲିକ ପାର୍ଥ ଜିନ୍ଦଲ କହିଛନ୍ତି, ଇଂଲଣ୍ଡ-ଭାରତ ସିରିଜ୍‌ ଖେଳାଯାଉଛି । ଆଇଏସ୍‌ଏଲ ଏବଂ ବିସିସିଆଇର ଘରୋଇ ଟୁର୍ଣ୍ଣାମେଣ୍ଟ ବି ଚାଲିଛି । ତେଣୁ ଏଥର ଆଇପିଏଲ୍‌ ଘରୋଇ ଭେନ୍ୟୁରେ ହେଉ । ମୋର ମତ ଯେ ଗୋଟିଏ ଭେନ୍ୟୁରେ ଲିଗ୍‌ ମ୍ୟାଚ୍‌ ଏବଂ ଅନ୍ୟ ଭେନ୍ୟୁରେ ନକ୍‌ଆଉଟ୍‌ ଖେଳାଯାଉ । ଯାହା ମୁଁ ଆଶା କରୁଛି ମୁମ୍ବାଇରେ ସବୁ ପ୍ରକାଶ ସୁବିଧା ରହିଛି । ତେଣୁ ସେଠାରେ ଲିଗ୍‌ ଏବଂ ଅହମ୍ମଦାବାଦରେ ପରବର୍ତ୍ତୀ ପର୍ଯ୍ୟାୟ ଖେଳାଯାଉ ।’


Share It

Comments are closed.