ଦିଲ୍ଲୀ ସରକାରଙ୍କୁ କଟାକ୍ଷ କରି ନିଜେ ସମାଲୋଚିତ ହେଲେ ଗମ୍ଭୀର


ବାଙ୍ଗଲାଦେଶ କ୍ରିକେଟ ଟିମ ଭାରତ ଗସ୍ତରେ ଆସି ସାରିଥିବାବେଳେ ଉଭୟ ଦଳ ମଧ୍ୟରେ ୩ ନଭେମ୍ବରରୁ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବାକୁ ଅଛି । ଏଥିପାଇଁ ଉଭୟ ଦଳ ନିଜର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ଅନ୍ୟପଟେ ଦିଲ୍ଲୀରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ନେଇ ଖେଳାଳୀଙ୍କୁ ଅଭ୍ୟାସ କରିବାରେ ଅନେକ ବାଧା ମଧ୍ୟ ଉପୁଜୁଛି । ସମସ୍ତ ଖେଳାଳୀ ମୁହଁରେ ମାସ୍କ ପିନ୍ଧି ଅଭ୍ୟାସ କରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।
ଦିଲ୍ଲୀରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ପୂର୍ବତ୍ତନ ଖେଳାଳୀ ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ଦିଲ୍ଲୀର ‘ଆପ’ ସରକାରଙ୍କୁ କଟାକ୍ଷ କରି ନିଜ ଟ୍ୱିଟରେ ଏକ ଭିଡିଓ ସେୟାର କରିଥିଲେ । ଗୌତମଙ୍କ ଏହି ଭିଡିଓ ସେୟାର ପରେ ଅନେକ ୟୁଜର୍ସ ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀ ସରକାରଙ୍କୁ ସମାଲୋଚିତ କରିବା ତ ଦୂରର କଥା ଓଲଟି ସମସ୍ତେ ଗମ୍ଭୀରଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଥିଲେ ।

ପ୍ରକାଶ ଥାଉକି, ବାଙ୍ଗଲାଦେଶୀ ଖେଳାଳୀ ମୁହଁରେ ମାସ୍କ ପିନ୍ଧି ଅଭ୍ୟାସ କରୁଥିବାର ଏକ ଭିଡିଓକୁ ଗମ୍ଭୀର ନିଜ ଇନଷ୍ଟାଗ୍ରାମରେ ସେୟାର କରିବା ପରେ କ୍ୟାପସନରେ ସେ ଲେଖିଥିଲେ “କ୍ୟା ଏ ‘ଆପ’କା ଦିଲ୍ଲୀ ହେ ।” ଏହା ପରେ ଅନେକ ୟୁଜର୍ସ ଗମ୍ଭୀରଙ୍କୁ ସମାଲୋଚିତ କରି ବିଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗି ପଡିଥିଲେ । ଜଣେ ୟୁଜର୍ସ କହିଲେ, “ଏଥିରେ ‘ଆପ’ର କୌଣସି ଦୋଷ ନାହିଁ ସବୁ ବିଜେପିର ଅଟେ ।” ଅନ୍ୟ ପଟେ ଆଉ ଜଣେ କହିଥିଲେ, “ ଆପଣେତ ଏଠାକାର ସାଂସଦ ଅଟନ୍ତି ତେବେ ଆପଣ କାହିଁକି କିଛି କରୁ ନାହାନ୍ତି । ” ସେହିଭଳି ଅନ୍ୟ ଜଣେ କହିଥିଲେ, “ହରିୟାଣାରେ ଏବଂ ଦେଶରେ ତ ବିଜେପି ସରକାର ଅଛି ତେବେ ଆପଣେ କାହିଁକି ଏହାକୁ ଅଟକେଇ ପାରୁ ନାହନ୍ତି ।”
ଜଣେ ୟୁଜର୍ସ ଗମ୍ଭୀରଙ୍କୁ ଏହି ପ୍ରଶ୍ନ ମଧ୍ୟ କରିଥିଲେ କି, ଦିଲ୍ଲୀରେ ବିଜେପି ସରକାର ଆସିବେ ଦିଲ୍ଲୀ ବାୟୁ ସଫା ହେବ ।


Share It

Comments are closed.