ପୁଣିଥରେ ୫୦ ଫୁଟ ଗଭୀର ବୋରୱେଲ ଭିତରକୁ ଖସି ପଡିଲା ଶିଶୁ, ଉଦ୍ଧାର କାର୍ଯ୍ୟ ଆରମ୍ଭ


ହରିୟାଣାର କର୍ଣ୍ଣଲ ଜିଲ୍ଲାସ୍ଥିତ ହରିଦାସପୁର ଗ୍ରାମରେ ୫ବର୍ଷର ଏକ ଶିଶୁ ୫୦ ଫୁଟ ଗଭୀର ବୋରୱେଲ ଭିତରକୁ ଖସି ପଡିଥିବାବେଳେ ଏଥିପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପଡିଛି । ଏହି ଘଟଣା ସଂପର୍କରେ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, “ବାଳକଟି ରବିବାର ଦିନ ଖେଳିବା ସମୟରେ ବୋରୱେଲ ଭିତରେ ଖସି ପଡିଥିଲା । ଏହା ପରେ ପରିବାର ଲୋକେ, ଶିଶୁକୁ ନପାଇବାରୁ ଖୋଜା ଖୋଜି ଆରମ୍ଭ କରିଦେଇଥିଲେ । ”
ଏହା ଘଟଣା ସଂପର୍କରେ ସୂଚନା ମିଳିବାର ପରେ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା । ଏହା ପରେ ଏନଡିଆରଏଫକୁ ସୂଚନା ଦିଆଯାଇଥିଲା ।
ଶିଶୁଟିକୁ ବଞ୍ଚାଇବା ପାଇଁ ବୋରୱେଲ ଭିତରକୁ ବର୍ତ୍ତମାନ ଅକ୍ସି ଦିଆଯାଉଥିବାବେଳେ ଉଦ୍ଧାରକାରୀ ଦଳ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ କ୍ୟାମେରାର ପ୍ରୟୋଗ ମଧ୍ୟ କରାଯାଉଛି ।
ପ୍ରକାଶ ଥାଉକି, ତାମିଲନାଡୁରେ ନିକଟ କିଛି ତଳେ ଠିକ ସମାନ ଘଟଣା ଘଟିଥିଲା ଯେଉଁଥିରେ ୨ ବର୍ଷ ଶିଶୁଟି ଏକ ଗଭୀର ବୋରୱେଲ ଭିତରକୁ ଗଳି ପଡିଥିବା ହେତୁ ତାହା ମୃତ୍ୟୁ ଘଟିଥିଲା ।


Share It

Comments are closed.