ସାମସଙ୍ଗ ଗାଲାକ୍ସି ଏମ୨୧ ଏବେ ମାତ୍ର ୧୨,୬୯୯ ଟଙ୍କାର ଆକର୍ଷଣୀୟ ମୂଲ୍ୟରେ


ଭୁବନେଶ୍ୱର: ସାମସଙ୍ଗ ଇଣ୍ଡିଆ ପକ୍ଷରୁ ପ୍ରମୁଖ ଇକମର୍ସ ପୋର୍ଟାଲ ଏବଂ ସାମସଙ୍ଗ ଡ଼ଟ କମ୍ ମାଧ୍ୟମରେ ଏହାର ସ୍ମାର୍ଟଫୋନ୍ ଏବଂ ଉପଭୋକ୍ତା ଇଲେକ୍ଟ୍ରୋନିକ ଉତ୍ପାଦ ଗୁଡ଼ିକର ବିକ୍ରୟ ଆରମ୍ଭ କରାଯାଇଛି । ମେ ୪ ତାରିଖରୁ ଲାଗୁ ହୋଇଥିବା ସରକାରୀ ନିୟମ ଏବଂ ଆଂଚଳିକ ମାର୍ଗ ଦର୍ଶିକା ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ବିକ୍ରି କରିବାର ଏହି ନିଷ୍ପତିକୁ ଆରମ୍ଭ କରାଯାଇଛି ।
ଗ୍ରାହକମାନଙ୍କ ପାଇଁ କିଛି ଆକର୍ଷଣୀୟ ଖବର ସ୍ୱରୂପ, ଗାଲାକ୍ସି ଏମ୍ ୨୧, ୪/୬୪ ଜିବି ଭାରିଆଂଟ ବର୍ତମାନ ମାତ୍ର ୧୨,୬୯୯ ଟଙ୍କାରେ ଏବଂ ୬/୧୨୮ ଜିବି ଭାରିଆଂଟ ମାତ୍ର୧୪,୯୯୯ ଟଙ୍କାର ସ୍ୱତନ୍ତ୍ର ମୂଲ୍ୟରେ ଆମାଜନ୍ ଡ଼ଟ ଇନରେ ଉପଲବ୍ଧ ହେବାକୁ ଯାଉଛି । ଯେଉଁ ଗ୍ରାହକମାନେ ଗାଲାକ୍ସି ଏମ୍ ୨୧କୁ ଅଫଲାଇନ ରିଟେଲ ଷ୍ଟୋର ଏବଂ ସାମସଙ୍ଗ ଡ଼ଟ୍ କମ୍‌ରେ କିଣିବେ, ସେମାନେ ୪/୬୪ ଜିବି ଭାରିଆଂଟ ମାତ୍ର ୧୩,୧୯୯ ଟଙ୍କାରେ ଏବଂ ୬/୧୨୮ ଜିବି ଭାରିଆଂଟ ମାତ୍ର ୧୫,୪୯୯ ଟଙ୍କାରେ ପାଇପାରିବେ ।
ଗାଲାକ୍ସିଏମ ୨୧, ୬୦୦୦ ମେଗା ୱାଟ୍ ବ୍ୟାଟେରୀ,୧୫ ୱାଟ୍ ଇନ୍ ବକ୍ସ ଚାର୍ଜର, ଶକ୍ତିଶଳୀ ୪୮ ଏମପି କ୍ୟାମେରା ସିଷ୍ଟମ, ୧୬.୨୧ ସେ.ମି (୬.୪ ଇଂଚ) ସୁପର ଆମୋଲେଡ଼ ଡ଼ିସପ୍ଲେ ଭଳି ପ୍ରମୁଖ ବୈଶିଷ୍ଟ୍ୟରେ ବ୍ୟବସ୍ଥିତ ହୋଇ ଆସିଛି, ଯାହାକି ଯୁବ ଉପଭୋକ୍ତାଙ୍କୁ ଖୁବ ଆକୃଷ୍ଟ କରିବ । ଗ୍ରାହକମାନେ ଗାଲାକ୍ସି ଏମ୍ ୨୧ ଏବଂ ଅନ୍ୟାନ୍ୟ ସାମସଙ୍ଗ ଉତ୍ପାଦ ସମ୍ପର୍କରେ ସାମସଙ୍ଗ ଡ଼ଟ୍ କମ୍ ଏବଂ ଆମାଜନ୍ ଡ଼ଟ୍ ଇନ୍‌ରେ ଉପଲବ୍ଧ ଇ ପ୍ରମୋଟର୍ସ ମାଧ୍ୟମରେ ଜାଣିପାରିବେ, ଯାହାଦ୍ୱାରା ଉପଭୋକ୍ତାମାନେ ଉତ୍ପାଦ ସମ୍ପର୍କିତ ଯେକୌଣସି ପ୍ରଶ୍ନର ଉତର ଚାର୍ଟରେ ପାଇପାରିବେ ।


Share It

Comments are closed.