ସୋନୀ ଇଣ୍ଡିଆ ପକ୍ଷରୁ ‘ଘରେ ରୁହନ୍ତୁ, ସୁରକ୍ଷିତରେ ରୁହନ୍ତୁ’ କାର୍ଯ୍ୟକ୍ରମ


ଭୁବନେଶ୍ୱର: ବର୍ତମାନ ପୁରା ଦେଶରେ ଚାଲିଥିବା ଲକଡାଉନ ଯୋଗୁଁ ହୋମ ଅଡିଓ ଭିଡିଓ ଗୁଡ଼ିକର ଚାହିଦା ବୃଦ୍ଧି ପାଇଛି । ତେଣୁ ଗ୍ରାହକମାନେ ଯେଭଳି ନିରାପଦରେ ଘରେ ରହିବା ସମୟରେ ମନୋରଞ୍ଜନ ସହିତ ଯୋଡ଼ି ହୋଇ ରହିପାରିବେ ସେଥିପାଇଁ ସୋନୀ ଇଣ୍ଡିଆ ଏହାର ବଛା ବଛା ଉତ୍ପାଦଗୁଡ଼ିକ ଉପରେ କେତେକ ବିଶେଷ ଅଫର ଘୋଷଣା କରିଛି । ଏହି ପରିପ୍ରେକ୍ଷୀରେ ସୋନୀର ପ୍ରମୁଖ ବ୍ରାଭିଆ ଟିଭିଗୁଡ଼ିକ ଉପରେ ୨୦% ପର୍ଯ୍ୟନ୍ତ ଆକର୍ଷଣୀୟ ରିହାତି ସହିତ ଏହାର ୮୧ ସେମି(୩୨) ସେଗମେଂଟ ଉପରେ ୨୦୦୦ଟଙ୍କା, ୧୪୦ ସେମି (୫୫ଇଂଚ) ଉପରେ ୨୦,୦୦୦ଟଙ୍କା ଏବଂ ଏଭଳି ଆହୁରି ଅନେକ ଆକର୍ଷଣୀୟ ରିହାତି ଯୋଗାଇଦେଉଛି । ଅତିରିକ୍ତ ଭାବେ ଗ୍ରାହକମାନେ ସୋନୀ ରିଟେଲ ଷ୍ଟୋରଗୁଡ଼ିକ ମାଧ୍ୟମରେ ଆଗୁଆ ବୁକିଙ୍ଗ ବିକଳ୍ପ ପାଇପାରିବେ ଏବଂ ପ୍ରାଥମିକ ଡେଲିଭରୀ ଓ ଇନଷ୍ଟଲେସନ ଭଳି ସୁବିଧା ଉପଭୋଗ କରିପାରିବେ । ସେହିଭଳି ଗ୍ରାହକମାନେ ବଛାବଛା ଲେନ୍ସ ସହିତ ଯେକୌଣସି ଆଲଫା ଫୁଲ ଫ୍ରେମ ବଡିର ଏକାସାଙ୍ଗରେ କ୍ରୟରେ ୨୦,୦୦୦ଟଙ୍କାର ରିହାତି ପାଇପାରିବେ ।
ପ୍ରଥମଥର ପାଇଁ ଉନ୍ନତ ଟେକ୍ନୋଲୋଜି ସହିତ ଏକ ୨୧୬ ସେମି(୮୫) ଟିଭି ଭାରତୀୟ ବଜାରରେ ମାତ୍ର ୫,୯୯,୯୯୦ର ଶ୍ରେଷ୍ଠ କ୍ରୟ ମୂଲ୍ୟରେ ଉପଳବ୍ଦ ହୋଇଛି । ଏହାବ୍ୟତୀତ ଘରେ ନିଜର ସ୍ୱତନ୍ତ୍ର ହୋମ ଥିଏଟର ସୃଷ୍ଟି କରିବା ପାଇଁ ଏହା ଆକର୍ଷଣୀୟ ଟିଭି ଏବଂ ସାଉଣ୍ଡ ବାର କମ୍ବୋ ସହିତ ଏକ ଅଦ୍ଭୁତପୂର୍ବ ହୋମ ଥିଏଟର ଅନୁଭବ ଯୋଗାଇଦେଉଛି । ସେହିଭଳି ଏହାର ବଛାବଛା ଉତ୍ପାଦ ଗୁଡ଼ିକ ଉପରେ ଆକର୍ଷଣୀୟ ଆର୍ଥିକ ଯୋଜନା ୦% ସୁଧ ଇଏମଆଇ(ଦୀର୍ଘ ସମୟର) ଏବଂ ସୁରକ୍ଷିତ ହୋମ ଡେଲିଭରୀକୁ ଗୁୁରୁତ୍ୱ ଦିଆଯାଇଛି । ସେହିଭଳି ସୋନୀ ପକ୍ଷରୁ www.shopatSC.com ଏକ ନୂଆ ଅନଲାଇନ କ୍ରୟ ବିକଳ୍ପର ଶୁଭାରମ୍ଭ କରାଯାଇଛି । ଏହି ଅନଲାଇନ ପୋର୍ଟାଲ ଡେବିଟ କାର୍ଡ, କ୍ରେଡିଟ କାର୍ଡ ଏବଂ ଇଏମଆଇ/ କର୍ଡଲେସ ଇଏମଆଇ ଭଳି ଅନେକ ପେମେଂଟ ବିକଳ୍ପ ଗ୍ରହଣ କରୁଛି । ଏହାର ଗ୍ରାହକମାନଙ୍କୁ ସେଲ ପରବର୍ତୀ ସୁବିଧା ଯୋଗଇଦେବା ନିମନ୍ତେ ସୋନି ଇଣ୍ଡିଆର ସମସ୍ତ ସର୍ଭିସ ଇଞ୍ଜିନିୟରମାନେ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ କିଟ) ଏବଂ ଆରୋଗ୍ୟ ସେତୁ ଆପ୍‌ର ବାଧ୍ୟତାମୂଳକ ଡାଉନଲୋଡ଼ ସହ ବ୍ୟବସ୍ଥିତ ହୋଇଛନ୍ତି । ଏହାଛଡ଼ା ଲକଡାଉନ ସମୟରେ ଯେଉଁ ଗ୍ରାହକମାନଙ୍କର ପ୍ରଡକ୍ଟ ୱାରେଂଟି ଶେଷ ହୋଇଯାଇଛି ସେମାନଙ୍କ ପାଇଁ ସୋନୀ ଚଳିତ ୧୫ ଜୁନ ପର୍ଯ୍ୟନ୍ତ ଏକ ବିଶେଷ ୱାରେଂଟି ସଂପ୍ରସାରଣ ପ୍ରଦାନ କରୁଛି ।
ଏହି ଅବସରରେ ସୋନି ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ସୁନୀଲ ନାୟାର କହିଛନ୍ତିଯେ, “ଲକଡାଉନ ସମୟରେ ସମସ୍ତ ଗ୍ରାହକଙ୍କ ପାଇଁ ଆମେ ସର୍ବୋତମ ମନୋରଞ୍ଜନ ଆଣିଦେବାକୁ ଚାହୁଁଛୁ । ତେଣୁ କିଣାକିଣିକୁ ଆକର୍ଷଣୀୟ କରିବା ପାଇଁ ବ୍ରାଭିଆ ଟିଭିଗୁଡ଼ିକ ଉପରେ ସ୍ୱତନ୍ତ୍ର ମୂଲ୍ୟ ଅଫର ସହିତ ଆକର୍ଷଣୀୟ ରିହାତି ମଧ୍ୟ ଯୋଗାଇଦେଉଛୁ । ଏହା ବ୍ୟତୀତ ଉନ୍ନତ ଫାଇନାନ୍ସ ଯୋଜନା ମଧ୍ୟ ପ୍ରଦାନ କରୁଛୁ ଏବଂ ଆମେ www.shopatSC.com ନାମରେ ଗୋଟିଏ ବିକଳ୍ପ ଶୁଭାରମ୍ଭ କରିବୁ ଯାହାଫଳରେ ଗ୍ରାହକମାନେ ସେମାନଙ୍କର ଘରେ ଆରାମରେ ରହି କ୍ରୟ କରିପାରିବେ ।”


Share It

Comments are closed.