ବିଭିନ୍ନ ପ୍ରକାରର ସମସ୍ୟାରୁ ମୁକ୍ତି ଦେଇଥାଏ ଗଙ୍ଗ ଶିଉଳି ପତ୍ର


ବହୁ ଆର‌୍ୟୁବେଦ କାଳରୁ ଗଙ୍ଗଶିଉଳି ପତ୍ର ଏବଂ ଫୁଲକୁ େଓøଷଧ ରୂପେ ବ୍ୟବହାର କରାଯାଉଥିଲା । ଏହା ଏକ େଓøଷଧିୟ ବୃକ୍ଷେ ରୂପେ ପରିଚିତ । ଏହି ବୃକ୍ଷର ଉଭୟ ପତ୍ର ଏବଂ ଫୁଲକୁ େଓøଷଧଭାବେ ବ୍ୟବହାର କରି ବିଭିନ୍ନ ରୋଗରୁ ମୁକ୍ତି ପାଇପାରିବେ ।
୧. ଆଥରାଇଟିସ ପାଇଁ – ଏହି ଆଥରାଇଟିସରୁ ମୁକ୍ତି ପାଇଁ ସପ୍ତାହକୁ ଥରେ କିମ୍ବା ଦୁଇଥର ୧୦ରୁ ୨୦ଟି ପତ୍ରକୁ ବାଟି ଖାଲି ପେଟରେ ସେବନ କରନ୍ତୁ । ଏହା ଦ୍ୱାରା ଆପଣ ୨ରୁ ୪ମାସ ମଧ୍ୟର ସୁଫଳ ପାଇବେ ।
୨. ଜ୍ୱର ପାଇଁ – ଏହି ପାରିଜାତ ପତ୍ର ଏକ ଆଣ୍ଟି-ବାୟୋଟିକଭାବେ କାର୍ଯ୍ୟ କରିଥାଏ । ସାଧାରଣ ଜ୍ୱର ଏବଂ ଥଣ୍ଡା ପାଇଁ ଏହା ଏକ ଉତ୍ତମ େଓøଷଧ ଅଟେ । ଛୋଟ ପିଲା ହୁଅନ୍ତୁ କିମ୍ବା ବୟସ୍କ ସମସ୍ତଙ୍କ ପାଇଁ ଏହି ପାରିଜାତ ପତ୍ର ଏକ ରାମବାଣ ପରି କାମ କରିଥାଏ । ଏହା ଟାଇଫଏଡ ପରି ରୋଗ ପାଇଁ ମଧ୍ୟ ଖୁବ ଉପଯୋଗୀ ।
୩. ଡାଇବେଟିସ – ଡାଇବେଟିସ ପାଇଁ ମଧ୍ୟ ଆପଣ ଖାଲିପେଟରେ ୧୦ରୁ ୨୦ଟି ପତ୍ର ନେଇ ଖାଇପାରିବେ । ଏହା ଦ୍ୱାରା ଶରୀରରେ ରକ୍ତ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇଥାଏ । ଏହାର ପତ୍ରକୁ ଗୁଣ୍ଡକରି ଦିନକୁ ଦୁଇଥର ହାଲକା ଉଷୁମ ଜଳ ସହିତ ଖାଇପାରିବେ ।
୪. ହଜମ କ୍ରିୟାକୁ ସକ୍ରିୟ କରିବା ପାଇଁ – ପାରିଜାତ ପତ୍ର ଶରୀରରେ ଉଷ୍ମତା ସୃଷ୍ଟି କରିଥାଏ । ଏହା ଦ୍ୱାରା ହଜମ କ୍ରିୟା ସକ୍ରିୟ ହୋଇଥାଏ । ଆର‌୍ୟୁବେଦ ଅନୁଯାୟୀ ଶରୀରରେ ଉଷ୍ମତା ହଜମ କ୍ରିୟାକୁ ସଠିକ କରିଥାଏ । ଏହା ପାଚନ କ୍ରିୟାକୁ ସକ୍ରିୟ କରିଥାଏ । ତେଣୁ ସପ୍ତାହକୁ ଦୁଇରୁ ତିନି ଥର ଏହି ପତ୍ରକୁ ଖାଲିପେଟରେ ଖାଆନ୍ତୁ ।

 


Share It

Comments are closed.