ପାଟିର ଯତ୍ନ ନେବାରେ କରୁଛନ୍ତି କି କିଛି ଭୁଲ , ଆସନ୍ତୁ ଜାଣିବା କେଉଁ ଅଭ୍ୟାସ ଦ୍ୱାରା ହୋଇଥାଏ କେଉଁ ସମସ୍ୟା


ପାଟିରେ ଥିବା ଦାନ୍ତ, ଜିଭ ମୁଖ ଶରୀରର ଅନ୍ୟାନ୍ୟ ଅଙ୍ଗ ପରି ଖୁବ ଗୁରୁତ୍ୱପୂର୍ଣ୍ଣ ଅଟେ । ଶରୀରରେ ଯେପରି ବିଭିନ୍ନ ଅଙ୍ଗର ଯତ୍ନ ନିଆଯାଏ ସେହିପରି ପାଟିର ମଧ୍ୟ ଯତ୍ନ ନେବା ଆବଶ୍ୟକ ।
୧. ଦିନକୁ ଥରେ ବ୍ରଶ କରୁଥିଲେ – ଆମେ ଖାଉଥିବା ଖାଦ୍ୟ ଦାନ୍ତ ଏବଂ ଜିଭ ଦେଇ ଭିତରକୁ ଯାଇଥାଏ । ତେଣୁ ଏହା ପାଟିରେ ଲାଖି ରହିଲେ ବିଭିନ୍ନ ସମସ୍ୟା ତଥା ଦାନ୍ତ ଖରାପ ହେବା, ହଳଦିଆ ପଡିଯିବା ଇତ୍ୟାଦି ସମସ୍ୟା ଦେଖାଯାଇଥାଏ । ତେଣୁ ଦିନରେ ମାତ୍ର ଥରେ ସକାଳୁ ବ୍ରଶ ନକରି ରାତିରେ ଶୋଇବା ପୂର୍ବରୁ ନିଶ୍ଚିନ୍ତ ରୂପେ ବ୍ରଶ କରିବା ଉଚିତ ।
୨. ଖୁବ ଜୋରରେ ବ୍ରଶ କରୁଥିଲେ – ଖୁବ ଜୋରରେ ବ୍ରଶ କରୁଥିଲେ ଦାନ୍ତର ମାଢି ଜଲଦି ନଷ୍ଟ ହୋଇଯାଇଥାଏ । ତେଣୁ ହାଲକା ଭାବେ ଦାନ୍ତକୁ ଅତିକମରେ ୩ମିନିଟ ପର୍ଯ୍ୟନ୍ତ ବ୍ରଶ କରିବା ଆବଶ୍ୟକ ।
୩. ମାଉଥ ୱାସର ବ୍ୟବହାର କରୁନଥିଲେ – ମାଉଥୱାସ ବ୍ରଶ କରିବା ପରେ ଦାନ୍ତ ମଝିରେ ଲାଖିଥିବା ଜୀବାଣୁକୁ ନାଶ କରିଥାଏ । ତେଣୁ ବ୍ରଶ କରିବା ପରେ ନିଶ୍ଚିନ୍ତ ଭାବେ ମାଉଥୱାସର ବ୍ୟବହାର କରନ୍ତୁ ।
୪. ଖାଇବା ପରେ କୁଳି କରୁନଥିଲେ – ପ୍ରତ୍ୟେକଥର ଖାଇବା ପରେ କୁଳି କରିବା ଖୁବ ଆବଶ୍ୟକ । କୁଳି କରିବା ଦ୍ୱାରା ଦାନ୍ତର ଗହ୍ୱରରୁ କିଛି ମାତ୍ରାରେ ଲାଖିରହିଥିବା ଖାଦ୍ୟକୁ ବାହାର କରିହେବ ।
୫. ମିଠା, ଚାହା, କଫି, ଥଣ୍ଡା ପାନୀୟ ପିଉଥିଲେ – ମିଠା, ଚାହା, କଫି, ଥଣ୍ଡାପାନୀୟ ଦାନ୍ତ ଏବଂ ଗଳା ପାଇଁ ଖୁବ କ୍ଷତିକାରକ ଅଟେ । ଏହାର ଏସଡିକ ଗୁଣ ଦାନ୍ତ, ଦିଭ ଏବଂ ଗଳା ଖରାପ କରିଥାଏ । ଏହା ଦାନ୍ତର ବ୍ୟାକ୍ଟେରିଆର ଜାତ କରିଥାଏ । ତେଣୁ କମ ମାତ୍ରାର ଚାହା, କଫି ଏବଂ ଥଣ୍ଡା ପାନୀୟର ବ୍ୟବହାର କରିବା ଆବଶ୍ୟକ ।
୬. ଯେକୌଣସି ଟୁଥପେଷ୍ଟର ବ୍ୟବାହାର – ବଜାରରେ ବିଭିନ୍ନ ପ୍ରକାରର ଟୁଥପେଷ୍ଟ ଉପଲବ୍ଧ ଯାହା ଦାନ୍ତକୁ ଭଲ କରିବା ସ୍ଥଳେ ଖରାପ କରିଥାଏ । ତେଣୁ ଯେକୌଣସି ଟୁଥପେଷ୍ଟରେ ବ୍ରଶ ନକରି ଫ୍ଲୋରାଇଡ ଯୁକ୍ତ ଟୁଥପେଷ୍ଟର ବ୍ୟବହାର କରନ୍ତୁ ।
୭. ସମୟ ସମୟରେ ଦନ୍ତ ଚିକିତ୍ସକଙ୍କ ପରାମର୍ଶ ନେଉନଥିଲେ – ଶରୀରର ବିଭିନ୍ନ ପରୀକ୍ଷଣ ପରି ପାଟିର ପରୀକ୍ଷଣ ମଧ୍ୟ ଖୁବ ଆବଶ୍ୟକ । କେବଳ ଦାନ୍ତ ଖରାପ ନୁହେଁ ବରଂ ମଝିରେ ମଝିରେ ଦାନ୍ତର ପରୀକ୍ଷା କରି ଦନ୍ତ ଚିକିତ୍ସକଙ୍କୁ ଦେଖାଇବା ଆବଶ୍ୟକ ।

 


Share It

Comments are closed.