ଭାରତ-ଚୀନ ମଧ୍ୟରେ ପୁଣି ଦେଖା ଦେଲାଣି ସୀମା ବିବାଦ, ‘ସୈନ୍ୟ ପ୍ରସ୍ତୁତ’ ବିପିନଙ୍କ ଚେତାବନୀ


ଭାରତ-ଚୀନ ସୀମା ବିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଗତ ଜୁନ ମାସରୁ ଏଲଏସିରେ ସୈନ୍ୟଠୁଳ କରି ବିବାଦ ସୃଷ୍ଟି କରୁଛି ଅମାନିଆ ଚୀନ । ଯାହାକୁ ନେଇ ଦୁଇଦେଶ ମଧ୍ୟରେ ସଂଘର୍ଷ ଜାରି ରହିଛି । ଗଲୱାନ ଘାଟିରେ ଡ୍ରାଗନ ସେନାର ଉତ୍ପାତ ବଢିବାରେ ଲାଗିଛି । ଯାହାକୁ ନେଇ ଦୁଇଦେଶ ମଧ୍ୟରେ ଅସନ୍ତୋଷ ସବୁବେଳେ ଲାଗି ରହିଛି । ଏହାକୁ ନେଇ ଦୁଇଦେଶ ମଧ୍ୟରେ ବିଭିନ୍ନ ସମୟରେ ଶାନ୍ତିପୂର୍ଣ୍ଣ ଭାବରେ ଆଲୋଚନା ହେଉଥିଲେ ମଧ୍ୟ ଏଥିରୁ କୌଣସି ନିସ୍କର୍ଷ ମିଳୁନାହିଁ ।

ଏଲଏସିରେ ଭାରତ ଓ ଚୀନ ଭିତରେ ସୀମା ବିବାଦକୁ ନେଇ ସୈନ୍ୟ ଠୁଳ କରିବାରେ ଲାଗିଛି ଚୀନ । ଏ ନେଇ ସିଡିଏସ ବିପିନ ରାୱତ ସୂଚନା ଦେଇଛନ୍ତି କି ଲଦାଖରେ ଡ୍ରାଗନ ସେନାକୁ ମୁହଁତୋଡ ଜବାବ ଦେବାକୁ ହେଲେ ଭାରତୀୟ ସେନାର ବିକଳ୍ପ ନିଆଯିବ । ତେବେ ବର୍ତ୍ତମାନ ଦୁଇଦେଶ ମଧ୍ୟରେ ରାଜନୈତିକ ଆଲୋଚନା ମଧ୍ୟ ଜାରି ରହିଛି । ଚୀନ ଏବେ ମଧ୍ୟ ପୋଙ୍ଗାଙ୍ଗ ଅଂଚଳରେ ସୈନ୍ୟ ଠୁଳ କରୁଛି । ଫିଙ୍ଗର-୫ରୁ ପଛକୁ ହଟିବାକୁ ଚୀନ ସେନା ପ୍ରସ୍ତୁତ ନଥିବା ଜଣାପଡିଛି । ସିଡିଏସ ବିପିନ ରାୱତ କହିଛନ୍ତି ଯେ ଦୁଇଦେଶ ମଧ୍ୟରେ କୁଟନୈତିକ ଓ ସାମରିକ ସ୍ତରୀୟ ଆଲୋଚନା ଜାରି ରହିଛି । ଏହା ଭିତରେ ଲେଫ୍ଟଣାଣ୍ଟ ଜେନେରାଲ ସ୍ତରୀୟ ଆଲୋଚନା, ନ୍ୟାୟିକ ସ୍ତରୀୟ ଆଲୋଚନା ମଧ୍ୟ ହୋଇଛି । ସୀମାରେ ଶୃଙ୍ଖଳା ଆଣିବାକୁ ସମସ୍ତ ପ୍ରକାର ଚେଷ୍ଟା ଜାରି ରହିଛି । ତେବେ ଏସବୁ ଭିତରେ ଚୀନ ସେନା ପିପୁଲସ ଲିବରେସନ ଆର୍ମୀ ବା ପିଏଲଏ ଅଭ୍ୟାସ ଜାରି ରଖିଛି । ସିଡିଏସ ଜେନେରାଲ ବିପିନ ରାୱତ ସୈନ୍ୟ ବିକଳ୍ପର ବୟାନ ଦେଇ ଚୀନକୁ କଡା ସନ୍ଦେଶ ଦେଇଛନ୍ତି । ଯଦି ଏଥିରୁ କୌଣସି ସମାଧାନର ସୂତ୍ର ନମିଳେ ତେବେ ସୈନ୍ୟଠୁଳ କରାଯିବାକୁ ନେଇ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ।


Share It

Comments are closed.