ଆସନ ବଣ୍ଟନକୁ ନେଇକି ଭାଙ୍ଗିପାରେ ଜେଡିୟୁ ଏବଂ ବିଜେପି ଗଠବନ୍ଧନ


ଲୋକସଭା ନିର୍ବାଚନକୁ ଆଖିରେ ରଖି ରାଜ୍ୟର ଆଞ୍ଚଳିକ ଏବଂ ଜାତୀୟ ଦଳମାନଙ୍କ ମଧ୍ୟରେ ଆସନ ବଣ୍ଟନକୁ ନେଇକି ମତଭେଦ ଲାଗି ରହିଥିବାବେଳେ ସେହିଭଳି ସମାନ ପରିସ୍ଥିତ ଆଜି ବିହାର ରାଜନୀତିରେ ଦେଖିବାକୁ ମିଳିଛି । ବିହାର ରାଜନୀତିରେ ସୃଷ୍ଟି ହୋଇଥିବା ଏହି ମତଭେଦ କଂଗ୍ରେସ ଏବଂ ଆରଜେଡି ମଧ୍ୟରେ ନୁହେଁ ବରଂ ସରକାରରେ ଥିବା ଜେଡିୟୁ ଏବଂ ବିଜେପି ମଧ୍ୟରେ ଦେଖାଦେଇଛି । ବିହାରରେ ଏନଡିଏ ସରକାର ଥିବାବେଳେ ଆସନ ବଣ୍ଟନକୁ ନେଇ ସୃଷ୍ଟି ହୋଇଥିବା ମତଭେଦର ସମାଧାନ ପାଇଁ ବିଜେପି ରାଷ୍ଟ୍ରିୟ ଅଧକ୍ଷ ଅମିତ ଶାହା ଆଜି ବିହାର ଗସ୍ତରେ ଆସୁଛନ୍ତି ।
ଏହି ବୈଠକ ପୂର୍ବରୁ ଜେଡିୟୁ ପକ୍ଷରୁ ପ୍ରକାଶ କରାଯାଇଛି ଯେ, ସେ ବିହାରରେ ବଡ ଭାଇର ଭୂମିକାରେ ଅଛନ୍ତି ସେଥିପାଇଁ ତାଙ୍କର ୨୫ଟି ଆସନ ଉପରେ ତାଙ୍କର ଅଧିକାର ରହିଛି କିନ୍ତୁ ଅନ୍ୟ ପକ୍ଷରେ ଏଲଜେପି ଏବଂ ଆରଏଲଏସପିଏ ଭଳି ବିରୋଧି ଦଳ ମାନେ କୌଣସି ବି ପରିସ୍ଥିତିରେ ନିଜର ଆସନ ଛାଡିବେନି ବୋଲି ସ୍ପଷ୍ଟ କରିଦେଇଛନ୍ତି ।
ବିଗତ ନିର୍ବାଚନରେ ଏଲଜେପି ପାଞ୍ଚଟିରେ ଏବଂ ଆରଏଲଏସପିଏ ତିନୋଟି ଆସନରେ ବିଜୟୀ ହୋଇଥିଲେ । ଯଦି ସିଟିଙ୍ଗ ସୂତ୍ରରେ ଆସନ ବଣ୍ଟନ କାର୍ଯ୍ୟ ହେବ, ତେବେ ଜେଡିୟୁ ୯ରୁ ଅଧିକ ଆସନ ମିଳିବା ଅସମ୍ଭବ, ଯଦି ଜେଡିୟୁର ଦେଇଥିବା ପ୍ରସ୍ତାବ ଗ୍ରହଣ କରାଯିବ ତେବେ ବିଜେପିର ୮ଟି ସାଂସଦ ବଳି ପଡି ଯିବାର ଅନେକ ସମ୍ଭାବନା ରହିଛି । ସେହିଭଳି ୧୫-୧୫ଟି ଆସନରେ ବିଜେପି, ୫ଟି ଆସନରେ ଏଲଜେପ, ତିନୋଟି ଆସନରେ ଆରଏଲଏସପିଏ ଏବଂ ୧-୧ ଆସନରେ ଅରୁଣ କୁମାର ଏବଂ ପପୁ ଯାଦବଙ୍କୁ ଦିଆଯାଇପାରେ । ମିଳିଥିବା ସୂଚନା ମୁତାବକ ବିଜେପି ଏହିପରି ସୂତ୍ରରେ ରାଜି ହୋଇପାରେ ।
ବିହାରରେ ଏନଡିଏ ସରକାର ଗଠନ ହେବା ୧ ବର୍ଷ ପୂରି ବାକୁ ବସିଥିବାବେଳେ ରାଜ୍ୟକୁ କୌଣସି ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ କିମ୍ବା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବାକୁ କେନ୍ଦ୍ର ସରକାର ଆଗ୍ରହ ପ୍ରକାଶ କରୁନଥିବା ହେତୁ ନିତୀଶଙ୍କ ପାଇଁ ଏହି ଏନଡିଏ ମେଣ୍ଟରେ ରହିବା ବର୍ତ୍ତମାନ ପାଇଁ ବୋଝ ହୋଇଗଲାଣି । ଏହି ପରିସ୍ଥିତରେ ନିତୀଶଙ୍କୁ ଯଦି ନିଜ ଆଶା ମୁତାବକ ଆସନ ନମିଳେ ତେବେ ସେ ମେଣ୍ଟରୁ ଓହରିଯିବାର ଅନେକ ସମ୍ଭାବନା ରହିଛି ।
ଏହା ସତ ଯେ, ଉପନିର୍ବାଚନରେ ବିଜେପି ଖରାପ ପ୍ରଦର୍ଶନ ରହିଛି କିନ୍ତୁ ସେ ଏତେ ବି ଦୁର୍ବଳ ହୋଇଯାଇ ନାହିଁ ଏନଡିଏରେ ଥିବା ଛୋଟ ଛୋଟ ଦଳ ମାନଙ୍କୁ ଆଗକୁ ବଢିବାର ସୁଯୋଗ ଦେଇଦେବ । ନିଜର ଶକ୍ତିକୁ ବଢାଇବା ପାଇଁ ଅମିତ ଶାହା ମହାସଂପର୍କ ଅଭିଯାନର ଶୁଭାରମ୍ଭ କରଛନ୍ତି । ସେପଟେ ଏନଡିଏର ଅନ୍ୟାନ୍ୟ ସହଯୋଗୀ ଦଳ ମଧ୍ୟରେ ଶିବସେନା ମହାରାଷ୍ଟ୍ରରେ ବାରମ୍ବାର ମେଣ୍ଟରୁ ଓହରିଯିବାର ଧମକ ଦେଉଥିବା ବେଳେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ମନାଇବାରେ ଏନଡିଏ ସଫଳ ହୋଇପାରୁନଥିବାର ଦେଖାଦେଇଛି ।

ସେଥିପାଇଁ ଆଜି ବିହାରେ ସହଯୋଗ ଦଳ ମାନଙ୍କ ସହ ଅମିତ ଶାହାଙ୍କ ସାକ୍ଷାତ କରିବେ, ଯେଉଁଥିପାଇଁ ଏକ ଭବ୍ୟ ସମ୍ବର୍ଦ୍ଧନାର ଆୟୋଜନା କରାଯାଇଛି । ସେଥିପାଇଁ ଆୟୋଜିତ ଏହି ଆଲୋଚନାରେ ସୃଷ୍ଟି ହୋଇଥିବା ମତଭେଦକୁ ଦୂର କରବା ସହ ଏନଡିଏକୁ କିପରି ଆହୁରି ମଜବୁତ କରାଯାଇପାରିବ ସେଥିପାଇଁ ଗୁରୁତ୍ୱ ଦିଆଯିବ ।
ସେଥିପାଇଁ ଆୟୋଜିତ ଏହି ଆଲୋଚନା ଚକ୍ରରେ ଜେଡିୟୁ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମେତ ବିଜେପି ନେତା ତଥା ଉପ-ମୁଖ୍ୟମନ୍ତ୍ରୀ ସୁଶିଲ ମୋଦି, ଏଲଜେପି ନେତା ଓ କେନ୍ଦ୍ର ମନ୍ତ୍ରୀ ରାମ ବିଲାସ ପାସୱାନ ଏବଂ ଆରଏଲଏସପି ମୁଖ୍ୟ ଏବଂ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର ଖୁସୱାହା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।


Share It

Comments are closed.