କର୍ଣ୍ଣାଟକ ମନ୍ତ୍ରୀ ମଣ୍ଡଳରେ ସଂପ୍ରସାରଣ


କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ନବନିର୍ବାଚିତ ଏଚଡି କୁମାରସ୍ୱାମୀ ଶପଥ ଗ୍ରହଣ କରିବା ଦୁଇ ସପ୍ତାହ ପରେ ଅନେକ ମାନସମନ୍ଥନ କରିବା ପରେ ଆଜି ମନ୍ତ୍ରୀ ମଣ୍ଡଳରେ ସଂପ୍ରସାରଣ ହୋଇଛି ।
ମିଳିଥିବା ସୂଚନା ମୁତାବକ ଏଚଡି କୁମାରସ୍ୱାମୀଙ୍କ ଏହି ନୂତନ କ୍ୟାବିନେଟରେ ବର୍ତ୍ତମାନ ୧୨ ଜଣ କଂଗ୍ରେସ ଏବଂ ୧୦ ଜଣ ଜେଡିଏସ ବିଧାୟକ ସ୍ଥାନ ପାଇଛନ୍ତି, ଯେବେକି ବିଏସପିର ଜଣେ ବିଧାୟକ ଏନ ମହେଶ ଏବଂ ଦୁଇ ଜଣ ସ୍ୱାଧୀନ ବିଧାୟକ ଭେଙ୍କଟ ରମଣଅପ୍ପା ଏବଂ ଆର.ଶଙ୍କର ମଧ୍ୟ ଏହି କ୍ୟାବିନେଟରେ ସ୍ଥାନ ପାଇଛନ୍ତି ।
ଏହି କ୍ୟାବିନେଟ ବିସ୍ତାର ପାଇଁ ଆଜି କର୍ଣ୍ଣାଟକର ବେଙ୍ଗାଲୁରସ୍ଥିତ ରାଜଭବନରେ ବିଧିବଧ ଭାବେ ଶପଥ ଗ୍ରହଣ ସମାରୋହ ଅପରାହ୍ନ ୨ଟା ପରେ ଆୟୋଜିତ ହୋଇଥିଲା ।
ମିଳିଥିବା ସୂଚନା ମୁତାବକ କଂଗ୍ରେସର ଡିକେ ଶିବକୁମାର, କେଜେ ଜର୍ଜ ଏବଂ ପ୍ରୟଙ୍କା ଖର୍ଗଙ୍କ ସମେତ ଅନ୍ୟାନ୍ୟ ନେତା ଶପଥ ନେଇଛନ୍ତି । ମନ୍ତ୍ରୀ ମଣ୍ଡଳରେ ନୂଆକରି ଶପଥ ନେଇଥିବା ନେତାମାନଙ୍କ ଚୟନ ଖୋଦ ରାହୁଲ ଗାନ୍ଧି କରିଛନ୍ତି । ରାହୁଲ ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ବର୍ଗ ଏବଂ ଜାତି ମଧ୍ୟରୁ ଏହି ଚୟନ ପ୍ରକ୍ରିୟା କରିଛନ୍ତି ବୋଲି ସୂଚନା ମିଳିଛି ।
ଏହି ସଂପ୍ରସାରଣ ମାଧ୍ୟମରେ କଂଗ୍ରେସ ଗୃହ, ଜଳସେଚନ, ଶିଳ୍ପ, ବାଙ୍ଗାଲୋର ନଗର ଉନ୍ନୟନ, ଶିଳ୍ପ ଏବଂ ଚିନି ଶିଳ୍ପ, ସ୍ୱାସ୍ଥ୍ୟ, ରାଜସ୍ୱ, ଗ୍ରାମ୍ୟ ଉନ୍ନୟନ, କୃଷି, ଆଇନ, ପ୍ରଯୁକ୍ତି, ନଗର ଉନ୍ନୟନ ବିଭାଗ ଆଦି ପାଇଛି । ଯେବେକି ଜେଡିଏସ ଅର୍ଥ, ପୂର୍ତ୍ତି, ଅବକାରୀ, ପର୍ଯ୍ୟଟନ, ଶକ୍ଷା, ପରିବହନ ଆଦି ବିଭାଗ ପାଇଛି । କୁମାରସ୍ୱାମୀ ମେ ୨୫ରେ ବିଧାନସଭା ଗୃହରେ ନିଜର ବହୁମତ ସାବ୍ୟସ୍ତ କଲା ପରେ କ୍ୟାବିନେଟ ବିସ୍ତାରରେ ଭାଗବଣ୍ଟାକୁ ନେଇ ଉଭୟ କଂଗ୍ରେସ ଏବଂ ଜେଡିଏସ ମଧ୍ୟରେ ଟଣାଓଟରା ଲାଗି ରହିଥିଲା ।


Share It

Comments are closed.