ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ‘ଫେମିନା ମିସ୍ ଇଣ୍ଡିଆ’ ରନର୍ସ ଅପ ଦୀକ୍ଷା ସିଂହ


୨୦୧୫ରେ ଫେମିନା ମିସ୍ ଇଣ୍ଡିଆ ରନର ଅପ୍ ରହିଥିବା ଦୀକ୍ଷା ସିଂହ ଏବେ ରାଜନୀତିରେ ପାଦ ଦେବାକୁ ଯାଉଛନ୍ତି। ଦୀକ୍ଷା ସିଂହ ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାର ବକ୍ସା ବିକାଶଖଣ୍ଡର ଓ୍ଵାର୍ଡ ନମ୍ଵର ୨୬ରୁ ଜିଲ୍ଲା ପଞ୍ଚାୟତ ସଦସ୍ୟ ଭାବେ ନିର୍ବାଚନ ଲଢିବେ। ଦୀକ୍ଷା ସିଂହ ନିର୍ବାଚନ ମଇଦାନକୁ ଓହ୍ଲାଇବାର କାରଣ ତାଙ୍କ ପିତା ଜିତେନ୍ଦ୍ର ସିଂହଙ୍କ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇ ଯାଇଛି। ଦୀକ୍ଷା ସିଂହ ନିର୍ବାଚନ ଲଢିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କେବଳ ଏତିକି ନୁହେଁ ଗାଁ ଗାଁ ବୁଲି ପ୍ରଚାରରେ ଲାଗି ପଡିଛନ୍ତି ଦୀକ୍ଷା। ଏହି ଆସନରୁ ଦୀକ୍ଷା ସିଂହଙ୍କ ପିତା ଜିତେନ୍ଦ୍ର ସିଂହ ଦୀର୍ଘ ଦିନ ଧରି ପଞ୍ଚାୟତ ସଦସ୍ୟ ପଦରେ ଲଢିବା ପାଇଁ ପ୍ରସ୍ତୁତି କରି ଆସୁଥିଲେ। ଏକ ବର୍ଷରୁ ଅଧିକ ସମୟ ଧରି ସେ ନିଜ ଅଞ୍ଚଳ ବୁଲିବା ସହ ନିଜର ପ୍ରଚାର କରିଥିଲେ। ହେଲେ ଠିକ୍ ସମୟରେ ଏହି ସିଟ୍‌ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଗଲା।

ଏହା ପରେ ଜିତେନ୍ଦ୍ର ସିଂହଙ୍କ ଝିଅ ଦୀକ୍ଷା ସିଂହ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଦୀକ୍ଷା ସିଂହଙ୍କ ମୁକାବିଲା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସ୍ଵର୍ଗତ ରାମ ଚନ୍ଦ୍ର ସିଂହଙ୍କ ବୋହୂ ଶାଲିନୀ ସିଂହଙ୍କ ସହ ରହିଛି। ଶାଲିନୀ ସିଂହ ମଧ୍ୟ ଜଣେ ଗ୍ରାଜୁଏଟ୍।


Share It

Comments are closed.