ନିଜ ଟ୍ୱିଟର ଆକାଉଣ୍ଟରୁ ବିଜେପି ଶବ୍ଦ ଉଠାଇଲେ ସାଂସଦ ବରୁଣ ଗାନ୍ଧୀ


ଉତ୍ତର ପ୍ରଦେଶର ପିଲଭିତରୁ ସାଂସଦ ଥିବା ବରୁଣ ଗାନ୍ଧି ନିଜର ଟ୍ୱିଟର ଆକାଉଣ୍ଟର ବାୟୋରୁ ‘ବିଜେପି’ ଶବ୍ଦକୁ ହଟାଇ ଦେଇଛନ୍ତି। ବରୁଣ ସୋମବାର ସକାଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖି ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ ମାମଲାରେ ସିବିଆଇତଦନ୍ତ କରିବାକୁ ଦାବି କରିଛନ୍ତି। ଏହା ସହିତ ମୃତକଙ୍କ ପରିବାର ଲୋକଙ୍କୁ ୧ କୋଟି ଲେଖାଏଁ ଟଙ୍କା କ୍ଷତିପୂରଣ ଭାବରେ ଦେବାକୁ ଦାବି କରିଛନ୍ତି।

ଏହା ପୂର୍ବରୁ ଯୋଗୀ ସରକାରଙ୍କ ଆଖୁର ରେଟ୍‌ କ୍ୱିଣ୍ଟାଲ ପିଛା ୩୫୦ ଘୋଷିତ କରିବା ନେଇ ବିଜେପି ସାଂସଦ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ତେବେ ବରୁଣ କହିଥିଲେ ଦୟାକରି ଏହା ଉପରେ ପୁନଃବିଚାର କରି ଓ ଦରଦାମକୁ ଦୃଷ୍ଟିରେ ରଖି ୪୦୦ ଟଙ୍କା ଘୋଷଣା କରାଯିବ ଉଚିତ।

ବିଜେପି ସାଂସଦ ବରୁଣ ଗାନ୍ଧି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି, ଲକ୍ଷ୍ମୀପୁର ଖେରିରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୃଷକଙ୍କୁ ଗାଡି ମଡାଇ ଦେବା ଏକ ହୃଦୟ ବିଦାରକ ଘଟଣା। ଏଥିପାଇଁ ଦେଶର ପ୍ରତ୍ୟେକ ନାଗରିକକୁ ଆଘାତ ଲାଗିଛି। ଘଟଣାର ଗୋଟେ ଦିନ ପୂର୍ବରୁ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ଆଗାମୀ ଦିନ ଲକ୍ଷ୍ମୀପୁର ଖେରିରେ ଆମର ଅନ୍ନଦାତାଙ୍କୁ ଯେଉଁଭଳି ହତ୍ୟା କରାଗଲା ତାହା କୌଣସି ସଭ୍ୟ ସମାଜରେ ହୁଏନି। ଆନ୍ଦୋଳନକାରୀ କୃଷକ ଭାଇ ଆମର ନାଗରିକ। ତାଙ୍କ ସହିତ ସଂଯମତା ଓ ଧର୍ଯ୍ୟର ସହିତ ବ୍ୟବହାର କରିବା ଦରକାର।


Share It

Comments are closed.