ସ୍କିନରେ ଚମକ ଆଣିଥାଏ ଏକ୍ସଫୋଲିଏସନ, ଏଥିପାଇଁ କରିପାରିବେ ଏହି ଘରୋଇ ଉପାୟ


ଆମର ଦୈନନ୍ଦିନ କାର୍ଯ୍ୟ ଶୈଳୀ, ​​ପ୍ରଦୂଷଣ ଏବଂ ଅନ୍ୟାନ୍ୟ ପରିବେଶ ଜନିତ ସମସ୍ୟା ଆମ ସ୍କିନର ପୋରସଗୁଡ଼ିକୁ ପ୍ଲଗ୍ କରି ସ୍କିନର ପ୍ରାକୃତିକ ଉଜ୍ଜ୍ୱଳତା ଛଡ଼ାଇନେଇଥାନ୍ତି | ଅବରୋଧିତ ପୋରସ୍ ସହିତ ମୁକାବିଲା କରିବା, ମୃତ ଚର୍ମ କୋଷଗୁଡ଼ିକୁ ବାହାର କରିବା ଏବଂ ଏକ ପୁନଃ ଜୀବିତ ରୂପ ପାଇବା ପାଇଁ ଏକ୍ସଫୋଲିଏସନ୍ ବୋଧହୁଏ ସର୍ବୋତ୍ତମ ଉପାୟ | ଯଦିଓ ଆମେ ଆମର ଚେହେରାର ଯତ୍ନ ନେଉଛୁ, ପାରମ୍ପରିକ ଭାବରେ CTM କିମ୍ବା କ୍ଲିନିଂ, ଟୋନିଂ, ଏବଂ ମଏଶ୍ଚରାଇଜିଂ ଅଭ୍ୟାସ କରୁ, କିନ୍ତୁ ଅଧିକାଂଶ ସମୟ ଆମେ ଭୁଲିଯାଉ ଯେ ସ୍କ୍ରବିଂର ମଧ୍ୟ ସମାନ ଭୂମିକା ରହିଛି । ତେବେ ଆଜି ଆମେ ଆପଣଙ୍କୁ କେତେକ ସରଳ ଘରୋଇ ସ୍କ୍ରବ ବିଷୟରେ କହିବୁ, ଯାହାକୁ ଆପଣ ସହଜରେ ଘରେ ପ୍ରସ୍ତୁତ କରିପାରିବେ ।

ଓଟସ୍‍ ସ୍କ୍ରବ –
ଓଟସ୍‍କୁ ଗୁଣ୍ଡ କରି ଏଥିରେ କଞ୍ଚା କ୍ଷୀର ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ଧିରେ ଧିରେ ୫ ମିନିଟ ପର୍ୟ୍ୟନ୍ତ ଘଷନ୍ତୁ। ୧୦ ମିନିଟ ଯାଏଁ ଏହାକୁ ମୁହଁରେ ରଖି ପାଣିରେ ଧୋଇ ଦିଅନ୍ତୁ।

କମଳା ଚୋପାର ସ୍କ୍ରବ –
କମଳାର ଚୋପାକୁ ଭଲ ଭାବେ ଶୁଖାଇ ଏହାକୁ ପେଷି ଗୁଣ୍ଡ ପ୍ରସ୍ତୁତ କରନ୍ତୁ। ଏହି ଗୁଣ୍ଡରେ କିଛି ମୁଲତାନୀ ମାଟି, ସାମାନ୍ୟ ଗୋଲାପ ଜଳ ମିଶାଇ ମୁହଁରେ ଲଗାଇ କିଛି ସମୟ ମସାଜ କରନ୍ତୁ। ଏପରି କରିବା ଦ୍ୱାରା ତ୍ୱଚାରୁ ଦୂଷିତ ପଦାର୍ଥ ବାହାରିବା ସହ ଚମକ ବୃଦ୍ଧି ପାଇଥାଏ।

ଟମାଟୋ ରସ ଓ ବେସନ –
ଟମାଟୋ ରସ ଓ ବେସନ ଯାହା ମୁହଁକୁ ଉଜ୍ୱଳ ଓ ସୁନ୍ଦର କରେ। ଟମାଟୋ ରସ ସହ ବେସନ ମିଶାଇ ଲଗାଇବା ଦ୍ୱାରା ଆଖିତଳେ ଥିବା କଳା ଦାଗ ଦୂର ହୋଇଥାଏ। ୨୦ ରୁ ୨୫ ମିନିଟ ଏହାକୁ ଲଗାଇ ପାଣିରେ ଧୋଇଦେବେ।

ବେସନ , କ୍ଷୀର ଓ ଦହି –
ବେସନରେ କ୍ଷୀର, ଦହି , ଅଳ୍ପ ହଳଦୀ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୨୦ ରୁ ୨୫ ମିନିଟ ମୁହଁରେ ଲଗାଇବା ପରେ ଧୋଇ ଦିଅନ୍ତୁ। ଏହା ମୁହଁର ଦାଗକୁ ଦୂର କରିବା ସହ ମୁହଁର ରଙ୍ଗ ଗୋରା କରିଥାଏ।


Share It

Comments are closed.