ଆହୁରି ମହଙ୍ଗା ହୋଇପାରେ ବିମାନ ଯାତ୍ରା


ମହାମାରୀ କାରଣରୁ ବିମାନ ଚଳାଚଳ କ୍ଷେତ୍ରରେ ଏବେ ମହଙ୍ଗାର ଚାପ ଦେଖିବାକୁ ମିଳିଛି। ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ହେତୁ ଆଭିଏସନ ଟର୍ବାଇନ ଇନ୍ଧନ (ଏଟିଏଫ) ର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସୋମବାର ବୃଦ୍ଧି ପରେ ବର୍ତ୍ତମାନ ବିମାନ ଯାତ୍ରା ଅଧିକ ମହଙ୍ଗା ହେବ।

ଇଣ୍ଡିଆନ୍ ଅଏଲ କର୍ପୋରେସନ୍‌ (ଆଇଓସି) ସୋମବାର ଜେଟ୍ ଫୁଏଲର ମୂଲ୍ୟରେ ୫ ପ୍ରତିଶତ ବୃଦ୍ଧି ହୋଇଛି। ଏବେ ବିମାନ ଇନ୍ଧନର ମୂଲ୍ୟ ୧.୨୩ ଲକ୍ଷ ପ୍ରତି କିଲୋମିଟରରେ ପହଁଞ୍ଚି ଯାଇଛି। ଏହାର ସିଧା ପ୍ରଭାବ ବିମାନ ଯାତ୍ରା ବେଳେ ଯାତ୍ରୀଙ୍କ ଉପରେ ପଡିବ, କାରଣ ବିମାନ କମ୍ପାନୀ ନିଜର ଖର୍ଚ୍ଚ ପୁନରୁଦ୍ଧାର ପାଇଁ ଶୀଘ୍ର ବିମାନ ଭଡାରେ ବୃଦ୍ଧି କରିପାରନ୍ତି।

ବିମାନ ଯାତ୍ରୀଙ୍କ ଉପରେ ମହଙ୍ଗା ଇନ୍ଧନର ବୋଝ କିଭଳି ବଢୁଛି ଏହାର ଆକଳନ କରିହେବ ଯେ ସରକାର ଜାନୁଆରୀରୁ ଆଜି ପର୍ଯ୍ୟନ୍ତ ୨୦୨୨ ମସିହାରେ ବିମାନ ଇନ୍ଧନର ମୂଲ୍ୟ ୫୦,୯୩୮ ଟଙ୍କା ବୃଦ୍ଧି ହୋଇଛି। ଗତ ସାଢେ ଚାରିମାସରେ ବିମାନ ଇନ୍ଧନର ମୂଲ୍ୟରେ ୬୧.୭ ପ୍ରତିଶତ ବୃଦ୍ଧି ହୋଇସାରିଛି। ୨୦୨୨ ର ଆରମ୍ଭରୁ ଏଟିଏଫର ମୂଲ୍ୟ ୭୨,୦୬୨ଟଙ୍କା ପ୍ରତି ଲିଟର ଥିଲା, ଯାହାକି ଏବେ ବଢିକି ୧.୨୩ ଲକ୍ଷ ଟଙ୍କା ପହଁଞ୍ଚି ସାରିଛି।

 


Share It

Comments are closed.