ଆରବିଆଇର ବଡ ଘୋଷଣା , ୩୧ ଅଗଷ୍ଟ ପର୍ଯ୍ୟନ୍ତ ଦେବାକୁ ପଡିବ ନାହିଁ ଇଏମଆଇ


ହୋମ ଲୋନ, ବ୍ୟକ୍ତିଗତ ଲୋନ, ଗାଡି ଲୋନ ପାଇଁ ଇଏମଆଇ ଦେଉଥିବା ଲୋକଙ୍କୁ ଆରବିଆଇ ପୁଣିଥରେ ଆଶ୍ୱସନା ଦେଇଛି । ବର୍ତ୍ତମାନ ଜୁନ, ଜୁଲାଇ ଏବଂ ଅଗଷ୍ଟର ଇଏମଆଇ ଆପଣ ଚାହିଁବେ ଯଦି ହୋଲ୍ଡ କରିପାରିବେ । ଆଜି ସାମ୍ବାଦିକ ସମ୍ମିଳନୀରେ ଆରବିଆଇ ଗର୍ଭନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଲକ୍‌ଡାଉନ ଅବଦ୍ଧି ବଢିବା ହେତୁ ଟର୍ମ ଲୋନ ମୋରାଟାରିୟମ ଏବଂ ଅନ୍ୟାନକୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବର୍ତ୍ତମାନ ଇଏମଆଇ ଦେବା ଉପରେ ଛାଡ ୧ ଜୁନରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ଏହାର ଅର୍ଥାତ ଏହା ଯେ, ଆପଣ ଆଗାମୀ ୩ ମାସ ପର୍ଯ୍ୟନ୍ତ ନିଜ ଲୋନର ଇଏମଆଇ ନଦେଲେ କୌଣସି ଚାପ ପଡିବ ନାହିଁ ।
ଆରବିଆଇ ପକ୍ଷରୁ ଏହି ନିଷ୍ପତି ଏଥିପାଇଁ ନିଆଯାଇଛି ଯେ, ଲକଡାଉନର ଅବଦ୍ଧି ପୁଣିଥରେ ବଢିବା ହେତୁ ଜନସାଧାରଣ ସୂଚାର ଋପେ ଆୟ କରିପାରି ନାହାନ୍ତି । ଇଏମଆଇ ମୋରାଟାରିୟମର ଅବଦ୍ଧି ୩୧ ମେ’ରେ ଶେଷ ହେବା ପରେ ମଧ୍ୟ ଲୋକମାନେ ନିଜର ଋଣ ପରିଶୋଧ କରିବାକୁ ସକ୍ଷମ ହେବେ ନାହିଁ । ଏଥିପାଇଁ ମୋରାଟାରିୟମର ଅବଦ୍ଧିକୁ ଆହୁରୀ ଆହୁରୀ ତିନି ମାସ ପର୍ଯ୍ୟନ୍ତ ବଢାଯାଇଛି । ବର୍ତ୍ତମାନର କଷ୍ଟଦାୟକ ସମୟରେ ଏହି ନିଷ୍ପତି ଉଭୟ ଉପଭୋକ୍ତା ଏବଂ ବ୍ୟାଙ୍କ ଗୁଡିକ ପାଇଁ ସହାୟକ ହେବ ।
କେଉଁମାନେ ନିଅନ୍ତି ଟର୍ମ ଲୋନ ?
ଟର୍ମ ଲୋକ ଲୋକଙ୍କୁ ଘର, ଗାଡି କିଣିବା ଏବଂ ଅନ୍ୟାନ୍ୟ ଆବଶ୍ୟକତା ପୂରଣ ପାଇଁ ଦରକାର ପଡିଥାଏ । ଏଭଳି ଲୋକ ଏହି ସମସ୍ତ ଅବଶ୍ୟକତାକୁ ପୂରଣ କରିବା ପାଇଁ ବ୍ୟାଙ୍କ ମାନଙ୍କୁ କରଜ କରିଥାନ୍ତି । ଛୋଟ ଛୋଟ ଫାର୍ମଙ୍କୁ ନିଜର ବ୍ୟବସାୟ ବଢାଇବା ପାଇଁ ପ୍ରାୟତଃ କରଜ ନେଇଥାନ୍ତି । ନିଜର ଆବଶ୍ୟକତା ଅନୁଯାୟୀ ଏହାକୁ ଅଳ୍ପ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଆଯାଇଥାଏ ।
ମୋରାଟାରିୟମ କ’ଣ ?
ମୋରାଟାରିୟମ ସେହି ଅବଦ୍ଧିକୁ କହନ୍ତି ଯେଉଁ ସମୟରେ ଆପଣ କରଜ କରିଥିବା ଟଙ୍କା ଉପରେ ଇଏମଆଇ ଏବଂ ଟଙ୍କା ଦେବାକୁ ପଡିବ ନାହିଁ । ଏହି ଅବଦ୍ଧିକୁ ଇଏମଆଇ ହଲିଡେ ଭାବେ ମଧ୍ୟ ସମସ୍ତେ ଜାଣନ୍ତି ।


Share It

Comments are closed.