‘ଅମ୍ଫାନ’କୁ ନେଇ ଆରମ୍ଭ ହେଲା ରାଜନୀତି, ମମତା କହିଲେ କେନ୍ଦ୍ର ଆଗୁଆ ୧୦୦୦ କୋଟିର ସହାୟତା ଘୋଷଣା କଲେ କିନ୍ତୁ କ୍ଷତି ହୋଇଛି ୧ଲକ୍ଷ କୋଟି


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳର ସମୀକ୍ଷା କରିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବିସ୍ତୃତଭାବେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ୧ ଲକ୍ଷ କୋଟି ଉର୍ଦ୍ଧ୍ୱ ଟଙ୍କାର କ୍ଷୟକ୍ଷତି ହୋଇଛି । ପ୍ରକାଶ ଥାଉକି, ଅମ୍ଫାନ ଯୋଗୁଁ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତୁରନ୍ତ ୧୦୦୦ କୋଟିର ସହାୟତା କରିବା ଲୋଗି ଘୋଷଣା କରିଥିଲେ ।
ମମତା ବାନାର୍ଜୀ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀଙ୍କୁ ବିସ୍ତାର ଋପେ କହିଲି କି ବିପଦ ଭଳି ଏହି ଘଟିସନ୍ଧି ମୂହୂର୍ତ୍ତରେ ଆମକୁ ମିଶିକରି କାମ କରିବାକୁ ପଡିବ । ପଶ୍ଚିମବଙ୍ଗରେ ପୋଷ୍ଟ ସାଇକ୍ଲୋନ ସ୍ଥିତି ସଂପର୍କରେ ମଧ୍ୟ ଚର୍ଚ୍ଚା କରିଥିଲୁ ।” ମମତା ଆହୁରୀ କହିଛନ୍ତି ଯେ, “ ପ୍ରଧାନମନ୍ତ୍ରୀ ଜରୁରୀକାଳୀନ ପାଣ୍ଠିରୁ ୧୦୦୦ କୋଟି ସହାୟତା ଦେବାର ଘୋଷଣା କରିଛନ୍ତି କିନ୍ତୁ ଏହା ଅଗ୍ରୀମ ନାଁ ପ୍ୟାକେଜ ହେବ ତାହା ସଂପର୍କରେ କିନ୍ତୁ ସେ ସ୍ପଷ୍ଟ କଲେ ନାହିଁ । ପ୍ରଧାନମନ୍ତ୍ରୀ କହିଲେ ଯେ, ଏହି ସଂପର୍କରେ ସେ ପରେ ନିଷ୍ପତି ନେବେ କିନ୍ତୁ ଏହା ଅଗ୍ରୀମ ମଧ୍ୟ ହୋଇପାରେ ବୋଲି ସେ କହିଛନ୍ତି । ମୁଁ କହିଲେ ଆପଣ ଯାହା ନିଷ୍ପତି ନେବେ, ଆମେ ଆପଣଙ୍କୁ ସବିଶେଷ ତଥ୍ୟ ଦେବୁ । ”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମୁଦ୍ରିକ ବାତ୍ୟା ପ୍ରଭାବିତ ପଶ୍ଚିମବଙ୍ଗ ପାଇଁ ୧୦୦୦ କୋଟିର ସହାୟତା ଲାଗି ଆଗୁଆ ଘୋଷଣା କରିଥିଲେ । ଏହା ପୂର୍ବରୁ ମମତା ମୃତକଙ୍କ ପାଇଁ ୨ ଲକ୍ଷ ଏବଂ ଆହତଙ୍କ ଲାଗି ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଥିବାବେଳେ ବର୍ତ୍ତମାନ ସୁଧା ରାଜ୍ୟରେ ୭୭ ଜଣଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି ।
ଉତ୍ତର-ଦକ୍ଷିଣ ୨୪ ପରଗନା, ପୂର୍ବ-ପଶ୍ଚିମ ମେଦିନପୁର, କୋଲକତା, ହାୱାଡା , ହୁଗଲି ଏବଂ ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳରେ ହୋଇଥିବା କ୍ଷତିକୁ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦୦୦ କୋଟିର ଆଗୁଆ ସହାୟତା ଘୋଷଣା କରିଥିଲେ । ଘରବାଡି ସମେତ କୃଷି, ବିଜୁଳି ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।


Share It

Comments are closed.