ସ୍ୱିମ୍‌ସୁଟ୍‌ରେ ଫଟୋସୁଟ୍‌ କରି ବର୍ତ୍ତମାନ ଚର୍ଚ୍ଚାରେ ଏଲନ୍‌ ମସ୍କଙ୍କ ମା’


ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ ଏବେ ଲଗାତାର ଖବରର ଶୀର୍ଷରେ ରହିଛନ୍ତି । ଇତିମଧ୍ୟରେ ତାଙ୍କର ୭୪ ବର୍ଷୀୟ ମା’ଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ଏହାର କାରଣ ଏଲନ ମସ୍କ ନୁହନ୍ତି, ବରଂ ତାଙ୍କ ମା’ ମାୟେ ମସ୍କଙ୍କର ଏକ ଫଟୋସୁଟ୍‌ । ମାୟେ ମସ୍କ ସୋସିଆଲ ମିଡିଆରେ ଖୁବ୍‌ ସକ୍ରିୟ ଅଛନ୍ତି । ଏବେ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ସେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯାହା ସୋସିଆଲ୍‌ ମିଡିଆରେ ଧମାକା କରିଛି । ଫଟୋରେ ମାୟେ ସ୍ୱିମ୍‌ସୁଟ୍‌ରେ ନଜର ଆସିଛନ୍ତି । ତାଙ୍କର ଏହି ଫଟୋ କ୍ରୀଡ଼ା ପତ୍ରିକା ‘ସ୍ପୋର୍ଟସ ଇଲୁଷ୍ଟ୍ରେଟେଡ୍‌’ର ପ୍ରଚ୍ଛଦ ପୃଷ୍ଠାରେ ଛପିଛି । ୭୪ ବର୍ଷୀୟା ମାୟେ କ୍ରୀଡ଼ା ପତ୍ରିକା ପାଇଁ ସ୍ୱିମ୍‌ସୁଟ୍‌ରେ ପୋଜ୍‌ ଦେଇଥିବା ବିଶ୍ୱର ସବୁଠୁ ବୟସ୍କ ମହିଳା ହୋଇଛନ୍ତି ।

ସ୍ପୋର୍ଟସ ଇଲୁଷ୍ଟ୍ରେଟେଡ୍‌ ତା’ର ସୁଟ୍‌ର ଏକ ପ୍ରଚ୍ଛଦ ଦୃଶ୍ୟର ଭିଡିଓ ମଧ୍ୟ ଶେୟାର କରିଛି । ଏହାର କ୍ୟାପ୍‌ସନରେ ଲେଖିଛି ‘ମସ୍କ ଏହି ବିଚାରର ପ୍ରତୀକ । ତାଙ୍କ ମତରେ, ବୟସ ବଢ଼ିବା ଯୋଗୁ ସ୍ୱପ୍ନ ପଛରେ ଧାଇଁବା ଆଦୌ ବନ୍ଦ କରିବା ଉଚିତ୍‌ ନୁହେଁ ।’

ସୂଚନାଯୋଗ୍ୟ, ମାୟେ ନିକଟରେ ପୁଅ ଏଲନ୍‌ ମସ୍କଙ୍କ ସହ ମେଟ୍‌ ଗାଲା-୨୦୨୨ରେ ନଜର ଆସିଥିଲେ । ଏଥିରେ ତାଙ୍କ ଗ୍ଲାମରସ୍‌ ଲୁକ୍‌ ସଭିଁଙ୍କ ଧ୍ୟାନ ଆକର୍ଷଣ କରିଥିଲା । ଏବେ ତାଙ୍କ ସ୍ୱିମ୍‌ସୁଟ୍‌ ଲୁକ୍‌କୁ ନେଇ ସାରାବିଶ୍ୱରେ ଚର୍ଚ୍ଚା ହେଉଛି । ମାୟେ ମସ୍କ କାନାଡିଆନ୍‌-ସାଉଥ୍‌ ଆଫ୍ରିକାନ୍‌ ମଡେଲ ଓ ଜଣେ ଡାଏଟିସିଆନ୍‌ । ପ୍ରାୟ ୫୦ ବର୍ଷ ପର୍ଯ୍ୟନ୍ତ ସେ ମଡେଲିଂ କରିଛନ୍ତି । ଟାଇମ୍ସ ଭଳି ଅନେକ ପ୍ରତିଷ୍ଠିତ ପତ୍ରିକାର ପ୍ରଚ୍ଛଦ ପୃଷ୍ଠାରେ ମଧ୍ୟ ନଜର ଆସିଛନ୍ତି । ଏବେ ସେ ଲେଖାଲେଖିରେ ପ୍ରବେଶ କରିଛନ୍ତି । ଇନ୍‌ଷ୍ଟାରେ ତାଙ୍କର ପ୍ରାୟ ୬ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି


Share It

Comments are closed.