ଟ୍ୱିଟର ୟୁଜର୍ସଙ୍କୁ କ୍ଷମା ମାଗିଲେ ଏଲନ୍ ମସ୍କ


ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁବ୍ ଶୀଘ୍ର ଏକ ପରିବର୍ତ୍ତନ ହେବାକୁ ଯାଉଛି। ଏହି ପରିବର୍ତ୍ତନ ନୂଆ ଫିଚରକୁ ନେଇ ରହିଛି। ଟ୍ବିଟର ମାଲିକ ଏଲନ୍ ମସ୍କ କହିଛନ୍ତି, ସେ ଖୁବ୍ ଶୀଘ୍ର ୟୁଜର୍ସଙ୍କ ପାଇଁ ଏକ ନୂଆ ସୁବିଧା ଆରମ୍ଭ କରିବାକୁ ଯାଉଛନ୍ତି, ଯାହାଫଳରେ ଟ୍ବିଟର ସହିତ ଆସୋସିଏଟ୍ ଥିବା ଆକାଉଣ୍ଟକୁ ଚିହ୍ନଟ କରିବାରେ ସକ୍ଷମ ହେବ। ଉଲ୍ଲେଖନୀୟ ଯେ, ଏଲନ୍ ମସ୍କ କିଛି ଦିନ ହେବ ଟ୍ବିଟରରେ ନକଲି ଆକାଉଣ୍ଟକୁ ନେଇ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି।

ମସ୍କ ରବିବାର ଏକ ଟ୍ୱିଟ କରି କହିଛନ୍ତି, ଖୁବ୍ ଶୀଘ୍ର କମ୍ପାନୀକୁ ଏହା ଚିହ୍ନିବାରେ ସାହାଯ୍ୟ କରିବ ଯେ, ବାସ୍ତବରେ କ’ଣ ଅନ୍ୟ ଟ୍ବିଟର ଆକାଉଣ୍ଟ ତାହା ସହିତ ରହିଛି। ଏହାଛଡା ଟେସଲାର ସିଇଓ କିଛି ଦେଶରେ ଟ୍ୱିଟର ଧିମା ଗତିରେ ଚାଲିବା ପାଇଁ କ୍ଷମା ମାଗିଛନ୍ତି। ସେ ଲେଖିଛନ୍ତି, ବହୁ ଦେଶରେ ଟ୍ବିଟର ସୁପର ସ୍ଲୋ ହେବା ପାଇଁ କ୍ଷମା ମାଗିବାକୁ ଚାହୁଁଛି। ଲୋକଙ୍କୁ ଆଗାମୀ ଦିନରେ ଏହାଠାରୁ ଭଲ ହୋମ୍ ଟାଇମଲାଇନ୍ ଦେଖିବାକୁ ମିଳିବ। ଏହାଦ୍ବାରା ୟୁଜର୍ସଙ୍କ ,ଏକ୍ସପିରିଏନ୍ସ ଖୁବ୍ ଭଲ ହେବାକୁ ଯାଉଛି। ତେବେ ମସ୍କ ଏନେଇ ଅଧିକ ସୂଚନା ଦେଇ ନାହାନ୍ତି।

ଆଉ ଏକ ଟ୍ବିଟ୍‌ରେ ଏଲନ ମସ୍କ କହିଛନ୍ତି, ବ୍ଳୁ ଟିକ୍ ସେବା ସଦସ୍ୟତା ଆଗାମୀ ସପ୍ତାହରୁ ଆରମ୍ଭ ହୋଇପାରେ। ଉଲ୍ଲେଖନୀୟ ଯେ, ମସ୍କ ଟେସଲା ଓ ସ୍ପେସଏକ୍ସ ସହିତ ରୋବୋକ୍ସ, ନେସଲେ ଲକହିନ୍ ମାର୍ଟିନ ସହିତ ବହୁ ବଡ ବ୍ରାଣ୍ଡ ଫେକ୍ ଆକାଉର୍ଟ ବ୍ଲୁକ ଟିକ୍ ମାମଲା ସାମନାକୁ ଆସିଥିଲା। ଉଲ୍ଲେଖନୀୟ ଯେ, ଗତ ସପ୍ତାହରେ କମ୍ପାନୀ ବ୍ଲୁ ସବସ୍କ୍ରିପସନ୍ ଫିଚର ଜାରି କରିଥିଲା। ଏଥିପାଇଁ ୟୁଜରଙ୍କୁ ୮ ବିଲିୟନ ଡଲାର ହେବାର ଘୋଷଣା କରିଥିଲେ। ତେବେ ଏହାର ଭୁଲ ଫାଇଦା ବହୁ ଲୋକ ମଧ୍ୟ ଉଠାଇଥିଲେ। ବହୁ ଲୋକ ବ୍ଲୁ ଟିକ୍ ପାଇଯାଇଥି​‌ଲେ ଓ ସେମାନେ ମଜାଳିଆ ଢଙ୍ଗରେ ଟ୍ବିଟ୍‌ କରି କମ୍ପାନୀର କୋଟି କୋଟି ଟଙ୍କାର କ୍ଷତି କରିଥିଲେ।ବର୍ତ୍ତମାନ ଏହି ଫିଚରକୁ ରୋକି ଦିଆଯାଇଛି, କିନ୍ତୁ ଏଲନ୍ ମସ୍କ କହିଛନ୍ତି, ଏକ ସପ୍ତାହ ଭିତରେ ଏହାକୁ ପୁଣିଥରେ ଆରମ୍ଭ କରାଯିବ।


Share It

Comments are closed.