ବ୍ରାହ୍ମ ମୂହୁର୍ତରେ କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ, ଜୀବନରେ ଦେଖାଦେଇଥାଏ ସମସ୍ୟା


ବ୍ରାହ୍ମ ମୁହୂର୍ତ୍ତକୁ ଶାସ୍ତ୍ରରେ ବହୁତ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ପ୍ରାଚୀନ କାଳରେ ମୁନିଋଷି ବ୍ରାହ୍ମ ମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରି ସ୍ନାନ ଆଦି ସାରି ଈଶ୍ୱରଙ୍କ ବନ୍ଦନା କରୁଥିଲେ। ଏବେ ବି ଅନେକ ଲୋକ ବ୍ରାହ୍ମ ମୁହୂର୍ତ୍ତରେ ଉଠିବାକୁ ପସନ୍ଦ କରନ୍ତି। କିଛି ଲୋକେ ବ୍ରାହ୍ମ ମୁହୂର୍ତ୍ତରେ ଉଠି ଈଶ୍ୱରଙ୍କୁ ବନ୍ଦନା କରନ୍ତି। ବ୍ରାହ୍ମ ମୁହୂର୍ତ୍ତ କେବଳ ଶାସ୍ତ୍ର ଦୃଷ୍ଟିକୋଣରୁ ନୁହେଁ ବରଂ ଆୟୁର୍ବେଦ ଓ ଆଧୁନିକ ଚିକିତ୍ସା ପଦ୍ଧତି ଦୃଷ୍ଟିକୋଣରୁ ବି ମହତ୍ତ୍ୱପୂର୍ଣ୍ଣ। ବ୍ରାହ୍ମ ଅର୍ଥ ଜ୍ଞାନ, ବ୍ରାହ୍ମ ମୁହୂର୍ତ୍ତ ଅର୍ଥାତ ଜ୍ଞାନର ସମୟ।

ଶାସ୍ତ୍ର ଅନୁସାରେ ବ୍ରାହ୍ମ ମୁହୂର୍ତ୍ତରେ ଉଠିଲେ ଆୟୁଷ ବୃଦ୍ଧି ହୋଇଥାଏ। ବ୍ୟକ୍ତି ରୋଗମୁକ୍ତ ବି ରୁହନ୍ତି। ସକାଳ ସମୟ ଲୋକଙ୍କ ସୁସ୍ଥ ଓ ସୁଖମୟ ଜୀବନ ପାଇଁ ବହୁତ ଜରୁରୀ। ଏହି ମୁହୂର୍ତ୍ତ ଅତ୍ୟନ୍ତ ଶୁଭ କିନ୍ତୁ ଏହି ସମୟରେ କିଛି କାମ କରିବାକୁ ବାରଣ କରାଯାଇଛି। ବ୍ରାହ୍ମ ମୁହୂର୍ତ୍ତରେ କି କି କାମ କରିବା ଉଚିତ ନୁହେଁ ଜାଣନ୍ତୁ…

*ବ୍ରାହ୍ମ ମୁହୂର୍ତ୍ତରେ ଉଠି କିଛି ଯୋଜନା କରିବା କିମ୍ବା କୌଣସି ଗୁରୁତ୍ତ୍ୱପୂର୍ଣ ନିର୍ଣ୍ଣୟ ନେବା ଶୁଭ ହୋଇଥାଏ। କିନ୍ତୁ ଏହି ସମୟରେ କୌଣସି ନକାରାତ୍ମକ ଚିନ୍ତା ମନକୁ ଆଣିବା ଉଚିତ ନୁହେଁ। ବ୍ରାହ୍ମ ମୁହୂର୍ତ୍ତରେ ନକାରାତ୍ମକ ଚିନ୍ତାଧାରା ଆପଣଙ୍କୁ ଅଧିକ ଚିନ୍ତିତ କରିପାରେ। ଏହାଦ୍ଵାରା ବ୍ୟକ୍ତି ଦିନ ତମାମ ଅବସାଦରେ ରହିଥାନ୍ତି।

*ବ୍ରାହ୍ମ ମୁହୂର୍ତ୍ତରେ ଭଗବାନଙ୍କୁ ସ୍ମରଣ କଲେ ଦିନ ଭଲରେ କଟିଥାଏ। ମନରେ ସକାରାତ୍ମକ ଚିନ୍ତାଧାରା ଆସିଥାଏ। ଏହି ପବିତ୍ର ସମୟରେ ପ୍ରଣୟ ସମ୍ବନ୍ଧ ରଖିବା ଉଚିତ ନୁହେଁ। ଏହି ସମୟରେ ସମ୍ବନ୍ଧ ରଖିଲେ ଶରୀରକୁ ରୋଗ ଆକ୍ରାନ୍ତ କରିଥାଏ ଏବଂ ଆୟୁଷ ମଧ୍ୟ କମିଯାଇଥାଏ।

*ଅନେକ ଲୋକଙ୍କ ଅଭ୍ୟାସ ସକାଳୁ ଉଠି ଚା’ ଜଳଖିଆ ଖାଆନ୍ତି। ଏହି ଅଭ୍ୟାସ ଭଲ ନୁହେଁ। ବ୍ରାହ୍ମ ମୁହୂର୍ତ୍ତରେ କିମ୍ବା ସକାଳୁ ଉଠୁ ଉଠୁ ଭୋଜନ କରନ୍ତି ତାହାଲେ ବ୍ୟକ୍ତି ରୋଗାକ୍ରାନ୍ତ ହୋଇଥାନ୍ତି।

*ବ୍ରାହ୍ମ ମୁହୂର୍ତ୍ତରେ ଉଠି ସର୍ବ ପ୍ରଥମେ ଈଶ୍ୱରଙ୍କୁ ସ୍ମରଣ କରିବା ଉଚିତ। ଏହାପରେ ମାତା-ପିତା, ଗୁରୁ ଓ ପରିବାର ସମ୍ପର୍କରେ ଚିନ୍ତା କରନ୍ତୁ। ତାପରେ ଖାଦ୍ୟ ଗ୍ରହଣ କରନ୍ତୁ।

ଇଣ୍ଟରନ୍ୟାସନାଲ୍ ଜର୍ଣ୍ଣାଲ୍ ଅଫ୍ ଯୋଗ ଏବଂ ଆଲିଏଡ୍ ସାଇନ୍ସସ୍ ଅନୁଯାୟୀ, ପ୍ରଭାତ ସମୟରେ ବାୟୁମଣ୍ଡଳରେ ନାସେଣ୍ଟ ଅମ୍ଳଜାନର ଉପଲବ୍ଧତା ରହିଥାଏ | ଏହି ନୂତନ ଅମ୍ଳଜାନ ହେମୋଗ୍ଲୋବିନ୍ ସହିତ ଅକ୍ସିହେମୋଗ୍ଲୋବିନ୍ ସହିତ ସହଜରେ ମିଶ୍ରିତ ହୁଏ, ଯାହାର ନିମ୍ନଲିଖିତ ଲାଭ ଅଛି:

-ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ |
-ଶକ୍ତି ସ୍ତର ବୃଦ୍ଧି କରେ |
-ରକ୍ତ pH ର ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ | -ଯନ୍ତ୍ରଣା ଏବଂ କଷ୍ଟରୁ ମୁକ୍ତି ଦେଇଥାଏ |
-ଖଣିଜ ପଦାର୍ଥ ଏବଂ ଭିଟାମିନ୍‌ର ଅବଶୋଷଣକୁ ବଢ଼ାଇଥାଏ |


Share It

Comments are closed.