୨୦ ଡିସେମ୍ବରରେ ଚାରୋଟି ଭାଷାରେ ରିଲିଜ ହେବ ‘ଦବଙ୍ଗ-୩’


ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ଫିଲ୍ମ ଦବଙ୍ଗ-୩ ୨୦ ଡିସେମ୍ବରରେ ରିଲିଜ ହେବାର ଅଛି । ଏହି ଫିଲ୍ମ ହିନ୍ଦୀ, କନ୍ନଡ, ତାଲିମ ଏବଂ ତେଲୁଗୁ ଭଳି ଚାରୋଟି ଭାଷାରେ ରିଲିଜ ହେବାର ଅଛି । ସଲମାନ, ନିଜେ ଏହି ଫିଲ୍ମ ସଂପର୍କରେ ନିର୍ଦ୍ଦେଶକ ପ୍ରଭୁଦେବାଙ୍କ ସହ ଏକ ଫଟୋ ସେୟାର କରି ଏଇ ସଂପର୍କରେ ସୂଚନା ଦେଇଛନ୍ତି । ସଲମାନ ଟ୍ୱିଟ କରି ନିଜେ ଏହି ସଂପର୍କରେ ଘୋଷଣା କରିଛନ୍ତି ଯେ, “ଚୁଲବୁଲ ପାଣ୍ଡେ ୨୦ ଡିସେମ୍ବରରେ ହିନ୍ଦୀ, କନ୍ନଡ, ତାମିଲ ଏବଂ ତେଲୁଗୁ ଭାଷାରେ ଆପଣଙ୍କ ପାଖକୁ ଆସିବାକୁ ଯାଉଛି ।”ପ୍ରକାଶ ଥାଉକି, ସଲମାନ ଏବଂ ପ୍ରଭୁଦେବା ଉଭୟ ୨୦୦୯ରେ ‘ୱାଣ୍ଟେଡ’ ଫିଲ୍ମରେ ଏକାଠି କାମ କରିଥିଲେ । ‘ଦବଙ୍ଗ ୩’ରେ ଅଭିନେତା ତଥା ଫିଲ୍ମ ନିର୍ଦ୍ଦେଶକ ‘ମହେଶ ମଞ୍ଜରେକର’ଙ୍କ ଝିଅ ପ୍ରଥମ ଥର ପାଇଁ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ଏହି ନବାଗତ ଅଭିନେତ୍ରୀ ସଲମାନଙ୍କ ସହ ଫିଲ୍ମରେ ରୋମାନ୍ସ କରୁଥିବା ନଜର ସାମନାକୁ ଆସିବ ।


Share It

Comments are closed.