କ୍ୟୁରିଅସ୍ କବ୍‌ସ ପକ୍ଷରୁ ଭୁବନେଶ୍ୱରରେ ନୂଆ ପ୍ରି-ସ୍କୁଲ କେନ୍ଦ୍ର ଉଦଘାଟିତ


ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ପ୍ରି-ସ୍କୁଲ କ୍ୟୁରିଅସ୍ କବ୍‌ସ ପକ୍ଷରୁ ଭୁବନେଶ୍ୱରର ଜାଗମରା ସୁନ୍ଦରପଦା ରୋଡ୍‌ରେ ଏହାର ନୂତନ ପ୍ରି-ସ୍କୁଲ କେନ୍ଦ୍ର ଖୋଲାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଏହାକୁ ଭୁବନେଶ୍ୱର ମହାନଗର ନିଗମ ମେୟର ଡକ୍ଟର ସୁଲୋଚନା ଦାସ ଉଦଘାଟନ କରିଥିବା ବେଳେ ସଂସ୍ଥାର ସହ ପ୍ରତିଷ୍ଠାତା ଦେବଶ୍ରୀ ଦେବଯାନି ଉପସ୍ଥିତ ଥିଲେ । ଏହାର ପ୍ରଥମ କେନ୍ଦ୍ର ସମ୍ବଲପୁରରେ ରହିଥିବା ବେଳେ ସେଠାରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି । ପ୍ରାରମ୍ଭିକ ଶିଶୁ ଶିକ୍ଷା ଓ ପିଲାମାନଙ୍କ ଗୁଣାତ୍ମକ ଶିକ୍ଷାକୁ ନେଇ ରହିଥିବା ଅନ୍ତରକୁ ଦୂର କରିବା ଲକ୍ଷ୍ୟ ନେଇ କ୍ୟୁରିଅସ୍ କବ୍‌ସ ଏହାର ଉପସ୍ଥିତିକୁ ଭୁବନେଶ୍ୱରକୁ ସମ୍ପ୍ରସାରଣ କରିଛି ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଏମ୍‌ସି ମେୟର ଡକ୍ଟର ସୁଲୋଚନା ଦାସ କହିଛନ୍ତି ଯେ, “ମହାମାରୀ ଯୋଗୁଁ ଦୁଇ ବର୍ଷ ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହୋଇଛନ୍ତି ଓ ସର୍ବାଧିକ ପ୍ରଭାବିତ ଛାତ୍ରଛାତ୍ରୀମାନେ ହୋଇଛନ୍ତି । ଏକ ପ୍ଲେ ସ୍କୁଲ ପିଲାମାନଙ୍କ ଭବିଷ୍ୟତକୁ ଆକାର ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ଏବଂ ତାହାର ପରିବେଶ ସେମାନଙ୍କ ପାଇଁ ସୁହାଇବା ଭଳି ହେବା ଦରକାର । କ୍ୟୁରିଅସ୍ କବ୍‌ସ ପିଲାମାନଙ୍କ ପାଇଁ ସେଭଳି ପରିବେଶ ସୃଷ୍ଟି କରିଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଛି । ଓଡ଼ିଶା ସରକାର ମୋ ସ୍କୁଲ ଅଭିଯାନରେ ସରକାରୀ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପାଇଁ ବହୁତ ଭଲ ପରିବେଶ ପରିବେଶ ବିକଶିତ କରିଛନ୍ତି । ସରକାରଙ୍କ ପାଇଁ ଶିକ୍ଷା ହେଉଛି ଅନ୍ୟତମ ଅଗ୍ରାଧିକାର କ୍ଷେତ୍ର ।’’
ଦେବଶ୍ରୀ ଦେବଯାନି, ସହ ପ୍ରତିଷ୍ଠାତା, କ୍ୟୁରିଅସ୍ କବ୍‌ସ କହିଛନ୍ତି ଯେ, “ଶିଶୁମାନଙ୍କ ସାମଗ୍ରିକ ବିକାଶ ପାଇଁ ଆମେ ଗୁରୁଗାଓଁର ଶିକ୍ଷକ ପ୍ରଶିକ୍ଷଣ ସଂସ୍ଥା ଟିଚ୍ ଫୋର୍ସ; ବେଙ୍ଗାଲୁରୁର ଡାଏଟ ଆଣ୍ଡ୍ ନ୍ୟୁଟ୍ରିସନ୍ କନସଲଟାନ୍ସି ଆଲମା ନରିସର ଓ ମୁମ୍ବାଇର ଆର୍ଲି ଚାଇଲଡ୍‌ହୁଡ୍ ଆସୋସିଏସନ୍ ସହିତ ସହଯୋଗିତା ସ୍ଥାପନ କରିଛୁ । ଅଭିଭାବକମାନଙ୍କୁ ସଚେନତ କରିବା ଲାଗି କ୍ୟୁରିଅସ୍ କବ୍‌ସ ପକ୍ଷରୁ ବିଭିନ୍ନ ଅଭିଭାବକ ଅଧିବେଶନ ଆୟୋଜନ କରାଯାଉଛି । ସମ୍ପୂର୍ଣ୍ଣ ଶିକ୍ଷାବର୍ଷରେ ବିଭିନ୍ନ କାର୍ଯ୍ୟକ୍ରମ ଓ ଆଉଟ୍‌ଡୋର ଟ୍ରିପ୍ ମଧ୍ୟ ଆୟୋଜନ କରାଯାଉଛି ।
ଭାରତର ୧୫୦୦ର ଅଧିକ ଏକ୍ସସିଡ୍ ସ୍କୁଲ ମଧ୍ୟରେ ଶ୍ରେଷ୍ଠ ୨୫ ପ୍ରେରଣାଦାୟୀ ସ୍କୁଲ ମଧ୍ୟରେ କ୍ୟୁରିଅସ୍ କବ୍‌ସକୁ ଚୟନ କରାଯାଇଛି ଯାହା ନିକଟରେ “୨୫ ଷ୍ଟୋରିଜ୍ ଏବାଉଟ୍ ଏକ ମିଲିୟନ ଚିଲଡ୍ରେନ’ରେ ପ୍ରକାଶ ପାଇଥିଲା । ଆମେ ଓଡ଼ିଶାର ପ୍ରଥମ ପ୍ରି-ସ୍କୁଲ ଭାବେ ଉତମ ଅଭିଭାବକ ଶିକ୍ଷକ ଯୋଗାଯୋଗ ପାଇଁ ଏକ ମୋବାଇଲ୍ ଆପ୍ ଉନ୍ମୋଚନ କରିଛୁ ।
ଛାତ୍ରଛାତ୍ରୀ ଶିକ୍ଷକଙ୍କ ୧:୧୦ ଅନୁପାତ ସହିତ ଆମେ ପାରମ୍ପରିକ ଶିକ୍ଷାଦାନ ପଦ୍ଧତିରେ ପରିବର୍ତନ ଆଣିବାକୁ ଚାହୁଛୁ । ଆମର ଶିକ୍ଷକମାନେ ପରୀକ୍ଷାମୂଳକ ଭିତିକ ପାଠପଢ଼ାକୁ ଅନୁସରଣ କରୁଛନ୍ତି ଯାହା ଚିରାଚରିତ କାହାଣୀ ଶୁଣାଇବା ଠାରୁ ଭିନ୍ନ । ଆମେ ଗୁଣାତ୍ମକ ଶିକ୍ଷାଦାନ କରୁଛୁ ଓ ଏକ ଚାପମୁକ୍ତ ଓ ସହାୟକ ପରିବେଶ ନିଶ୍ଚିତ କରୁଛୁ । ଆମର ଶିକ୍ଷକମାନେ ଦେଶର ଶ୍ରେଷ୍ଠ ସ୍କୁଲର ଶିକ୍ଷା ବିଶେଷଜ୍ଞମାନଙ୍କ ଦ୍ୱାରା ଉଚ୍ଚ ତାଲିମପ୍ରାପ୍ତ ।
କ୍ୟୁରିଅସ୍ କବ୍‌ସ ପିଲାମାନଙ୍କ ସୁରକ୍ଷା ଓ ଆରାମର ଯତ୍ନ ନେଉଛି । ସ୍କୁଲ ପରିସରକୁ ଷ୍ଟେଟ୍ ଅଫ୍ ଆର୍ଟ ଭିତିଭୂମି ସହ ପ୍ରସ୍ତୁତ କରାଯାଇଥିବା ବେଳେ କ୍ୟାମ୍ପସରେ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ରହିଛି ଓ ଶ୍ରେଣୀ ଗୃହଗୁଡ଼ିକ ହେଉଛି ଶୀତତାପ ନିୟନ୍ତ୍ରିତ । ଆମେ ପ୍ରାରମ୍ଭିକ ଶିଶୁ ଶିକ୍ଷା କ୍ଷେତ୍ରରେ ନୂତନ ମାନଦଣ୍ଡ ଧାର୍ଯ୍ୟ କରିବାକୁ ଚାହୁଛୁ ।


Share It

Comments are closed.