ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ (ଜେକେୟୁ), ଭୁବନେଶ୍ୱର ପକ୍ଷରୁ ଓଡ଼ିଶାରେ ଅର୍ଗାନିକ ଓ ପ୍ରାକୃତିକ ଚାଷ ପାଇଁ ପାଇଲଟ୍ ପ୍ରକଳ୍ପର ଶୁଭାରମ୍ଭ


ଭୁବନେଶ୍ୱର: ବର୍ତମାନ ନିର୍ମାଣାଧୀନ ପର୍ଯ୍ୟାୟରେ ଥିବା ଜଗଦଗୁରୁ କୃପାଳୁୁ ବିଶ୍ୱବିଦ୍ୟାଳୟ (ଜେକେୟୁ) ପକ୍ଷରୁ ଭୁବନେଶ୍ୱରରେ “ଦି ଅର୍ଗାନିକ୍ ଓଡ଼ିଶା’ ପାଇଲଟ୍ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଏହି ମୂଲ୍ୟବାନ ଅଭିଯାନ ଓଡ଼ିଶାରେ ଅର୍ଗାନିକ ଓ ପ୍ରାକୃତିକ ଚାଷ ପାଇଁ ସହାୟକ ହେବ ଓ ତାହାକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବ । ଓଡ଼ିଶାର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ସେମାନଙ୍କ ନିରନ୍ତର ଜୀବନଜୀବିକା ଓ ଖାଦ୍ୟ ନିରାପତା ପାଇଁ ଅର୍ଗାନିକ ଓ ପ୍ରାକୃତିକ ଚାଷର ପ୍ରସାର କରାଯିବ । ୨୦୧୫ରେ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଅର୍ଗାନିକ ଚାଷ ସମ୍ପର୍କିତ ନୀତିକୁ କାର୍ଯ୍ୟକାରୀ କରିବାରେ ଏହା ସମର୍ଥନ ଦେବ ଓ ଉତ୍ସାହିତ କରିବ ।
ଦି ଅର୍ଗାନିକ ଓଡ଼ିଶା ଅଭିଯାନକୁ ନନବନ ଫାଉଣ୍ଡେସନ ଅଫ ଡଲାର, ୟୁଏସଏ ସହଯୋଗରେ କାର୍ଯ୍ୟକାରୀ କରାଯାଉଛି । ଏହି ପ୍ରକଳ୍ପକୁ ଆଗକୁ ବଢ଼ାଇବା ଲାଗି ଏହି ଅଗ୍ରଣୀ ଦାତବ୍ୟ ଅନୁଷ୍ଠାନ ଜେକେୟୁକୁ ଆର୍ଥିକ ଓ ବୈଷୟିକ ସହଯୋଗ ପ୍ରଦାନ କରୁଛି । ଏକ ସୁସ୍ଥକର ଜୀବନ ଲାଗି ସମସ୍ତଙ୍କ ପାଇଁ ଅର୍ଗାନିକ ଖାଦ୍ୟକୁ ସୁଲଭ ମୂଲ୍ୟର କରିବା ଲାଗି ଭାରତରେ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ନନବନ ଫାଉଣ୍ଡେସନ ପ୍ରତିବଦ୍ଧ ରହିଛି । ନିଜ ରିବେଶର ଏକ ଅଂଶ ଭାବେ ଅର୍ଗାନିକ ଚାଷକୁ ଗ୍ରହଣ କରିବା ଚାଷୀଙ୍କୁ ସଶକ୍ତ କରିବାକୁ ସେମାନେ ଉଦ୍ୟମ କରୁଛନ୍ତି ଯାହା ଜରିଆରେ ବିନା କୌଣସି ରାସାୟନିକ ସାର ଓ କିଟନାଶକ ପ୍ରୟୋଗରେ ନିରନ୍ତର ଉତ୍ପାଦକତା ହାସଲ କରାଯାଇପାରିବ ।
ଏହି ଅବସରରେ ଜେକେୟୁ, ଓଡ଼ିଶାର ପ୍ରତିଷ୍ଠାତା ସ୍ୱାମୀ ମୁକୁନ୍ଦାନନ୍ଦଜୀ କହିଛନ୍ତିଯେ “ପ୍ରାକୃତିକ ଓ ଅର୍ଗାନିକ ଚାଷ ହେଉଛି ମାନବ ସମାଜ ଓ ପୃଥିବୀ ପାଇଁ ନିହାତି ଜରୁରୀ । ଏହା ଏକ ପରିବେଶ ଆନ୍ଦୋଳନ ଭାବେ ଆରମ୍ଭ ହୋଇଥିଲା, କିନ୍ତୁ ଏବେ ଅର୍ଗାନିକ ଚାଷ ସୁସ୍ଥକର ଭାରତ ପାଇଁ ଜରୁରୀ ହୋଇପଡ଼ିଛି । ପାଣିପାଗ ପରିବର୍ତନର ମୁକାବିଲା ଲାଗି ଏଥିରେ ଏକ ଦୃଢ଼ ପରିବେଶ ଦିଗ ରହିଥିବା ବେଳେ ଏହା ତୃଣମୂଳ ସ୍ତରରୁ ଚାଷୀଙ୍କ ପଦକ୍ଷେପରେ କୃଷି ଭିତିକ ଜୈବ ବିବିଧତା ପ୍ରଦାନ କରୁଛି । ଚାଷୀମାନଙ୍କୁ ସଚେତନ କରିବା ଏବଂ ସେମାନଙ୍କ ଚାଷ ଦକ୍ଷତାକୁ ବଢ଼ାଇବା ହେଉଊି ଏହି ଅଭିଯାନର ପ୍ରଗତି ପାଇଁ ଜରୁରୀ । ଭାରତରେ ଅର୍ଗାନିକ ଓ ପ୍ରାକୃତିକ ଚାଷର ଜରୁରୀକାଳୀନ ସ୍ଥିତିକୁ ବିଚାର, ଆମେରିକାର ଦାତବ୍ୟ ସଂଗଠନ ଓ ବିଶ୍ୱସ୍ତରରେ ପ୍ରାକୃତିକ ଚାଷର ପ୍ରସାର କରୁଥିବା ସଂସ୍ଥା ନନବନ ଫାଉଣ୍ଡେସନ ସହ ସହଯୋଗିତାରେ ଜେକେୟୁରେ ଦି ଅର୍ଗାନିକ ଓଡ଼ିଶା ପ୍ରକଳ୍ପର ଶୁଭାରମ୍ଭ କରାଯାଉଥିବାରୁ ମୁଁ ବହୁତ ଖୁସି ଓ କୃତଜ୍ଞ ମନେ କରୁଛି ।’’
“୨୦୩୬ ସୁଦ୍ଧା ଓଡ଼ିଶାର ୧୦% ଚାଷ ଜମିକୁ ଅର୍ଗାନିକ ଓ ପ୍ରାକୃତିକ ଚାଷ ପାଇଁ ରୂପାନ୍ତରିତ କରିବାର ଚିନ୍ତାଧାରା ରହିଛି । ତାହା ହେଉଛି ଓଡ଼ିଶାର ୧୦୦ତମ ପ୍ରତିଷ୍ଠା ବାର୍ଷିକୀ ବର୍ଷ । ଏକ ଦୃଢ଼ ଅର୍ଗାନିକ ଖାଦ୍ୟ ଶୃଙ୍ଖଳା ଶିଳ୍ପ ରାଜ୍ୟକୁ ଆଣିବା ଓ ସେଥିରେ ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ଏହା ଏକ ସୁଯୋଗ । ତେଣୁ, ଏହା ଦେଶ ଓ ରାଜ୍ୟରେ ଅର୍ଥନୀତିର ଚକ୍ରାକାର ଓ ନିରନ୍ତର କ୍ଷେତ୍ର ପରିକଳ୍ପନାକୁ ସୁଦୃଢ଼ କରିବ । ଭିନ୍ନ ପରିବେଶ ଓ ସାମାଜିକ ଅର୍ଥନୈତିକ ପରିବେଶ ତୁଳନାରେ ସକାରାତ୍ମକ ଫଳାଫଳ ପ୍ରଦାନ କରିବା ଉପରେ ଏହା ଗୁରୁତ୍ୱ ପ୍ରଦାନ କରିବ । ଏହି ପ୍ରକଳ୍ପ ଭବିଷ୍ୟତ ପାଇଁ ଉଦାହରଣ ସାବ୍ୟସ୍ତ ହେବ ବୋଲି ଜେକେୟୁର କୁଳପତି ଡକ୍ଟର ଏସ୍ କେ ଦାଶ କହିଛନ୍ତି ।’’
ନନବନ ଫାଉଣ୍ଡେସନ, ୟୁଏସ୍‌ଏ ଓ ଓଡ଼ିଶାର ସ୍ପର୍ଶ ସୋସିଆଲ ଫାଉଣ୍ଡେସନ, ଜେକେ ପେପର କଂପାନିର ସିଏସ୍‌ଆର କାର୍ଯ୍ୟକ୍ରମ ସହଯୋଗରେ ଜେକେୟୁର ଏହା ହେଉଛି ଏକ ମହତ ଉଦ୍ୟମ । ଏହି ପ୍ରକଳ୍ପକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ସେମାନେ ନିଜର ପରିଚାଳନା କ୍ଷେତ୍ରକୁ ପ୍ରଦାନ କରିଛନ୍ତି । ଆସନ୍ତା ତିନି ବର୍ଷରେ ରାୟଗଡ଼ା, ପୁରୀ ଓ କଟକ ଜିଲ୍ଲାର ୨୦ଟି ଭିନ୍ନ କ୍ଲଷ୍ଟରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏହାର ଲକ୍ଷ୍ୟ ହେଉଛି ଏହି କ୍ଲଷ୍ଟର (ପୁଞ୍ଜ)ଗୁଡ଼ିକରେ ଅର୍ଗାନିକ ଓ ପ୍ରାକୃତିକ ଚାଷ କ୍ଷେତ୍ରରେ ନମୁନା ସୃଷ୍ଟି କରିବା ଯାହାକୁ ଅନ୍ୟ ଜିଲ୍ଲାଗୁଡ଼ିକ ଅନୁସରଣ କରିବେ ଏବଂ ଆଗାମୀ ଦିନରେ ତାହାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରାଯିବ ।
ଏହି ପ୍ରକଳ୍ପ ୨୦ଟି କ୍ଲଷ୍ଟରରେ ୨୫୦୦ ଚାଷୀଙ୍କ ପାଖରେ ପହଂଚି ପ୍ରାକୃତିକ ଚାଷ କରିବା ଲାଗି ୫୦୦ ଗ୍ରାମକୁ ସଶକ୍ତ କରିବ । କୌଣସି ରସାୟନିକ ସାର କିମ୍ବା କିଟନାଶକ ଭିତିକ ଚାଷ ହୋଇନଥିବା ଜମିରେ କିମ୍ବା ରାସାୟନିକ ବ୍ୟବହାର ହୋଇଥିବା ଚାଷ ଜମିକୁ ଅର୍ଗାନିକ ଓ ପ୍ରାକୃତିକ ଚାଷ ପାଇଁ ରୂପାନ୍ତରିତ କରିବାରେ ଏହି ପ୍ରଥାକୁ ଗ୍ରହଣ କରାଯିବ । ପ୍ରତି କ୍ଲଷ୍ଟରରେ ଅତିକମ୍‌ରେ ୧୨୫ ଚାଷୀ ଓ ୫୦ ଏକର ଜମି ନିୟୋଜିତ ଆଧାରରେ ତିନି ବର୍ଷରେ ଏହି ପାଇଲଟ୍ ଅଭିଯାନକୁ ୧୦୦୦ ଏକରରେ ରୂପାନ୍ତରିତ କରାଯିବ । ସରକାରୀ ସ୍କିମ୍ ଓ ଘରୋଇ କ୍ଷେତ୍ର (ବିଶେଷ କରି କର୍ପୋରେଟ୍ ସିଏସ୍‌ଆର୍ ଓ ନିରନ୍ତର ଅଭିଯାନ) ସହଯୋଗରେ ଜରିଆରେ ରାଜ୍ୟର ଲୋକ ଓ ଚାଷୀମାନଙ୍କ ବିକଳ୍ପ ଜୀବନୀଜୀବିକା ପାଇଁ ଅର୍ଗାନିକ ଚାଷକ ପ୍ରସାର କରିବା ଉପରେ ଗୁରୁତ୍ୱାରୋପ କରାଯିବ ।
ଏହି ପ୍ରକଳ୍ପର ପ୍ରାକ୍ଟିକାଲ୍ ଜ୍ଞାନ ଜେକେୟୁର ଏଗ୍ରିକଲଚରାଲ୍ ଟେକ୍ନୋଲୋଜି ଆଣ୍ଡ୍ ଇକୋନମିକ୍ସ ଛାତ୍ରଛାତ୍ରୀଙ୍କ ପାଠପଢ଼ାର ଆଧାର ହୋଇପାରିବ । ପୁନଶ୍ଚ, ଏହି କାର୍ଯ୍ୟକ୍ରମରେ ଗ୍ରାମାଂଚଳରେ “ଅର୍ଗାନିକ ହାଟ’ ସ୍ଥାପନ କରି କ୍ଷେତରେ ଚାଷୀମାନଙ୍କ ଶ୍ରେଷ୍ଠ ପ୍ରଥାର ପ୍ରସାର କରାଯିବା ସହ ଚାଷୀ ଓ ଅନ୍ୟମାନଙ୍କ ପାଇଁ ଅର୍ଗାନିକ ଉତ୍ପାଦନରେ ସହାୟତା ପ୍ରଦାନ କରାଯିବ । ଏହି ପ୍ରକଳ୍ପର ଅନ୍ୟତମ ବୈଶିଷ୍ଟ୍ୟ ହେଉଛି ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି), ପ୍ରଡୁୃସର ଗ୍ରୁପ୍ ଓ ଚାଷୀଙ୍କ ଉତ୍ପାଦକ କଂପାନିକୁ ପ୍ରାକୃତିକ ଚାଷରେ ସାମିଲ କରାଯିବ ।


Share It

Comments are closed.