ଆମେରିକାକୁ ଧ୍ୱଂସ କରିଦେଲା କରୋନା ? ମୃତକଙ୍କ ସଂଖ୍ୟା ୧ ଲକ୍ଷରୁ ଉର୍ଦ୍ଧ୍ୱକୁ ଟପିଲା


କରୋନା ଭାଇରସର କହର ସମଗ୍ର ବିଶ୍ୱରେ ଜାରି ରହିଛି । ଏହି ମହାମାରି କରୋନା ଭାଇରସରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଆମେରିକା । ସେଠାରେ ଗତ ୨୪ ଘଣ୍ଟାରେ ୧୯,୭୯୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଅନ୍ୟପଟେ ୫୦୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ଲକ୍ଷ ୧୩ ଅତିକ୍ରମ କରିସାରିଥିବାବେଳେ ଅନ୍ୟପଟେ ମୃତକଙ୍କ ସଂଖ୍ୟା ୧୦୦,୫୭୨ରେ ଆସି ପହଞ୍ଚିଛି । ତେବେ ପୂର୍ବ ଦିନମାନଙ୍କ ଅପେକ୍ଷା ଗତ କାଲି ମୃତ୍ୟୁସଂଖ୍ୟା ସବୁଠାରୁ କମଥିବାର ଜଣାପଡିଛି ।
ସେହିଭଳି ସମଗ୍ର ବିଶ୍ୱରେ ଗତ ୨୪ ଘଣ୍ଟାରେ ୯୦ ହଜାର ୧୮୪ ନୂଆ ସଂକ୍ରମଣ ମାମଲା ସାମନାକୁ ଆସିବା ସହ ୩ ହଜାର ୯୬ ଜଣଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬ଲକ୍ଷ୪୦ ହଜାର ଅତିକ୍ରମ କରିସାରିଥିବାବେଳେ ମୃତକଙ୍କ ସଂଖ୍ୟା ୩ଲକ୍ଷ ୪୯ ହଜାର ୩୯୨ରେ ଆସି ପହଞ୍ଚିଛି । ବର୍ତ୍ତମାନ ୨୮ ଲକ୍ଷ ୮୩ ହଜାର ଲୋକ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଅନ୍ୟପଟେ ଚିକିତ୍ସା ପରେ ୨୪ଲକ୍ଷ ୬ ହଜାର ଲୋକ ଆରୋଗ୍ୟ ହୋଇଛନ୍ତି । ଆମେରିକା ତଳକୁ ସଂକ୍ରମଣ ତାଲିକାରେ ବ୍ରାଜିଲ ରହିଛି । ସେଠାରେ ଏପର୍ଯ୍ୟନ୍ତ ୩ ଲକ୍ଷ ୭୭ ହଜାର ୭୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବ୍ରାଜିଲରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୨୩ ହଜାର ୬୦୬ରେ ଆସି ପହଞ୍ଚିଛି । ଗତ ୨୪ ଘଣ୍ଟାରେ ବ୍ରାଜିଲେ ୮୦୬ ଜଣ ପ୍ରାଣ ହରାଇଥିବାବେଳେ ଆମେରିକା ତୁଳନାରେ ଏଠାରେ ଅଧିକ ମୃତ୍ୟୁ ବରଣ କରିଛନ୍ତି । ସେହିଭଳି ଋଷରେ ଏପର୍ଯ୍ୟନ୍ତ ୩ ଲକ୍ଷ ୬୨ ହଜାର ୩୪୨ ଜଣ ସଂକ୍ରମିତ ଥିବାବେଳେ ସେଠାରେ ୩ ହଜାର ୮୦୭ ଜଣଙ୍କ ମୃତ୍ୟୁ ଘଟିଛି । ସ୍ପେନରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୨ ହଜାର ୪୮୦ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୨୬ ହଜାର ୮୩୭ରେ ଆସି ପହଞ୍ଚିଛି ।


Share It

Comments are closed.