ଦେଶରେ ଗତ ୨୪ ଘଣ୍ଟାରେ ୭,୪୬୬ ନୂଆ ମାମଲା, ୧୭୫ ମୃତ


ଅନ୍ୟଦେଶମାନଙ୍କ ଭଳି ମଧ୍ୟ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟାରୁ ପୁଣିଥରେ ବୃଦ୍ଧି ପରିଲକ୍ଷିତ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମିତ ୭,୪୬୬ ନୂଆ ମାମଲା ସାମନାକୁ ଆସିଥିବାବେଳେ ଅନ୍ୟପଟେ ଏଥିରେ ୧୭୫ ଜଣଙ୍କ ମୃତ୍ୟୁ ଘଟିଛି । ଏହି ନୂଆ ମାମଲାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୬୫,୭୯୯ରେ ଆସି ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୭୧, ୧୦୬ ଜଣ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଅନ୍ୟ ବାକି ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୪,୭୦୬ ଜଣଙ୍କ ମୃତ୍ୟୁ ଘଟିଛି ।


Share It

Comments are closed.