ଲକଡାଉନ ପାଇଁ ଆମ୍ବୁଲାନ୍ସ ଯୋଗେ ୩୨୧୩ କି.ମି ଯାତ୍ରା କରି ଘରେ ପହଞ୍ଚିଲେ ଦମ୍ପତି


କରୋନାକୁ ନେଇ ଉପୁଜିଥିବା ଲକଡାଉନ ପରିସ୍ଥିତି ମଧ୍ୟରେ ଚେନ୍ନାଇ ଫଶି ରହିଥିବା ତ୍ରିପୁରାର ଗୋମତି ଜିଲ୍ଲାର ଜଣେ ପରିବାର ଆମ୍ବୁଲାନ୍ସ ଜରିଆରେ ୩୨୧୩ କି.ମି ଯାତ୍ରା କରି ରବିବାର ନିଜର ଘରେ ପହଞ୍ଚିଛନ୍ତି । କିନ୍ତୁ ତାଙ୍କୁ କାହାକୁ ସହ ସାକ୍ଷାତ କରାନଯାଇ ବର୍ତ୍ତମାନ କ୍ୱାରେଣ୍ଟାଇନ ସେଣ୍ଟର ପଠାଇ ଦିଆଯାଇଛି । ଚଞ୍ଚଲ ମଜୁମଦାର ନିଜ ପତ୍ନୀ ଅସିମାଙ୍କ ସହିତ ଚେନ୍ନାଇର ଏକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଥିଲେ, କିନ୍ତୁ ଲକଡାଉନ ପାଇଁ ଆମ୍ବୁଲାନ୍ସ ଜରିଆରେ ଯାତ୍ରା କରି ସେ ରବିବାର ସନ୍ଧ୍ୟାରେ ଘରେ ପହଞ୍ଚିଛନ୍ତି । ଘରେ ପହଞ୍ଚିବା ମାତ୍ରକେ ତାଙ୍କୁ କ୍ୱାରେଣ୍ଟାଇନ ସେଣ୍ଟର ପଠାଇ ଦିଆଯାଇଛି । ଏହି ସଂପର୍କରେ ଅଧିକାରୀମାନେ ସୂଚନା ଦେଇଛନ୍ତି ।
ଶୁଣିବାକୁ ଏହା ମିଳିଛି ଯେ, ସେ ଉଦୟପୁର ସହରର ନିବାସୀ ଅଟନ୍ତି । ଏବଂ ୮ମେରେ ତାଙ୍କ ଝିଅର ବିବାହଘର ଥିବା ହେତୁ ସେଥିପାଇଁ ସେ ଲକଡାଉନ ମଧ୍ୟରେ ହିଁ ଘରେ ପହଞ୍ଚିବା ପାଇଁ ନିଷ୍ପତି ନେଇଥିଲେ । ଚଞ୍ଚଲ ମଜୁମଦାର କହିଛନ୍ତି ଯେ, ମୁଁ ମୋର ପତ୍ନୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିଲି । ଯେତେବେଳେ ଆମକୁ ସେଠାରୁ ଛୁଟି ମିଳିବାର ଥିଲା, ସେତେବେଳେ ଲକଡାଉନର ଘୋଷଣା କରାଇ ଦିଆଗଲା । ସେଠାରେ ରହିବା ଦ୍ୱାରା ଆମକୁ ଅନେକ ଖର୍ଚ୍ଚାନ୍ତ ହେବା ସହ ବହୁତ କଷ୍ଟ ହୋଇ ପଡିଥିଲା । ଏହା ଛଡା ୮ ମେରେ ଆମ ଝିଅର ବାହାଘର ଥିଲା । ଏଥିôପାଇଁ ଆମକୁ ଆସିବାକୁ ପଡିଥିଲା । ମଜୁମଦାର କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗର ଅବସରପ୍ରାପ୍ତ ସହ ନିର୍ଦ୍ଦେଶକ ଅଟନ୍ତି ।


Share It

Comments are closed.