ପ୍ରଦୀପଙ୍କ ଇସ୍ତଫାକୁ ନେଇ କଟାକ୍ଷ କଲେ ତାରା, କହିଲେ ପୂର୍ବରୁ ଯାଇଥିଲେ ଶନି ଓ ରାହୁ, ଏବେ ଗଲେ କେତୁ


କଂଗ୍ରେସରୁ ପ୍ରଦୀପ ମାଝି ଇସ୍ତଫା ଦେବେ ପରେ ରାଜନୀତି ହଇଚଇ । ଏହି ପରିପ୍ରେକ୍ଷୀରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଜୟପୁର ବିଧାୟକ ତାରାବାହିନୀ ପତି । ସେ କହିଛନ୍ତି କଂଗ୍ରେସ ଦଳରେ ଥିଲା ଗ୍ରହ ଦୋଷ। ପୂର୍ବରୁ ଶନି, ରାହୁ ଯାଇଥିଲେ ଏବେ କେତୁ ଗଲେ ।

ଏଣିକି କଂଗ୍ରେସ ଦଳର ଗ୍ରହ ଦୋଷ କଟିଲା ଏବେ ଦଳ ଭଲ ପ୍ରଦର୍ଶନ କରିବେ ବୋଲି ବିସ୍ପୋରକ ବୟାନ ଦେଇଛନ୍ତି ତାରା । ପ୍ରଦୀପ ମାଝୀଙ୍କ ଇସ୍ତଫା କଂଗ୍ରେସ ଦଳରେ କୌଣସି ପ୍ରଭାବ ପଡିବ ନାହିଁ ବରଂ ଏଣିକି କଂଗ୍ରେସ ଦଳ ଅଧିକ ଶକ୍ତିଶାଳୀ ହେବ ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି । ପ୍ରଦୀପ ମାଝୀ ଯାହା ବି ପାଇଛନ୍ତି କଂଗ୍ରେସ ଦଳରୁ ହିଁ ପାଇଛନ୍ତି । ସେ କଂଗ୍ରେସ ଦଳ ଛାଡିବା ଦ୍ବାରା ଦଳରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ତାରା ବାହିନୀ ପତି କହିଛନ୍ତି ।

ସେ ଲୋକ ପ୍ରିୟ ନଥିଲେକି ଟାଣୁଆ ନେତା ନଥିଲେ ଲୋକ ପ୍ରିୟ ଥିଲେ ୨ ଥର ହାରିଲେ କିପରି ବୋଲି ପ୍ରଶ୍ନ କରିଛନ୍ତି।ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହୋଇ ଗୋଟାଏ ବିଧାୟକଙ୍କୁ ଜିତାଇ ପାରିଲେ ନାହିଁ । କଂଗ୍ରେସରେ ଥାଇ କଂଗ୍ରେସ ଦଳକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିଲେ । ସେ ଦଳ ଛାଡିବାପରେ କଂଗ୍ରେସ ଅଧିକ ସୁଦୃଢ଼ ହେବ ବୋଲି କହିଛନ୍ତି ତାରା


Share It

Comments are closed.