୮୩ ଦିନର ଲଢ଼େଇ ପରେ ରୁଷିଆ ଅଧିନକୁ ଆସିଲା ୟୁକ୍ରେନ୍‌ର ମାରିୟୁପୋଲ, ୨୫୦ରୁ ଉର୍ଦ୍ଧ୍ୱ ୟୁକ୍ରେନ୍ ସେନା କଲେ ଆତ୍ମସମର୍ପଣ


ରୁଷିଆର ଶକ୍ତିଶାଳୀ ସେନା ସହିତ ୮୩ ଦିନ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବା ପରେ ଶେଷରେ ୟୁକ୍ରେନ୍ ସେନା ଆତ୍ମସମର୍ପଣ କରିଛି। ଫଳରେ ରୁଷିଆର ହାତମୁଠାକୁ ମାରିୟୁପୋଲ ସହର ଆସିଛି। ଏହି ସହରରେ ଷ୍ଟିଲ କାରଖାନାର ସୁଡଙ୍ଗରେ ରହି ଆକ୍ରମଣ କରୁଥିବା ୟୁକ୍ରେନ୍ ସେନା ରୁଷିଆ ସୈନିକଙ୍କ ଆଗରେ ଆତ୍ମସମର୍ପଣ କରିଛି। ମାରିୟୁପୋଲକୁ ନିଜ ଅକ୍ତିଆରକୁ ଆଣିବା ପରେ ରୁଷିଆ ସେନାର ଶକ୍ତି ବଢ଼ିଯାଇଛି।
ମାରିୟୁପୋଲକୁ ବଞ୍ଚାଇବା ପାଇଁ ରୁଷିୟ ସେନା ବହୁ ଉଦ୍ୟମ କରିଥିଲେ। ମାରିୟୁପୋଲ ହେଉଛି ୟୁକ୍ରେନ୍‌ର ଅନ୍ୟତମ ଗୁରୁତ୍ୱ ସହର। କିନ୍ତୁ କ୍ରୀମିୟାରେ ବିଶୁଦ୍ଧ ଜଳ କମ ମିଳିଥାଏ। ଏହି ପାଣି ମାରିୟୁପୋଲ ଦେଇ ନଦୀକୁ ପ୍ରବାହିତ ହୋଇଥାଏ। ୨୦୧୪ରେ କ୍ରୀମିୟା ଉପରେ ଜବରଦଖଲ ପରେ ୟୁକ୍ରେନ୍ ଏହି ନଦୀର ପାଣି ନାଳ ରାସ୍ତାରେ କ୍ରୀମିୟା ଯିବାକୁ ଅଟକାଇ ଦେଇଥିଲା। ଫଳରେ ସେଠାରେ ଜଳସଂକଟ ଦେଖାଯାଇଥିଲା। ଏବେ ମାରିୟୁପୋଲ ଉପରେ ଆଧିପତ୍ୟ ସହିତ କ୍ରୀମିୟାରେ ମଧୁର ଜଳର ସମସ୍ୟା ସବୁଦିନ ପାଇଁ ଶେଷ ହୋଇଯିବ।
ମାରିୟୁପୋଲ ମାଧ୍ୟମରେ ୟୁକ୍ରେନ୍ ସମୁଦ୍ରରେ ଜଳପଥରେ ବ୍ୟବସାୟ କରୁଥିଲା ଏବଂ ସେଠାରୁ ଅଧିକ ନେଭି ଅପରେଟ କରିଥିଲା। ଏହି ସହର ଉପରେ ସଂପୂର୍ଣ୍ଣ ଅତିକ୍ରମଣ ଦ୍ୱାରା ୟୁକ୍ରେନ୍ ହାତରୁ ସମୁଦ୍ର ପଥରେ ହେଉଥିବା ବ୍ୟବସାୟ ଏବଂ ନେଭିର ପରିଚାଳନା ରାସ୍ତା ପାଖପାଖି ବନ୍ଦ ହୋଇଯାଇଛି।


Share It

Comments are closed.