କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ହାର୍ଟ ଆଟାକ, ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି


ଦିଲ୍ଲୀରେ ଏକ ଜିମରେ ବ୍ୟାୟାମ କରିବା ସମୟରେ ଟିଭି ଜଗତର ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବ ହାର୍ଟ ଆଟାକର ଶିକାର ହୋଇଛନ୍ତି । ସେ ଦିଲ୍ଲୀର ଏମ୍ସରେ ଭର୍ତ୍ତି ହୋଇଛନ୍ତି । ସେ ମାତ୍ର ୫୯ ବର୍ଷୟ ଏବଂ ଏହା ଶୁଣିବା ପରେ ତାଙ୍କର ବହୁ ଫ୍ୟାନ ତାଙ୍କର ଆରୋଗ୍ୟ କାମନା କରିଛନ୍ତି ।
ରାଜୁ ବହୁ ଫିଲ୍ମ ସହିତ ଟିଭିର ଜଣେ ଜଣାଶୁଣା କମେଡିଆନ ଅଟନ୍ତି । ସେ ଲୋକପ୍ରିୟ ଟିଭି ସୋ ବିଗ ବସରେ ମଧ୍ୟ ଅଂଶଗ୍ରହଣ କରିସାରିଛନ୍ତି । ସେ ବହୁ ସୋରେ ମଧ୍ୟ ଷ୍ଟାଣ୍ଡ ଅପ କମେଡିଆନ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।


Share It

Comments are closed.