ଚୀନ୍‌ର ବର୍ବରତା: ଅନେକ ଯବାନଙ୍କ ଶରୀରକୁ ଧାରୁଆ ଅସ୍ତ୍ରରେ ବିଦ୍ଧ କରାଯାଇଛି, ମୁହଁ ମଧ୍ୟ ଚିହ୍ନି ହେଉନାହିଁ |


ଭାରତୀୟ ଯବାନଙ୍କ ସହ ଚୀନ୍‌ର ବର୍ବରତୀର ଖୁଲାସା ପୋଷ୍ଟମର୍ଟମ ରିପୋର୍ଟରେ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ଯବାନମାନଙ୍କ ଶରୀରରେ ଗଭୀର କ୍ଷତ ହୋଇଥିଲା। ୧୨ ଆହତ ସୈନିକଙ୍କ ମୃତ୍ୟୁ ହାଇପୋଥର୍ମିଆ ଅର୍ଥାତ୍ ଶରୀରର ତାପମାତ୍ରା ଏବଂ ଶ୍ୱାସରୁଦ୍ଧ ହେତୁ ହୋଇଥିଲା |
ମୃତଦେହର ପୋଷ୍ଟମର୍ଟମ ଲେହର ଏସଏନଏମ ହସ୍ପିଟାଲରେ କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ ୧୭ ଜଣ ଯବାନଙ୍କ ଶରୀରରେ ଗଭୀର ଆଘାତ ଚିହ୍ନ ରହିଛି। ବୋଧହୁଏ ତିନିଜଣ ସୈନିକ ବୁଡ଼ିଯିବା କାରଣରୁ ମୃତ୍ୟୁ ବରଣ କରିଛନ୍ତି। ଏଥିସହିତ, ବାକି ଯବାନମାନେ କିଛି ତୀକ୍ଷ୍ଣ ଅସ୍ତ୍ରରେ ଆଘାତ ପାଇଥିଲେ, ଯେଉଁ କାରଣରୁ ସେମାନଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା।

ତିନି ଜଣ ଯବାନଙ୍କ ଚେହେରା ଏପରି ଭାବରେ ବଦଳି ଯାଇଥିଲା ଯେ ସେମାନଙ୍କୁ ଚିହ୍ନଟ କରାଯାଇ ପାରୁନଥିଲା, ଅନ୍ୟ ତିନି ଜଣ ଯବାନଙ୍କ ବେକରେ କିଛି ଚିହ୍ନ ରହିଥିଲା। ଚୀନ୍ ସୈନିକମାନେ ଭାରତୀୟ ସୈନିକମାନଙ୍କୁ ତୀଖ୍ଣ ଏବଂ ଲୁହା କଂଟା ଲାଗିଥିବା ରଡ଼ରେ ଆକ୍ରମଣ କରିଥିଲେ। ଆହତ ସୈନିକମାନେ ସାମରିକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

କର୍ଣ୍ଣେଲ ସନ୍ତୋଶ ବାବୁଙ୍କ ମୁଣ୍ଡ ଉପରେ ଆକ୍ରମଣ କରାଯାଇଥିଲା

ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଡାକ୍ତରଖାନାରେ ଯବାନଙ୍କ ମୃତଦେହର ଫଟୋ ନ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ରିପୋର୍ଟରେ ଦର୍ଶାଯାଇଛି ଯେ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ସମେତ ତିନିଜଣ ଯବାନଙ୍କ ଦେହରେ କୌଣସି ଆଘାତ ଚିହ୍ନ ନଥିଲା, କିନ୍ତୁ ସେମାନଙ୍କ ମୁଣ୍ଡରେ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରାଯାଇଥିଲା।

ଅନେକ ସୈନିକ ୧୪,୦୦୦ ଫୁଟ ଉଚ୍ଚରୁ ନଦୀରେ ପଡ଼ିଥିଲେ

କିଛି ସୈନିକଙ୍କ ମୃତଦେହରେ ନଖ ବିଦ୍ଧିବା ଭଳି ଦାଗ ମଧ୍ୟ ଦେଖିବାକୁ ମିଳିଛି। ଚୀନ୍ ସୈନିକମାନଙ୍କର ମଧ୍ୟ ଛୁରୀ ଥିଲା। କିଛି ସୈନିକ ୧୪,୦୦୦ ଫୁଟ ଉଚ୍ଚରୁ ନଦୀରେ ପଡ଼ିଯାଇଥିଲେ। ଏତେ ଉଚ୍ଚତାରେ ଗଲଓ୍ବାନ ଘାଟିରେ ପଥର କରିଦେବ ଭଳି ଥଣ୍ଡା ତଥା ଅପହଞ୍ଚ ଅଞ୍ଚଳରେ ସାହାଯ୍ୟ ଅଭାବରୁ ମଧ୍ୟ ଅନେକ ସୈନ୍ୟ ପ୍ରାଣ ହରାଇଲେ।


Share It

Comments are closed.