ଶିଶୁ ଦିବସ ଅବସରରେ ନେହେରୁଙ୍କର କେତୋଟି ଗୁରୁତ୍ୱପୂର୍ଣ୍ଣ ବିଚାର ସଂପର୍କରେ ଆସନ୍ତୁ ଜାଣିବା


ଜବାହାରଲାଲ ନେହେରୁ ପିଲାମାନଙ୍କୁ ଦେଶର ଆଗାମୀ ଭବିଷ୍ୟତ ବୋଲି ସମ୍ବୋଧନ କରୁଥିଲେ । ଶ୍ରୀ ନେହେରୁଙ୍କ ଜନ୍ମ ୧୪ ନଭେମ୍ବର ୧୮୮୯ରେ ହୋଇଥିବାବେଳେ ସେ ୧୯୩୦ ଏବଂ ୧୯୪୦ ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସବୁ ବର୍ଷ ଭଳି ଚଳିତ ମଧ୍ୟ ନେହେରୁଙ୍କ ଜନ୍ମ ଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଉଥିବାବେଳେ ଆଜି ହେଉଛି ତାଙ୍କର ୧୩୦ତମ ଜୟନ୍ତୀ । ନେହେରୁ, ପିଲାମାନଙ୍କୁ ଖୁବ ଭଲ ପାଉଥିବାବେଳେ ନେହେରୁଙ୍କର ସ୍ନେହରେ ପିଲାମାନେ ଚାଚା ନେହେରୁ କହି ସମ୍ବୋଧନ ମଧ୍ୟ କରୁଥିଲେ ।
ନେହେରୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିବାବେଳେ ଏକାଧାରାରେ ସେ ଜଣେ ବିଦ୍ୱାନ ଏବଂ ଲେଖକ ମଧ୍ୟ ଥିଲେ । ତେବେ ଆସନ୍ତୁ ନେହେରୁଙ୍କ ଜନ୍ମ ଦିନ ଅବସରରେ ତାଙ୍କର କେତୋଟି ମହତ୍ତ୍ୱପୂର୍ଣ୍ଣ ଉପଦେଶ ଶୁଣିବା ।
୧. ଯେଉଁ ବ୍ୟକ୍ତି ପରିସ୍ଥିତିକୁ ସାମନା ନକରି ପଳାୟନ କରେ ସେ ଶାନ୍ତିରେ ବସୁଥିବା ବ୍ୟକ୍ତି ଠାରୁ ଆହୁରୀ ଅଧିକ ବିପଦରେ ପଡିଥାଏ ।
୨. ବିଫଳତା ସେହି ସମୟରେ ହୁଏ, ଯେଉଁ ସମୟରେ ଆମେ ଆଦେଶ, ଉଦେଶ୍ୟ ଏବଂ ନିଜ ସିଦ୍ଧାନ୍ତକୁ ଭୁଲି ଯାଇଥାଉ ।ô
୩. ମହାନ ବିଚାର ଏବଂ ଛୋଟ ପ୍ରକୃତିରେ ଲୋକେ କେବେବି ଏକାଠି ରହି ପାରିବେ ନାହିଁ ।
୪. ଯାହା ମଧ୍ୟରେ ଅଜ୍ଞାନତା ଭରି ରହିଛି, ସେ ପରିବର୍ତ୍ତନକୁ ଡରେ ।
୫. ଆପଣ ପସନ୍ଦ କରନ୍ତୁ କିମ୍ବା ନକରନ୍ତୁ ସତ୍ୟ ସବୁବେଳେ ସତ ଅଟେ ।
୬. ବିପଦ ସମୟରେ ସବୁ ଛୋଟ କଥା ଗୁରୁତ୍ୱପୂର୍ଣ୍ଣ ଅଟେ ।
୭. କାର୍ଯ୍ୟରେ ପୋଖତ ହେବା ପାଇଁ ତାଙ୍କୁ ସ୍ପଷ୍ଟ ଲକ୍ଷ୍ୟ ଆଡକୁ ନିର୍ଦ୍ଦେଶିତ ହେବା ଆବଶ୍ୟକ ।


Share It

Comments are closed.