ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ କରୋନା ଆକ୍ରାନ୍ତ, ଟୁଇଟ କରି ଦେଲେ ସୂଚନା


ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ନିଜେ ରକୁଲ ପ୍ରୀତ୍ ସିଂହ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଟ୍ବିଟ୍ କରି ସେ ଲେଖିଛନ୍ତି, ‘ଅସୁସ୍ଥ ଅନୁଭବ କରିବାରୁ କରୋନା ପରୀକ୍ଷା କରାଇଥିଲି ଯାହାର ରିପୋର୍ଟ ପଜିଟିଭ୍ ଆସିଛି । ଏବେ ମୁଁ ହୋମ କ୍ବାରେଣ୍ଟାଇନ୍‌ରେ ଅଛି ଓ ସୁସ୍ଥ ଅନୁଭବ କରୁଛି । ଖୁବଶୀଘ୍ର ସୁସ୍ଥ ହୋଇ ଶୁଟିଂ ଆରମ୍ଭ କରିବି ବୋଲି ଆଶା କରୁଛି’ । ତେବେ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ୍ ପରୀକ୍ଷା କରିବାନେବାକୁ ଅନୁରୋଧ କରିଛନ୍ତି ରକୁଲ ପ୍ରୀତ ସିଂହ ।


Share It

Comments are closed.