ବିଜେପି ରାଷ୍ଟ୍ରିୟ ମୁଖପାତ୍ର ‘ସମ୍ବିତ ପାତ୍ର’ଙ୍କ ଠାରେ କରୋନା ଲକ୍ଷଣ, ହସ୍ପିଟାଲରେ ଭର୍ତ୍ତି


ସାରା ଦେଶରେ ମହାମାରୀ କରୋନା ଭାଇରସର ପ୍ରକୋପ ବଢିବାରେ ଲାଗିଥିବାବେଳେ ବର୍ତ୍ତମାନ ବିଜେପି ରାଷ୍ଟ୍ରିୟ ମୁଖପାତ୍ର ସମ୍ବିତ ପାତ୍ର କରୋନାରେ ଆକ୍ରାନ୍ତ ଥିବାର ଖବର ବର୍ତ୍ତମାନ ସାମନାକୁ ଆସିଛି । ସମ୍ବିତ ପାତ୍ରଙ୍କ ଠାରେ କରୋନା ଲକ୍ଷଣ ଦେଖାଦେବା ପରେ ତାଙ୍କୁ ଗୁରୁଗ୍ରାମସ୍ଥିତ ମେଦନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତର ତାଙ୍କର ସ୍ୱାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି । ତେବେ ଏହି ମଧ୍ୟରେ ଦଳ ପକ୍ଷରୁ ଏହି ସଂପର୍କରେ ଔପଚାରିକ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।
ପ୍ରକାଶ ଥାଉକି, ଭାରତରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୫୮ ହଜାର ପାର କରିସାରିଥିବାବେଳେ ଏହି ଭାଇରସରେ ୪୫୦୦ରୁ ଉର୍ଦ୍ଧ୍ୱ ଜଣ ଆଖୁ ବୁଜି ସାରିଲେଣି । ୭୦୦୦୦ ପାଖାପାଖି ଲୋକ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ।


Share It

Comments are closed.