ପକ୍ଷୀଙ୍କଠାରୁ ଏଭଳି ମିଳିଥାଏ ଆପଣଙ୍କ ଜୀବନରେ ଘଟିବାକୁଥିବା ଭଲ ଓ ମନ୍ଦର ସଂକେତ


ମାନବ ପ୍ରତି ପ୍ରକୃତିର ଅବଦାନ ଅତୁଳନୀୟ। ଏଥିରେ ମଣିଷ ସହ ପୃଥିବୀରେ ଦେଖା ଯାଉଥିବା ପଶୁ, ପକ୍ଷୀ ଓ ପ୍ରାଣୀ ଅନେକ ଭବିଷ୍ୟତର ପ୍ରାକୃତିକ ପରିବର୍ତ୍ତନ ଓ ବିପର୍ଯ୍ୟୟର ସୂଚନା ଦେଇପାରନ୍ତି। ହୁଏତ କଥାଟା ଆପଣଙ୍କୁ ଅବିଶ୍ୱାସ ଲାଗି ପାରେ ହେଲେ ଲୋକ ଚଳଣୀରେ ସେମାନଙ୍କ ଆଚରଣକୁ ଦେଖି ଅନେକ ବୁଝି ଯାଆନ୍ତି ଓ ଅନେକ ବୁଝି ପାରନ୍ତିନି। ତେବେ ଚେଷ୍ଟାକଲେ ଆପଣଙ୍କ ପ୍ରତି ସେମାନଙ୍କ ସଂକେତ କଣ ସହଜରେ ବୁଝି ପାରିବେ।

ଜୀବନଜନ୍ତୁଙ୍କ ଇନ୍ଦ୍ରିୟ ପ୍ରକୃତି ପ୍ରତି ଅନେକ ଗୁଣା ସମ୍ବେଦନଶୀଳ। ଆଗକୁ ଆସିବାକୁ ଥିବା ଭୂମିକମ୍ପ, ବର୍ଷା ଓ ବନ୍ୟା ନେଇ ସେମାନେ ଆଗରୁ ସତର୍କ ହୋଇଯାଆନ୍ତି। ଏଥିରେ କାଉଙ୍କ ଆଚରଣ ଦେଖି ଅନେକ ଲୋକେ ଆଗାମୀ ସୂଚନା ପାଇ ଯାଇଥାନ୍ତି। ଯେମିତି ରାସ୍ତାରେ ଯିବା ବେଳେ କାଉ ପାଣି ପିଉଥିବାର ଦେଖିଲେ ଲୋକେ କାର୍ଯ୍ୟ ସଫଳ ବୋଲି ଭାବନ୍ତି ସେମିତି କାଉ ସୂର୍ଯ୍ୟୋଦୟରେ ଘର ଅଗଣାରେ ରାବିଲେ ଶୁଭ ବୋଲି ମଧ୍ୟ ଭାବିଥାନ୍ତି।

କାଉଙ୍କ ରାବରୁ ଘରକୁ କୁଣିଆ ଆସିବା କଥା ବି ଲୋକେ ଜାଣପାରନ୍ତି। ସେହିପରି ଯଦି କାଉ କୌଣସି ଲୋକର କାନ୍ଧରେ ବସି ଯାଏ ତା ମୃତ୍ୟୁ ନିକଟରେ ବୋଲି ଲୋକେ କୁହନ୍ତି। ଯେପରି ଘର ବାରିରେ ଦେଖାଯାଉଥିବା ଏଣ୍ଡୁଅର ରଙ୍ଗ ବଦଳିବା ଯେପରି ପାଗ ବଦଳିବାର ସଂକେତ ଦିଏ ସେହିପରି ଲକ୍ଷ୍ମୀଙ୍କ ବାହାନ ପେଚାର ଆଖି ସହ ଆଖି ପଡିଗଲେ ଲୋକେ ମାଲାମାଲ ହୋଇ ଯାଆନ୍ତି ବୋଲି କୁହାଯାଏ।

ପେଚା ଅଗଣାରେ କୁନ୍ଥାଇଲେ ଯେପରି ଘରେ କେହି ରୋଗରେ ପଡିବାର ଆଶଙ୍କା କରାଯାଏ ସେହିପରି ଗୁରୁତର ଅସୁସ୍ଥ ଲୋକ ଉପର ଦେଇ ପେଚା ଉଡିଗଲେ ସେ ସୁସ୍ଥ ହୋଇଯାଏ ବୋଲି ମଧ୍ୟ ଲୋକେ ଜାଣନ୍ତି। ଝିଟିପିଟି କାନ୍ଥରୁ ତଳକୁ ପଡିଲେ ମଧ୍ୟ ଅତିରିକ୍ତ ପାଗର ସୂଚନା ମିଳେ। ଅତ୍ୟାଧିକ ଗରମ, ବର୍ଷା ଅଥବା ଥଣ୍ଡାର ଲୋକେ ସୂଚନା ଘରେ ଝିଟିପିଟିଠାରୁ ପାଇଯାଆନ୍ତି।


Share It

Comments are closed.