ଗ୍ରୀଷ୍ମ ଋତୁରେ ବଢ଼ିଯାଇଥାଏ ଏହିସବୁ ରୋଗର ବିପଦ: ନିଜ ସ୍ୱାସ୍ଥ୍ୟ ପ୍ରତି ରୁହନ୍ତୁ ବିଶେଷ ସଜାଗ


ଯେତେବେଳେ ଶୀତଋତୁ ପରେ ଗ୍ରୀଷ୍ମର ଆଗମନ ହୋଇଥାଏ ସେତେବେଳେ ଆରମ୍ଭରୁ ତ ବହୁତ ଭଲ ଲାଗିଥାଏ, କିନ୍ତୁ ଯେମିତି ଗରମ ବଢ଼ିବାକୁ ଲାଗିଥାଏ ସେମିତି ସମସ୍ୟା ମଧ୍ୟ ବଢ଼ିବାକୁ ଲାଗିଥାଏ । ଏହି ଋତୁ ନିଜ ସହିତ ଅନେକ ରୋଗ ନେଇ ଆସିଥାଏ । ତେଣୁ ଏହି ଋତୁରେ ବିଶେଷ ରୂପେ ସାବଧାନ ରହିବା ଆବଶ୍ୟକ । ଏମିତିରେ ସାମାନ୍ୟ ଅବହେଳା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ଗରମରେ କେଉଁ ସବୁ ରୋଗର ସମସ୍ୟା ବଢ଼ିଯାଇଥାଏ ।

ହିଟ ଷ୍ଟ୍ରୋକ
ଗରମ ମୌସମରେ ହିଟ ଷ୍ଟ୍ରୋକ ଅର୍ଥାତ ଲୁ ଲାଗିବା ସାଧାରଣ କଥା । ଟାଣ ଏବଂ ପ୍ରଖର ଖରାରେ ଅଧିକ ସମୟ ପର୍ଯ୍ୟନ୍ତ ରହିବା ଯୋଗୁଁ ଏହା ହୋଇଥାଏ । ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ୍ସର ଏକ ରିପୋର୍ଟ ଅନୁଯାୟୀ ଲୁ କାରଣରୁ ମୁଣ୍ଡବ୍ୟଥା, ଦୁର୍ବଳତା, ମାଂଶପେଷୀରେ ଯନ୍ତ୍ରଣା ଏବଂ ଜ୍ୱର ଭଳି ସମସ୍ୟା ହୋଇପାରେ । ତେଣୁ ଏହି ମୌସମରେ ବିଶେଷ ସାବଧାନ ରହିବା ଆବଶ୍ୟକ ।

ଫୁଡ ପଏଜିନିଙ୍ଗ
ଗରମରେ ସବୁଠାରୁ ସାଧାରଣ ରୋଗଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଫୁଡ ପଏଜିନିଙ୍ଗ, ଯାହାକି ଦୂଷିତ ଖାଦ୍ୟ କିମ୍ବା ଜଳର ସେବନ ଦ୍ୱାରା ହୋଇଥାଏ । ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ୍ସର ରିପୋର୍ଟ ଅନୁଯାୟୀ ଏହି ମୌସମରେ ଗରମ ଏବଂ ଆର୍ଦ୍ରତା କାରଣରୁ ବ୍ୟାକ୍ଟେରିୟା ସହଜରେ ବଢ଼ିଯାଇଥାଏ । ତେଣୁ ଏହି ଋତୁରେ ବହୁତ ସମୟ ଧରି ରଖାଯାଇଥିବା ଖାଦ୍ୟ କିମ୍ବା ବାହାରର ଖାଦ୍ୟ ଠାରୁ ଯେତେ ଦୂରେଇ ରହିବେ ସେତେ ଭଲ ।

ଡିହାଇଡ୍ରେସନ
ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ୍ସ ଅନୁଯାୟୀ ଏହି ଋତୁରେ ସବୁବେଳେ ଶରୀରରେ ଜଳର ଅଭାବ ଦେଖାଦେଇଥାଏ । ଯାହାଦ୍ୱାରା ଲୋକମାନେ ଡିହାଇଡ୍ରେସନର ଶିକାର ହୋଇଯାଆନ୍ତି । ଗ୍ରୀଷ୍ମରେ ଦେହରୁ ବହୁତ ଝାଳ ବାହାରିଥାଏ ଏବଂ ଏହି ଝାଳ ମାଧ୍ୟମରେ ଶରୀରରୁ ଅଧିକାଂଶ ଜଳୀୟ ଅଂଶ ବାହାରି ଆସିଥାଏ । ଏହି କାରଣରୁ ଡିହାଇଡ୍ରେସର ସମସ୍ୟା ହୋଇଥାଏ । ଏହି କାରଣରୁ ନିଜକୁ ଏହି ଋତୁରେ ଡିହାଇଡ୍ରେଡ ରଖିବା ପାଇଁ ପ୍ରଚୁର ପାଣି ପିଅନ୍ତୁ ।

ସନବର୍ଣ୍ଣ
ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ ଅନୁଯାୟୀ ସୂର୍ଯ୍ୟଙ୍କର ଅତିବାଇଗଣୀ ରଶ୍ମୀ କାରଣରୁ ସନବର୍ଣ୍ଣ ହୋଇଥାଏ ଯାହାକି ଆପଣଙ୍କ ତ୍ୱଚାର କୋଷିକାଗୁଡ଼ିକୁ କ୍ଷତି ପହଂଚାଇଥାଏ । ଯଦି କୌଣସି ବ୍ୟକ୍ତି ଅଧିକ ସମୟ ଧରି ଟାଣ ଖରାରେ ଠିଆ ହୋଇଯାଏ, ତେବେ ତାଙ୍କୁ ସନବର୍ଣ୍ଣ ହୋଇଯାଇଥାଏ । ଏଥିପାଇଁ ଖରାକୁ ବାହାରିବା ପୂର୍ବରୁ ଛତା ନେବା ସହ ସନସ୍କ୍ରିନ ଲଗାଇ ବାହାରିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ କରନ୍ତି ।

(ମନେରଖନ୍ତୁ: ଏହା କେବଳ ଆପଣଙ୍କୁ ସାମାନ୍ୟ ସୂଚନା ଦେବା ପାଇଁ ଉଦ୍ଦିଷ୍ଟ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସମସ୍ୟା ହେବା ସ୍ଥଳେ ନିଜ ଡାକ୍ତରଙ୍କ ସହ ନିଶ୍ଚିତ ପରାମର୍ଶ କରନ୍ତୁ ।)


Share It

Comments are closed.