କଫି ପିଇବା ପୂର୍ବରୁ ଏହି ଜିନିଷର ରଖନ୍ତୁ ବିଶେଷ ଧ୍ୟାନ, ଖାଆନ୍ତୁ ନାହିଁ ଏହିସବୁ ଜିନିଷ


କିଛି ଲୋକଙ୍କୁ କଫି ବହୁତ ପସନ୍ଦ ଆସିଥାଏ । ସେମାନଙ୍କ ଖାଦ୍ୟରେ ଏହା ଏକ ଅଭ୍ୟାସ ହୋଇଥାଏ । ଏମିତିରେ ଜାଣିବା କଥା ଯେ କଫି ପିଇବା ପୂର୍ବରୁ କେଉଁ ଜିନିଷ ଖାଇବା ଉଚିତ ନୁହେଁ । ନଚେତ ଆପଣଙ୍କର ସମସ୍ୟା ବଢିଯାଇପାରେ । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ କଫି ପିଇବାର ଘଣ୍ଟେ ଆଗରୁ କରିବା ଉଚିତ ନୁହେଁ ।

କ୍ୟାଲସିୟମ ଯୁକ୍ତ ଜିନିଷ ଆଦୌ ଖାଆନ୍ତୁ ନାହିଁ :

କଫି ପିଇବା ପୂର୍ବରୁ ଆପଣଙ୍କୁ କ୍ୟାଲସିୟମ ଯୁକ୍ତ ଜିନିଷଠାରୁ ଦୂରେଇ ରହିବା ଉଚିତ । ପ୍ରକୃତରେ କଫିରେ ଥିବା କଫିନ୍ ଦ୍ବାରା କ୍ୟାଲସିୟମ୍ ଶୋଷିତ ହୋଇନଥାଏ । ପରିସ୍ରା ମାଧ୍ୟମରେ ବାହାରକୁ ଚାଲିଆସିଥାଏ । ଏମିତିରେ ଆପଣଙ୍କ ଶରୀରକୁ ଏହାର ଫାଇଦା ମିଳିପାରିବନାହିଁ ।

ତେଲଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ :

ବିଶେଷଜ୍ଞଙ୍କର ଅନୁସାରେ କଫି ପିଇବା ପୂର୍ବରୁ ତେଲଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ । ଏହା ଦ୍ବାରା ମଧ୍ୟ ଆପଣ ସମସ୍ୟାରେ ପଡିପାରନ୍ତି । ପ୍ରକୃତରେ ଏହା କରିବା ଦ୍ବାରା ଆପଣଙ୍କୁ ଗ୍ୟାସ୍ ସମସ୍ୟା ହୋଇପାରେ । ତେଣୁ ଏପରି ଭୁଲ କେବେବି କରନ୍ତୁ ନାହିଁ ।

ଜିଙ୍କ୍ ଯୁକ୍ତ ଜିନିଷ ଖାଆନ୍ତୁ ନାହିଁ :

କଫି ପିଇବା ପୂର୍ବରୁ ଜିଙ୍କ୍ ଯୁକ୍ତ ଜିନିଷ ମଧ୍ୟ ଖାଇବା ଉଚିତ୍ ନୁହେଁ । କାରଣ ଏହାକୁ ଖାଇବା ପରେ କଫି ପିଇବା ମାତ୍ରେ ଆପଣଙ୍କ ଶରୀରରୁ ଜିଙ୍କ ଯୁକ୍ତ ଜିନିଷଗୁଡିକୁ ବାହାର କରିଦେବ ।ଏମିତିରେ ଆପଣଙ୍କ ଶରୀରକୁ ହିଁ କ୍ଷତି ପହଞ୍ଚିଥାଏ ।

ଆଇରନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ :

କଫି ପିଇବା ପୂର୍ବରୁ ଆଇରନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । କାରଣ ଏହା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ । ତେଣୁ ଆପଣ ମଟର, ବାଦାମ, ଲେଣ୍ଟିସ୍, ଚଣା କିମ୍ବା ଛୋଲେ ଖାଇବା ଉଚିତ୍ ନୁହେଁ । ଏହାସହ ଭିଟାମିନ୍-ଡି ଠାରୁ ମଧ୍ୟ ଦୂରେଇ ରୁହନ୍ତୁ । ଯଦି ଆପଣ ଏହି ଭିଟାମିନ୍ ଯୁକ୍ତ ଖାଦ୍ୟ ଖାଇବେ ତେବେ ଆପଣଙ୍କ ଶରୀରକୁ ସମ୍ପୂର୍ଣ୍ଣ ଲାଭ ମିଳିପାରିବ ନାହିଁ ।

ବି.ଦ୍ର.- ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଏବଂ ସାଧାରଣ ସୂଚନା ଉପରେ ଆଧାରିତ ।


Share It

Comments are closed.