ସେମିଫାଇନାଲ ପୂର୍ବରୁ ଭାଇରାଲ ହେଉଛି ବାବରଙ୍କ ଭାଷଣ, ଦେଖନ୍ତୁ ଭିଡିଓ


ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ କ୍ରିକେଟ ୨୦୨୨ର ସେମିଫାଇନାଲରେ ଏଣ୍ଟ୍ରି ମାରିଛି ପାକିସ୍ତାନ ଟିମ୍ । ରବିବାର ଦିନ ନେଦରଲାଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ପରାଜୟ ପରେ ପାକିସ୍ତାନକୁ ସୁଯୋଗ ମିଳିଛି । ଏହାର ସୁଯୋଗ ନେଇ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଛି ଟିମ୍ ପାକିସ୍ତାନ ।

କିନ୍ତୁ ଏ ପାକିସ୍ତାନ ପାଇଁ ଏ ଯାତ୍ରା ସହଜ ହୋଇନାହିଁ । ଏବେ ସେମିଫାଇନାଲରେ ପାକିସ୍ତାନ ଟିମ୍ ନ୍ୟୁଜିଲାଣ୍ଡକୁ ଭେଟିବ । ଏହି ମ୍ୟାଚ୍ ବୁଧବାର ସିଡନୀରେ ଖେଳାଯିବ । କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ପାକିସ୍ତାନୀ ଅଧିନାୟକ ବାବର ଆଜାମଙ୍କ ଭାଷଣ ଭାଇରାଲ ହେବାରେ ଲାଗିଛି । ଯାହା ସେ ଡ୍ରେସିଂ ରୁମରେ କହିଥିଲେ ।

ବାବର ତାଙ୍କ ଖେଳାଳିଙ୍କୁ କହିଛନ୍ତି ଯେ ପାକିସ୍ତାନ ଦଳ ସେମିଫାଇନାଲ ଦୌଡ଼ରୁ ହଟିବାକୁ ଯାଉଥିଲା, କିନ୍ତୁ ବର୍ତ୍ତମାନ ଆମକୁ ଚାନ୍ସ ଗୋଟିଏ ମିଳିଛି । ସମସ୍ତଙ୍କୁ ଏହାର ସୁଯୋଗ ନେବାକୁ ପଡିବ । ତୁମର ଉତ୍ସାହ ଦେଖାଅନି, ବରଂ ପଡ଼ିଆରେ ଏହାର ସୁଯୋଗ ଉଠାଅ । ଭରପୁର ପ୍ରଦର୍ଶନ କରି ଦେଖାଅ । ପ୍ରତ୍ୟେକ ଖେଳାଳିଙ୍କୁ ଦାୟିତ୍ୱ ନେବାକୁ ପଡିବ । ଯାହାକୁ ସୁଯୋଗ ମିଳୁଛି ସେ ତାର ଭରପୁର ଫାଇଦା ନିଅ । ଜବରଦସ୍ତ ପ୍ରଦର୍ଶନ କରି ଦେଖାଅ ।

ବାବର ଆଜାମ ତାଙ୍କ ଅଭିଭାଷଣରେ କହିଛନ୍ତି, ‘ବିଶ୍ୱାସ ସହାୟକ ହୋଇଛି । ଆମକୁ ଏକ ଆଲୋକ ମିଳିଛି । ଆମର ଆଶା ପୂରଣ ହୋଇଛି । ଉତ୍ସାହିତ ଥିଲେ, କିନ୍ତୁ ଆମେ ଏହାକୁ ଦେଖାଇ ନାହୁଁ । ଆମର ଶତପ୍ରତିଶତ ପ୍ରୟାସ କରିବାକୁ ପଡିବ, ଆମେ ଯାହା ଚାହୁଁଛୁ ଖେଳରେ କରି ଦେଖାଇବୁ । ଗତ ଦୁଇଟି ମ୍ୟାଚ୍ ରେ ଆମେ ଏକ ଦଳ ଭାବରେ ଯେଉଁଭଳି ଖେଳିଛୁ, ଆମକୁ ଏହାକୁ ଏହିପରି ଛାଡିବାକୁ ପଡିବ । ଏହାକୁ ସ୍ଥିର ରଖିବାକୁ ହେବ । ତାଙ୍କ ହାତରେ ଯାହା ଆସେ, ସେ ଏହାକୁ ସାରିବା ପରେ ଆସେ ।


Share It

Comments are closed.