ଛଅ ମାସ ଘୁଞ୍ଚିଲା ‘ଆଦିପୁରୁଷ’ର ରିଲିଜ୍ ଡେଟ୍


ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ର ରିଲିଜକୁ ୬ ମାସ ସ୍ଥଗିତ ରଖାଯାଇଛି। ନିର୍ଦ୍ଦେଶକ ଓମ ରାଉତ ଏକ ବିବୃତ୍ତି ଦେଇ ଏହି ସୂଚନା ଦେଇଛନ୍ତି। ନିର୍ମାତାଙ୍କ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି, ‘ଆଦିପୁରୁଷ ନିର୍ମାଣରେ ଜଡିତ ଲୋକମାନଙ୍କୁ ଟିକିଏ ଅଧିକ ସମୟ ଦେବା ଆବଶ୍ୟକ।’ ପୂର୍ବରୁ ଏହି ଫିଲ୍ମ ଜାନୁଆରୀରେ ରିଲିଜ୍‌ ହେବାର ଥିଲା। ତେବେ ସରକାରୀ ବିବୃତ୍ତି ଅନୁଯାୟୀ ଏହି ଫିଲ୍ମ ବର୍ତ୍ତମାନ ଜୁନ୍ ୧୬, ୨୦୨୩ ରେ ସିନେମାଘରକୁ ଆସିବ। ନିର୍ମାତାଙ୍କ ଦ୍ୱାରା ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି, ‘ଆଦିପୁରୁଷ କେବଳ ଏକ ଫିଲ୍ମ ନୁହେଁ, ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ଆମର ଭକ୍ତି, ଆମର ଗୌରବଶାଳୀ ଇତିହାସ ଏବଂ ସଂସ୍କୃତି ପ୍ରତି ଆମର ପ୍ରତିବଦ୍ଧତାର ପ୍ରତୀକ। ଦର୍ଶକଙ୍କୁ ଏକ ଆଶ୍ଚର୍ଯ୍ୟଜନକ ଅନୁଭୂତି ଦେବା ପାଇଁ, ଆଦିପୁରୁଷ ନିର୍ମାଣରେ ଜଡିତ ଲୋକମାନଙ୍କୁ ଟିକିଏ ଅଧିକ ସମୟ ଦେବା ଆବଶ୍ୟକତା ରହିଛି। ଆଦିପୁରୁଷ ବର୍ତ୍ତମାନ ଜୁନ୍ ୧୬, ୨୦୨୩ ରେ ମୁକ୍ତିଲାଭ କରିବ। ଆମେ ଏକ ଏପରି ଫିଲ୍ମ ନିର୍ମାଣ କରିବାକୁ ପ୍ରତିଶ୍ରୁତିବଦ୍ଧ ଯାହା ଉପରେ ସମଗ୍ର ଭାରତ ଗର୍ବିତ ହେବ। ଏହି ରାମ ରାଜ୍ୟରେ ଆପଣଙ୍କ ସହଯୋଗ, ପ୍ରେମ ଏବଂ ଆଶୀର୍ବାଦ ଆମକୁ ସର୍ବଦା ପ୍ରେରିତ କରିଥାଏ ଏବଂ ଏହା ଜାରି ରହିବ।’


Share It

Comments are closed.