ଏହି ସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ, ଏହା ବଢାଇପାରେ କୋଲେଷ୍ଟ୍ରଲ୍


କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ । ଯଦି ଆପଣଙ୍କ ଶରୀରରେ ଖରାପ ଏବଂ ଭଲ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣରେ ନରହିବ ତେବେ ସମସ୍ୟା ସୃଷ୍ଟି ହୋଇପାରେ ସମସ୍ତେ ଜାଣଛନ୍ତି ଯେ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ନରହିଲେ ହୃଦଘାତର ସମ୍ଭାବନା ଅଧିକ ବଢିଯାଏ । ଏଭଳି ସ୍ଥିତିରେ ଆପଣଙ୍କୁ ଆପଣଙ୍କର ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ । ନଚେତ ହୃଦଘାତ ହେବାର ଆଶଙ୍କା ଦେଖାଦେଇପାରେ । ଏମିତି କିଛି ଖାଦ୍ୟ ଅଛି ଯାହା କୋଲେଷ୍ଟ୍ରଲକୁ ବଢାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ପ୍ରକାରର ଖାଦ୍ୟଠାରୁ ଦୂରେଇ ରହିଲେ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିବ ।

ଯେଉଁମାନେ ଅଧିକ ପରିମାଣରେ ଚିକେନ ଖାଉଛନ୍ତି ସେମାନେ ଏହାଠାରୁ ଦୂରେଇ ରହିବା ଉଚିତ । କାରଣ ଚିକେନ ଚର୍ମରେ କ୍ୟାଲୋରୀ, ଚର୍ବି ଏବଂ କୋଲେଷ୍ଟ୍ରଲ ଅଧିକ ପରିମାଣର ରହିଥାଏ । ତେବେ ଏହାକୁ ଖାଇବା ଦ୍ବାରା କୋଲେଷ୍ଟ୍ରଲର ସ୍ତର ମଧ୍ୟ ବଢିବାର ସମ୍ଭାବନା ଅଧିକ ରହିଥାଏ ।

ଏହାସହ ଯେଉଁମାନେ ସମ୍ପୂର୍ଣ୍ଣ ଚର୍ବିଯୁକ୍ତ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବହାର କରୁଛନ୍ତି ସେମାନଙ୍କୁ ଏଥିରୁ ଦୂରେଇ ରହିବାକୁ ପଡିବ । ଏଥିରେ ଫୁଲ୍ କ୍ରିମ୍ କ୍ଷୀର, ଲହୁଣୀ, ଦହି ଏବଂ ପନିର ସାମିଲ ଅଟେ । ଏହାଦ୍ବାରା କୋଲେଷ୍ଟ୍ରଲର ସ୍ତର ଶୀଘ୍ର ବଢିଥାଏ । ଆପଣ ଦୁଗ୍ଧଜାତ ଦ୍ରବ୍ୟରେ କମ୍ ଚର୍ବିଯୁକ୍ତ ଦହି ଖାଇପାରିବେ । ଯାହାଦ୍ବାରା କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣରେ ରହିବ । ଲହୁଣୀ ବଦଳରେ ଆପଣ ଅଲିଭ୍ ଏବଂ ଆଭୋକେଡୋ ଅଏଲ୍ ଖାଇପାରିବେ ।

ପରିବର୍ତ୍ତିତ ଜୀବନଶୈଳୀରେ ଅଧିକାଂଶ ଲୋକ ଫ୍ରାଏଡ୍ ଫୁଡ୍ ପ୍ରତି ଆକର୍ଷିତ ହେଉଛନ୍ତି । ତେବେ ଫ୍ରେଞ୍ଚ୍ ଫ୍ରାଇଜ୍, ଫ୍ରାଏ ଚିକେନ୍ ଏବଂ ଫ୍ରାଏ ହୋଇଥିବା ଅନ୍ୟ ଖାଦ୍ୟରେ ଚର୍ବି ବହୁତ ମାତ୍ରାରେ ରହିଥାଏ । ଏହାଦ୍ବାରା କୋଲେଷ୍ଟ୍ରଲ ବଢିଥାଏ ।


Share It

Comments are closed.