ଚଳିତବର୍ଷ ସର୍ବୋଚ୍ଚ ନ୍ୟାୟାଳୟରୁ ଅବସର ନେବେ ପ୍ରଧାନ ବିଚାରପତି ଏନ୍‌.ଭି ରମଣା


ଭାରତର ପ୍ରଧାନ ବିଚାରପତି ଏନ୍‌.ଭି ରମଣା ଚଳିତ ବର୍ଷ ଅଗଷ୍ଟର ୨୬ରେ ଅବସର ନେବେ। ତାଙ୍କ ପରେ ସର୍ବୋଚ୍ଚ ନ୍ୟାୟାଳୟରେ ଦୁଇ ଜଣ ପ୍ରଧାନ ବିଚାରପତି ସ୍ୱଳ୍ପକାଳ  ଦାୟିତ୍ୱ ବହନ କରିବେ ବୋଲି ଜଣାପଡ଼ିଛି। ରମଣାଙ୍କ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟାଠାରୁ ପ୍ରଧାନ ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା ଅଗଷ୍ଟରୁ ନଭେମ୍ବର ଯାଏ ଚାଲିବ। ରମଣାଙ୍କ ସ୍ଥାନରେ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ ପ୍ରଧାନ ବିଚାରପତି ହେବା ସମ୍ଭାବନା ରହିଛି। ତାଙ୍କ କାର୍ଯ୍ୟକାଳ ମାତ୍ର ଅଢ଼େଇ ମାସ ରହିବ। ସେ ନଭେମ୍ବର ୮ରେ ଅବସର ନେବେ। ନଭେମ୍ବରରେ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତ ହେବେ। ସେ ଦୁଇବର୍ଷ ଯାଏ ପ୍ରଧାନ ବିଚାରପତି ରହିବେ। ଏପରି ଭାବେ ମାତ୍ର ତିନି ମାସରେ ୩ ନୂଆ ପ୍ରଧାନ ବିଚାରପତିଙ୍କୁ ଦେଖିବାକୁ ମିଳିବ। ବିଚାରପତି ବିନୀତ ଶରଣ ମେ ୧୦ରେ ଅବସର ନେବେ। ବିଚାରପତି ଏଲ. ନାଗେଶ୍ୱର ରାଓ ଏବଂ ବିଚାରପତି ଏ.ଏମ୍‌ ଖାନ୍‌ୱିଲକର ଯଥାକ୍ରମେ ଜୁନ ୭ ଓ ଜୁଲାଇ ୨୯ରେ ଅବସର ନେବେ। ବିଚାରପତି ଇନ୍ଦିରା ବାନାର୍ଜୀ ସେପ୍ଟେମ୍ବର ୨୩ରେ ଅବସର ନେବେ। ଏହାଦ୍ବାରା ସର୍ବୋଚ୍ଚ ଅଦାଲତରେ ମହିଳା ବିଚାରପତିଙ୍କ ସଂଖ୍ୟା ୩କୁ ହ୍ରାସ ପାଇବ। ଅକ୍ଟୋବରରେ ହେମନ୍ତ ଗୁପ୍ତାଙ୍କ କାର୍ଯ୍ୟକାଳ ଶେଷ ହେବ।


Share It

Comments are closed.