ଧୋନୀଙ୍କ ୩୯ତମ ଜନ୍ମଦିନ ଅବସରରେ ଆସନ୍ତୁ ତାଙ୍କର କେତେକ ରେକର୍ଡସ ଉପରେ ନଜର ପକାଇବା


୫୩୮ ଆନ୍ତର୍ଜାତିକ ମ୍ୟାଚ ଖେଳି ସାରିଥିବା ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ତଥା ଅନୁଭବୀ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କର ଆଜି ହେଉଛି ଜନ୍ମଦିନ । ସେ ୭ ଜୁଲାଇ ୧୯୮୧ରେ ଜନ୍ମ ଗ୍ରହଣ କରିଥିଲେ । ଡିସେମ୍ବର ୨୦୦୪ରେ ଧୋନୀ ବାଲାଂଦେଶ ବିପକ୍ଷରେ ପଦାର୍ପଣ କରିଥିଲେ । ଏକ ବର୍ଷ ପରେ ଚେନ୍ନାଇରେ ଶ୍ରୀଲଙ୍କା ବିପକ୍ଷରେ ସେ ଟେଷ୍ଟରେ ପଦାର୍ପଣ କରିଥିଲେ । ଧୋନୀ ପ୍ରାୟ ଏକ ଦଶକରୁ ଅଧିକ ସମୟ ଧରି ଭାରତୀୟ ଦଳର ୱିକେଟକିପର, ବ୍ୟାଟିଙ୍ଗ ଏବଂ ଅଧିନାୟତ୍ୱ କ୍ଷେତ୍ରରେ ନିଜର ଶ୍ରେଷ୍ଠ ଭୂମିକା ନିର୍ବାହ କରିଛନ୍ତି ।
ଧୋନୀ ୯୦ଟି ଟେଷ୍ଟ ମ୍ୟାଚରେ ୩୮.୦୯ ହାରରେ ୪, ୮୭୬ ରନ ସଂଗ୍ରହ କରିଛନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ୩୫୦ଟି ଦିନିକିଆ ଖେଳିସାରିଛନ୍ତି । ସେ ଦିନିକିଆରେ ୫୦.୫୭ ହାରରେ ୧୦,୭୭୩ ରନ ସଂଗ୍ରହ କରିଛନ୍ତି । ଧୋନୀ ଭାରତ ପାଇଁ ୯୮ ଟି ଟି-୨୦ରେ ୩୭.୬୦ ହାରରେ ୧,୬୧୭ ରନ ସଂଗ୍ରହ କରିଛନ୍ତି । ଧୋନୀ, ଭାରତ ପାଇଁ ତିନୋଟି ଆଇସିସି ଟ୍ରଫି ବିଜୟୀ ହୋଇଛନ୍ତି । ଆସନ୍ତୁ ଧୋନୀଙ୍କ ରେକର୍ଡ ଏବଂ ଷ୍ଟାଟସ ଉପରେ ନଜର ପକାଇବା ।
୧. ଧୋନୀ ଭାରତର ଚତୁର୍ଥ ଏବଂ ବିଶ୍ୱର ୧୨ତମ ଖେଳାଳୀ ଅଟନ୍ତି, ଯଏକି ଦିନିକିଆରେ ୧୦ ହଜାର ରନ ସଂଗ୍ରହ କରିଛନ୍ତି । ଧୋନୀ ଏହି ମାଇଲଖୁଣ୍ଟି ୨୭୩ଟି ଇଂନିସ ଖେଳି ୨୦୧୮ରେ ଇଂଲଣ୍ଡ ବିପକ୍ଷରେ ହାସଲ କରିଥିଲେ ।
୨. ଧୋନୀ ଶ୍ରୀଲଙ୍କା ବିପକ୍ଷରେ ୨୦୦୫ରେ ନିଜର ୧୮୩ ସର୍ବାଧିକ ସ୍କୋର ସଂଗ୍ରହ କରିଥିଲେ । ସେ ବିଶ୍ୱର ୫ମ ଏଭଳି ଖେଳାଳୀ, ଯିଏକି ଦିନିକିଆରେ ୨୦୦ ଛକା ମାରିଛନ୍ତି ।
୩. ଟେଷ୍ଟ କ୍ରିକେଟରେ ୪୦୦୦ ରନ ପୂରଣ କରିଥିବା ସେ ହେଉଛନ୍ତି ଭାରତର ପ୍ରଥମ ୱିକେଟକିପର । ତାଙ୍କର ସର୍ବାଧିକ ସ୍କୋର ଅଷ୍ଟ୍ରେଲିଆ ବିପକ୍ଷରେ ଅଟେ ।
୪. ତିନୋଟି ଫର୍ମାଟରେ ଧୋନୀ ୱିକେଟ ଫଛରେ ୮୨୯ ଖେଳାଳୀଙ୍କୁ ଆଉଟ କରିଛନ୍ତି । ଧୋନୀ ବିଶ୍ୱରେ ସାଉଥ ଆଫ୍ରିକାର ମାର୍କ ବାଉଚର(୯୯୮) ଏବଂ ଅଷ୍ଟ୍ରେଲିଆର ଆଡମ ଗିଲ ଖ୍ରିଷ୍ଟ(୮୨୯)ଙ୍କ ଠାରୁ ପଛରେ ରହିଛନ୍ତି ।
୫. ନିଜର ପ୍ରାରମ୍ଭିକ କ୍ୟାରିୟର ସମୟରେ ୨୦୦୭ରେ ଧୋନୀଙ୍କୁ ଟି-୨୦ ଦଳର ଅଧିନାୟକତ୍ୱ ପଦ ପ୍ରଦାନ କରାଯାଇଥିଲା । ଧୋନୀଙ୍କ ଅଧିନାୟକତ୍ୱରେ ହିଁ ଭାରତ ୨୦୦୭ରେ ପ୍ରଥମ ଟି-୨୦ ବିଶ୍ୱକପ ବିଜୟୀ ହୋଇଥିଲା ।
୬. ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ୨୦୦ ଦିନିକିଆ ଖେଳିଛି । ଏଥିରୁ ଭାରତ ୧୧୦ଟିରେ ବିଜୟୀ ଲାଭ କରିଥିବାବେଳେ ୭୪ଟି ହାରିଛି । ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ୬୦ଟି ଟେଷ୍ଟ ମ୍ୟାଚରୁ ୨୭ଟିରେ ବିଜୟ ଲାଭ କରିଛି । ସେହିଭଳି ଟି-୨୦ରେ ଧୋନୀଙ୍କ ନେତୃତ୍ୱରେ ଭାରତ ୭୨ଟି ମ୍ୟାଚରୁ ୪ଟିରେ ବିଜୟ ଲାଭ କରିଛି ।
୭. ଧୋନୀ, ଭାରତ ପାଇଁ ସର୍ବାଧିକ ୨୦୦ଟି ମ୍ୟାଚରେ ଅଧିନାୟକତ୍ୱ କରିବାର ଗୌରବ ହାସଲ କରିଛନ୍ତି । କେବଳ ଏତିକି ଧୋନୀଙ୍କୁ ୨୦୦୭ରେ ଖେଳର ସର୍ବୋଚ୍ଚ ସମ୍ମାନ ରାଜୀବ ଗାନ୍ଧୀ ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଥିଲା ।
୮. ଏହା ବାଦ ଧୋନୀଙ୍କୁ ୨୦୦୮ରେ ପଦ୍ମ ଭୂଷଣରେ ମଧ୍ୟ ସମ୍ମାନୀତ କରାଯାଇଥିଲା ।
୯. ଧୋନୀ ବିଶ୍ୱର ଏଭଳି ଜଣେ ଅଧିନାୟକ ଯାହାଙ୍କ ଅଧିନାୟକତ୍ୱ ଦଳ ତିନୋଟି ଆଇସିସି ଟ୍ରଫିରେ ବିଜୟ ଲାଭ କରିଛି । ୨୦୦୭ରେ ଟି-୨୦ ବିଶ୍ୱକପ, ୨୦୧୧ରେ ବିଶ୍ୱକପ ଏବଂ ୨୦୧୩ରେ ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ଚାମ୍ପିଆନ୍ସ ଟ୍ରଫି ହାସଲ କରିଛି ।


Share It

Comments are closed.