ପ୍ରୋଜେକ୍ଟ ଡେ’ ୨୦୨୨ ଉଦ୍‌ଘାଟିତ


ଭୁବନେଶ୍ୱର: ଏସ୍‌ଆର୍‌ଏମ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁଶନ, ରାମାପୁରମ କ୍ୟାମ୍ପସ୍‌, ଚେନ୍ନାଇ (ଇଶ୍ୱରୀ ଇଞ୍ଜିନିୟରିଂ କଲେଜ, ଏସ୍‌ଆର୍‌ଏମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଓ ଏସ୍‌ଆର୍‌ଏମ୍ ଡେଂଟାଲ୍ କଲେଜ୍‌) ପକ୍ଷରୁ “ପ୍ରୋଜେକ୍ଟ ଡେ ୨୦୨୨” ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବ ଇଞ୍ଜିନିୟର ଓ ଡେଂଟିଷ୍ଟମାନଙ୍କ ଲୁକ୍କାୟିତ ଅଭିନବ ଉତ୍ପାଦ ବିକାଶ ପ୍ରତିଭାଗୁଡିକୁ ଲୋକଲୋଚନକୁ ଆଣିବା । ଏହି କାର୍ଯ୍ୟକ୍ରମକୁ ଆନ୍ନା ୟୁନିଭର୍ସିଟି, ଚେନ୍ନାଇର କୂଳପତି ଡଃ ଆର୍‌. ଭେଲ୍‌ରାଜ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଇଞ୍ଜିନିୟରିଂ, ଟେକ୍ନୋଲୋଜି, ଡେଂଟାଲ୍‌, ମ୍ୟାନେଜ୍‌ମେଂଟ୍ ଓ ଫିଲ୍ମ ଟେକ୍ନୋଲୋଜି ଆଦି ଭିନ୍ନ ଭିନ୍ନ ବ୍ରାଂଚ୍‌ର ଛାତ୍ରଛାତ୍ରୀଙ୍କ ଦ୍ୱାରା ୨୫୦ରୁ ଅଧିକ ଅଭିନବ ପ୍ରକଳ୍ପର ପ୍ରଦର୍ଶନ କରାଯାଇଥିଲା । ସହରର ବିଭିନ୍ନ ସ୍ଥାନରୁ ପ୍ରାୟ ୬୦ଟି ସ୍କୁଲ୍‌ରୁ ୬୦୦୦ରୁ ଅଧିକ ପରିଦର୍ଶକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଉଦ୍‌ଘାଟନୀ ସମାରୋହରେ ଡଃ ଆର୍‌. ଭେଲ୍‌ରାଜ ଉଦ୍ୟୋଗୀ ଦକ୍ଷତା ଓ ବିକାଶର ଆବଶ୍ୟକତାକୁ ହାଇଲାଇଟ୍ କରିଥିଲେ ଏବଂ ରାଷ୍ଟ୍ର ବର୍ତମାନ ଅଧିକ ଉଦ୍ୟୋଗୀ ଓ ଉଦ୍ଭାବନର ଆବଶ୍ୟକ କରୁଛି ବୋଲି ମତବ୍ୟକ୍ତ କରିଥିଲେ । ଡଃ ଆର୍ ଭେଲ୍‌ରାଜ ଓ ଡଃ ଆର୍‌. ଶିବକୁମାର ପ୍ରଦର୍ଶନୀ ଷ୍ଟଲ୍‌ଗୁଡିକୁ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ ଓ ପ୍ରେରିତ କରିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ ।
ଡିଜାଇନ୍ ହୋଇଥିବା ପ୍ରକଳ୍ପଗୁଡିକ ଅତ୍ୟାଧୁନିକ ଟେକ୍ନୋଲୋଜି ସହି ପରିବେଶ ଅନୁକୂଳ ଅଟେ । ପ୍ରୋଟୋଯାଇପ୍ ମଡେଲ୍‌ଗୁଡିକୁ ସମସ୍ତ ପ୍ରକଳ୍ପ ପାଇଁ ପ୍ରଦର୍ଶନ କରାଯାଇଥିଲା । ଚଳଚିତ୍ର ଅଭିନେତା ଏବଂ ଏସ୍‌ଆର୍‌ଏମ୍ ମିଡିଆ ସାଇନ୍ସେସ୍‌ର ପ୍ରୋଜେକ୍ଟ ଡାଇରେକ୍ଟର ଦାମୁ ଇଂଟରାକ୍ଟିଭ୍ କ୍ୟାରିୟର ଗାଇଡାନ୍ସ ଟ୍ରେନିଙ୍ଗ୍ ସେଶନ ପରିଚାଳନା କରିଥିଲେ ଯେଉଁଥିରେ ବହୁସଂଖ୍ୟକ ବିଦ୍ୟାଳୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସମସ୍ତ ପ୍ରକଳ୍ପଗୁଡିକୁ ଏକ ପ୍ରତିଷ୍ଠିତ ଜୁରୀ ଦ୍ୱାରା ବିଚାର କରାଯାଇଥିଲା ଏବଂ ସେମାନଙ୍କୁ ଆକର୍ଷଣୀୟ ନଗଦ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏସ୍‌ଆର୍‌ଏମ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁଶନ, ରାମପୁରମ ଓ ତ୍ରିଚି କ୍ୟାମ୍ପସ୍‌ର ଅଧ୍ୟକ୍ଷ ଡଃ ଆର୍‌. ଶିବକୁମାର, ସହ-ଅଧ୍ୟକ୍ଷ ଏସ୍ ନିରଞ୍ଜନ, ମୁଖ୍ୟ ନିର୍ଦ୍ଦେଶକ ଡଃ ଏନ୍‌. ସେଥୁରମଣ, ରାମପୁରମ କ୍ୟାମ୍ପସ୍‌ର ନିର୍ଦ୍ଦେଶକ ଡଃ ଭି. ସୁବିୟା ଭାରତୀ, ଡିନ୍ (ରିସର୍ଚ୍ଚ) ଡଃ ବି. ଭେଙ୍କଟଚାଲାପଥି, ଅନ୍ୟାନ୍ୟ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।


Share It

Comments are closed.