କରୋନା ଟୀକାର ପ୍ରଥମ ଡୋଜ ଗ୍ରହଣ କଲେ ଅମିତାଭ, ନିଜର ଅନୁଭୂତି ବଖାଣିଲେ


କରୋନା ଭାଇରସ୍ ସଂକ୍ରମଣ ପୁଣି ଥରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଖାସ୍‌କରି ବଲିଉଡରେ ଏବେ ବ୍ୟାପିବାରେ ଲାଗିଛି କରୋନା ମହାମାରୀ । ରଣବୀର କପୁର, କାର୍ତ୍ତିକ ଆର୍ଯ୍ୟନ, ମନୋଜ ବାଜପେୟୀ, ଆର ମାଧବନଙ୍କ ପରି ଷ୍ଟାରଙ୍କ ପରେ ଆଲିଆ ଭଟ୍ଟ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଏଭଳି ପରିସ୍ଥିତିରେ କଳାକାରମାନେ ନିଜକୁ ରକ୍ଷା କରିବା ପାଇଁ ବର୍ତ୍ତମାନ କୋଭିଡ ଟିକା ନେଉଛନ୍ତି।

ବର୍ତ୍ତମାନ ଅମିତାଭ ବଚ୍ଚନଙ୍କ ସହ ତାଙ୍କ ପରିବାର କରୋନା ଟିକା ନେଇଛନ୍ତି। ବିଗ୍ ବି ଟ୍ୱିଟ୍ କରି ତାଙ୍କ ପ୍ରଶଂସକଙ୍କ ସହ ଏହି ସୂଚନା ସେୟାର କରିଛନ୍ତି। ଅମିତାଭ ବଚ୍ଚନ ତାଙ୍କ ଟୁଇଟରେ କହିଛନ୍ତି ଯେ, ଅଭିଷେକ ବଚ୍ଚନଙ୍କ ବ୍ୟତୀତ ତାଙ୍କ ପରିବାରର ସମସ୍ତ ସଦସ୍ୟ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ସେ ଆହୁରି କହିଛନ୍ତି ଯେ, କରୋନା ଟିକା ତାଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ବିପରୀତ ପ୍ରଭାବ ପକାଇ ନାହିଁ ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ବିଗ୍ ବି ଗୁରୁବାର ଦିନ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି।

ସୂଚନାଯୋଗ୍ୟ ଯେ, ବଲିଉଡ ମହାନାୟକ ଅମିତାଭ ଗତ ବର୍ଷ କରୋନା ସଂକ୍ରମିତ ହୋଇଥିଲେ। ବିଗ୍ ବିଙ୍କ ସହିତ ପୁଅ ଅଭିଷେକ ବଚ୍ଚନ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ଯାହା ପରେ ଅମିତାଭଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।


Share It

Comments are closed.