ସୁସ୍ଥ ହୋଇ ଘରକୁ ଫେରିଲେ ଅମିତ ଶାହା


କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ଏମ୍ସରୁ ଡିସଚାର୍ଜ ହୋଇଛନ୍ତି। ଗତକାଲି ଏମ୍ସ ବୟାନ ଜାରି କରି କହିଥିଲା ଯେ ଗୃହ ମନ୍ତ୍ରୀ ଅମିତ ଶାହ ଠିକ୍ ହୋଇ ସାରିଛନ୍ତି ଏବଂ ତାଙ୍କୁ ଖୁବ୍ ଶୀଘ୍ର ଡିସଚାର୍ଜ କରାଯିବ।

ଅମିତ ଶାହଙ୍କୁ ଅଗଷ୍ଟ ୧୮ତାରିଖରେ ସାମାନ୍ୟ ଜ୍ୱର ହେବାରୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ପାଖାପାଖି ୧୨ଦିନ ଯାଏଁ ତାଙ୍କ ଚିକିତ୍ସା ଚାଲିଥିଲା।

ଅଗଷ୍ଟ ୨ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା।ଏହା ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଗ​​‌ଷ୍ଟ ୧୪ତାରିଖରେ ତାଙ୍କ ଯାଞ୍ଚ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ମେଦାନ୍ତା ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଥିଲା। ଏହା ପରେ ସେ ହୋମ୍ ଆଇସୋଲେସନରେ ରହିଥିଲେ।


Share It

Comments are closed.