ଆଇସିଆଇସିଆଇ ଲୋମ୍ବାର୍ଡ ସହିତ ଏୟାରଟେଲ ପେମେଂଟ ବ୍ୟାଙ୍କର ସହବନ୍ଧିତା


ଭୁବନେଶ୍ୱର: ଏୟାରଟେଲ ପେମେଂଟ ବ୍ୟାଙ୍କ ପକ୍ଷରୁ ଆଇସିଆଇସିଆଇ ଲୋମ୍ବାର୍ଡ ଜେନେରାଲ ଇନ୍ସ୍ୟୋରାନ୍ସ କମ୍ପାନୀ ସହବନ୍ଧିତାରେ ସାଇବର ଇନ୍ସ୍ୟୋରାନ୍ସ ସେବାର ଆରମ୍ଭ କରାଯାଇଛି । ଆଇସିଆଇସିଆଇ ଲୋମ୍ବାର୍ଡ ର ସାଇବର ଇନ୍ସ୍ୟୋରାନ୍ସ ସମାଧାନ ବ୍ୟାଙ୍କିଙ୍ଗ, କିମ୍ବା ଡେବିଟ କାର୍ଡ ସମ୍ବନ୍ଧିତ; ପରିଚୟ ଚୋରୀ, ଫିସିଙ୍ଗ କିମ୍ବା ଇମେଲ ସ୍ପୁଫିଙ୍ଗ ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ଆର୍ଥିକ ଠକେଇରୁ ଗ୍ରାହକଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇଥାଏ । ଏୟାରଟେଲ ପେମେଂଟ ବ୍ୟାଙ୍କ ଗ୍ରାହକମାନେ ଏୟାରଟେଲ ଥ୍ୟାଙ୍କ୍‌ସ ଆପ୍ ର ବ୍ୟବହାର କରି ମାତ୍ର କିଛି ମିନିଟ ମଧ୍ୟରେ ଏହି ସାଇବର ଇନ୍ସ୍ୟୋରାନ୍ସ କ୍ରୟ କରିପାରିବେ । ଏହି ଇନ୍ସ୍ୟୋରାନ୍ସ ଶୂନ୍ୟ ଅପେକ୍ଷା ଅବଧି ସହିତ ଆସିଥାଏ ଏବଂ ପିଲିସି କାର୍ଯ୍ୟକାଳ ମଧ୍ୟରେ, ବୀମାଭୁକ୍ତ ରାଶି ସୀମା ମଧ୍ୟରେ ଗ୍ରାହକଙ୍କୁ ଏକାଧିକ ଥର ଏକାଧିକ ଦାବି କରିବାକୁ ଅନୁମତି ଦେଇଥାଏ । ଏହି ପଲିସି ଏକ ସାତ ଦିନିଆ ରିପୋର୍ଟିଙ୍ଗ ଅବଧି ସହିତ ଏକ ୯୦ ଦିନିଆ ଆବିଷ୍କାର ଅବଧି ପ୍ରଦାନ କରିବ । ଏହାର ଅର୍ଥ ହେଉଛି ଯଦି ବୀମାଭୁକ୍ତ ବ୍ୟକ୍ତି ଟ୍ରାଞ୍ଜାକ୍ସନ ତାରିଖ ଠାରୁ ୯୦ତମ ଦିନରେ ସେମାନଙ୍କ କାର୍ଡ କିମ୍ବା ଆକାଉଂଟରୁ କୌଣସି ଏକ ଅନଧିକୃତ ଟ୍ରାଞ୍ଜାକ୍ସନ ବା ନେଣଦେଣ ହୋଇଥିବା ଆବିଷ୍କାର କରନ୍ତି, ତେବେ ସେମାନେ ଆଗାମୀ ସାତ ଦିନ ମଧ୍ୟରେ ବୀମା ପ୍ରଦାନକାରୀ ବ୍ୟାଙ୍କ କିମ୍ବା ମୋବାଇଲ ୱାଲେଟ କମ୍ପାନୀକୁ ଏହା ଜଣାଇପାରିବେ ।
ଆଇସିଆଇସିଆଇ ଲୋମ୍ବାର୍ଡ, ଏକ୍ସିକ୍ୟୁଟିଭ ଡାଇରେକ୍ଟର ଶ୍ରୀ ସଞ୍ଜୀବ ମନ୍ତ୍ରୀ କହିଛନ୍ତିଯେ, “ଆମେ ଏୟାରଟେଲ ପେମେଂଟ ବ୍ୟାଙ୍କ ସହିତ ସହଭାଗିତା କରି ବେଶ ଉତ୍ସାହିତ । କାରଣ ଏହି ଅଗ୍ରଗାମୀ ସହବନ୍ଧିତା, ଡିଜିଟାଲ ପରିବର୍ତନ ଯୁଗରେ ବଢ଼ିଚାଲିଥିବା ସାଇବର ଆକ୍ରମଣକୁ ରୋକିବା ପାଇଁ ଆମର ଗ୍ରାହକଙ୍କୁ ଅଭିନବ ନୂତନ ଯୁଗର ବିପଦ ଜନିତ ସମାଧାନ ପ୍ରଦାନ କରିବା ନେଇ ଆମର ପ୍ରତିବଦ୍ଧତାକୁ ପ୍ରମାଣିତ କରିବ ।” ଏୟାରଟେଲ ପେମେଂଟ ବ୍ୟାଙ୍କ, ଚିଫ ଅପରେଟିଙ୍ଗ ଅଫିସର ଶ୍ରୀ ଗଣେଶ ଅନନ୍ତନାରାୟଣ କହିଛନ୍ତିଯେ, “ଆମର ଗ୍ରାହକଙ୍କୁ ଏହି ଉତ୍ପାଦ ଯୋଗାଇଦେବା ଲାଗି ଆଇସିଆଇସିଆଇ ଲୋମ୍ବାର୍ଡ ସହିତ ସହବନ୍ଧିତା କରି ଆମେ ଅତ୍ୟନ୍ତ ଆନନ୍ଦିତ । ସରଳ, ନିରାପଦ ଏବଂ ମୂଲ୍ୟ ଚାଳିତ ସମାଧାନର ଆମର ବିଦ୍ୟମାନ ସମାଧାନଗୁଡ଼ିକରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଯୋଗ, ଏବଂ ଆମେ ଆଶା କରୁଛୁ ଯେ ଆମର ଗ୍ରାହକମାନେ ଏହି ଅନନ୍ୟ ସମାଧାନର ସୁବିଧାଗୁଡ଼ିକୁ ଚାହିଁବେ ।”
ଗ୍ରାହକଙ୍କୁ ସେମାନଙ୍କ ପେମେଂଟ ଯାତ୍ରାକୁ ସୁରକ୍ଷିତ କରିବା ଲାଗ ଏୟାରଟେଲ ପେମେଂଟ ବ୍ୟାଙ୍କ ଅନେକ ଅଭିନବ ପ୍ରୟାସ କରିଆସୁଛି । ଗତବର୍ଷ ଏହି ବ୍ୟା୍‌ଙ୍କ ପକ୍ଷରୁ ଏୟାରଟେଲ ସେଫ ପେ ର ଶୁଭାରମ୍ଭ କରାଯାଇଛି, ଯାହାକି ଅନଲାଇନ ପେ କରିବାର ସବୁଠାରୁ ସୁରକ୍ଷିତ ଉପାୟ ଅଟେ । ଏହାର ପ୍ଲାଟଫର୍ମରେ ସାଇବର ଇନ୍ସ୍ୟୋରାନ୍ସର ଶୁଭାରମ୍ଭ ଏହି ଦିଗରେ ଆଉ ଏକ ପଦକ୍ଷେପ ।


Share It

Comments are closed.